Advertisment

ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ, ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସୂଚନା ଅନୁସାରେ କୁଖ୍ୟାତ ମାଓବାଦୀ ହିଡମାଙ୍କ ଗାଁରେ ସୁରକ୍ଷା କର୍ମୀ ଏକ ଶିବିର ପ୍ରତିଷ୍ଠା କରିଥିଲେ। ଯାହାଫଳରେ ରାଗିଯାଇ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ସୋୟମ ଶଙ୍କରଙ୍କୁ ହତ୍ୟା କରିଥିଲେ ମାଓବାଦୀ ।

ଅଦ୍ୟତନ ହୋଇଛି
Naxal Attack

Naxal Attack

Advertisment

ସ୍ୱାଧୀନତା ଦିବସରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି । ସୁକମା ଜିଲ୍ଲା ଦବାପାରା ଓ ପୁରଭି ଗାଁ ନିକଟରେ ୧୬ ବର୍ଷର ଛାତ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତ ଛାତ୍ର ଜଣକ ହେଲେ ସୋୟମ ଶଙ୍କର । ଛାତ୍ରଜଣଙ୍କୁ ମାଓବାଦୀ ପିଟି ପିଟି ହତ୍ୟା କରିଥଇବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ କୁଖ୍ୟାତ ମାଓବାଦୀ ହିଡମାଙ୍କ ଗାଁରେ ସୁରକ୍ଷା କର୍ମୀ ଏକ ଶିବିର ପ୍ରତିଷ୍ଠା କରିଥିଲେ। ଯାହାଫଳରେ ରାଗିଯାଇ ମଙ୍ଗଳବାର ଦଶମ ଶ୍ରେଣୀ ଛାତ୍ର ସୋୟମ ଶଙ୍କରଙ୍କୁ ହତ୍ୟା କରିଥିଲେ ମାଓବାଦୀ । ତେବେ ଏକ ସପ୍ତାହ ପୂର୍ବରୁ ସୋୟମ ଶଙ୍କରଙ୍କ ଭାଇ ସୋୟମ ସୀତାରାମଙ୍କୁ ମଧ୍ୟ ସେହି ଗାଁରେ ନକ୍ସଲମାନେ ହତ୍ୟା କରିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଭାଇଙ୍କ ହତ୍ୟା ପରେ ପିତା ସୋୟମ ଧୁଡଭା ତାଙ୍କ ପରିବାର ସହିତ ଗାଁ ଛାଡ଼ିଛନ୍ତି ।

Naxal Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ