Girl Gangrape
ଦିନୁକ ଦିନ ଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି । ପିଶାଚ ପୁରୁଷଙ୍କ କାମନା ନିଆଁରେ ଜଳିଯାଉଛନ୍ତି ନିରୀହ ନାବାଳିକା ଓ ଯୁବତୀ । ନ୍ୟାୟ ପାଇଁ କେହି କେହି ସଂଘର୍ଷ କରୁଥିବା ବେଳେ ଶେଷରେ କିଛି ଯୁବତୀ ଆତ୍ମହତ୍ୟା ପରି ଏକ ଅପରାଧର ରାସ୍ତାକୁ ବାଛିନେଉଛନ୍ତି । ଓଡ଼ିଶାରେ ଅତୀତରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ।
ଖାଲି ଓଡ଼ିଶା କାହିଁକି ଦେଶର ବିଭିନ୍ନ ରାଜ୍ୟରେ ଦୁଷ୍କର୍ମ ପରେ ଲୋମଟାଙ୍କୁରା ଭଳି ଜଘନ୍ୟ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି । ଦିନକୁ ଦିନ ଏହି ଅପରାଧ ବଢ଼ି ଚାଲିଥିବା ବେଳେ ପୁଣି ବର୍ତ୍ତମାନ ଜଣେ ନାବାଳିକାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ନାବାଳିକାଙ୍କ ସହ ୩ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଏପରି ଏକ ଦୁଃଖଦ ଘଟଣା ରାଜସ୍ଥାନରେ ଘଟିଛି । ଅଲୱାର ଜିଲ୍ଲାର ନାଉଗାଓଁରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଛି । ସୂଚନା ମୁତାବକ ସେହି ଗାଁର ଜଣେ ୧୬ ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି ୩ଜଣ ଯୁବକ ।
ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।
ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦହକୁ ଜବତ କରିଥିଲା । ପରେ ଶବବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଘଟଣାରେ ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିବା ସହ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679246907.jpg)