Advertisment

ଫିରିଙ୍ଗିଆ ଥାନା ପୋଡ଼ି ମାମଲା : ଆକ୍ସନ୍ ମୋଡରେ ପୋଲିସ

୧୫ ଜଣ ଅଟକ, ୨୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା । ରାତିରେ ଥାନା ବୁଲି ଦେଖିଲେ ଦକ୍ଷିଣାଞ୍ଚଳ ଆଇଜି ।

 Phiringia Police Station

Phiringia Police Station

Advertisment

କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ଆକ୍ସନ୍ ମୋଡରେ ପୋଲିସ । ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛିା ତାସହ ୨୦୦ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସା ଆଖପାଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲିର ଘଟଣାରେ କିଏ କିଏ ସଂପୃକ୍ତି ସେ ନେଇ ବି ଯାଞ୍ଚ କରାଯାଉଛି ।

Advertisment

ସେପଟେ ଗିରଫଦାରୀ ଭୟରେ ଜନଶୂନ୍ୟ ହୋଇପଡିଛି ଫିରିଙ୍ଗିଆ। ପୁରା ଫିରିଙ୍ଗିଆ ବଜାର ଏବେ ଖାଁ ଖାଁ ହୋଇପଡ଼ିଛିା ସ୍ଥିତି ସ୍ୱାଭାବିକ କରିବା ସହ ସୁରକ୍ଷାକୁ ବଢ଼ାଇବାକୁ ବି ବ୍ୟବସ୍ଥା ହୋଇଛି । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରଜ ଭୋଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ରଣକ୍ଷେତ୍ର ପାଲଟି ଯାଇଥିଲା କନ୍ଧମାଳ ଫିରିଙ୍ଗିଆ ଥାନା ପରିସର । ଅପରାହ୍ଣ ସମୟରେ ହୁତୁ ହୁତୁ ଜଳିଥିଲା ଫିରିଙ୍ଗିଆ ଥାନା, ଆଉ ଥାନା ସନ୍ନିକଟ ମାଲଖାନାରେ ବିସ୍ଫୋରଣ ଭଳି ସ୍ଥିତି ଦେଖିବା ପାଇଁ ମିଳିଥିଲା । ଏପଟେ ଉତ୍ୟକ୍ତ ଲୋକଙ୍କ ଅନ୍ଧାଧୁନ୍ ଆକ୍ରମଣ ଭିତରୁ ଜୀବନ ବଞ୍ଚାଇବାକୁ ପୋଲିସ ଅଧିକାରୀ ସଂଘର୍ଷ କରିଥିଲେ ।... କନ୍ଧମାଳ ଫିରିଙ୍ଗିଆ ଥାନାରେ ଘଟିଥିବା ଏ ଲୋମହର୍ଷଣକାରୀ କାଣ୍ଡ ପଛରେ ପୋଲିସ ବିରୋଧୀ ଆକ୍ରୋଶକୁ ଦାୟୀ କରାଯାଉଥିଲା ।

Advertisment
Police Stations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ