• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧରାପଡ଼ିଲା ଛାତ୍ରୀଙ୍କ ମିଛ ଅସଦାଚରଣ ନାଟକ(false story of molestation) । ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନହେବାରୁ ବାପାମା’ଙ୍କ ଗାଳିରୁ ରକ୍ଷା ପାଇବା ପାଇଁ ମିଥା ଯୌନ ନିର୍ଯାତନାର କାହାଣୀ ବର୍ଣ୍ଣନା କରିଥିଲେ । ଗାଳି ଭୟରେ ବ୍ଲେଡରେ ନିଜକୁ କ୍ଷତି ପହଞ୍ଚାଇବା ସହ ଅସଦାଚରଣର ଶିକାର ହୋଇଥିବା କହି କାନ୍ଦି କାନ୍ଦି ବାପାମା’ଙ୍କ ସାମ୍ନାରେ କହିଥିଲେ । ମାର୍ଚ୍ଚ ୧୫ରେ ଏନେଇ ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ।

ଛାତ୍ରୀ ଜଣକ କହିଥିଲେ, ପରୀକ୍ଷା ସାରି ଫେରୁଥିବା ସମୟରେ ତିନି ଜଣ ପୁଅ କିଛି ମିଟର ଦୂରକୁ ନେଇଯାଇ  ନିର୍ଯାତନା ଦେବା ସହ ବ୍ଲେଡରେ ଆକ୍ରମଣ କରିଥିଲେ । ନାବାଳିକାଙ୍କ ବୟାନ୍‌ ଆଧାରରେ ପୋକସୋ ଆକ୍ଟ ଏବଂ ଆଇପିସି  ଅଧୀନରେ ନିର୍ଯାତନା ଓ ଅପହରଣର ଏକ ମାମଲା ରୁଜୁ ହୋଇଥିଲା ।

ପୋଲିସ ସିସିଟିଭି ଫୁଟେଜ ଆଧାରରେ ଛାନଭିନ ଆରମ୍ଭ କରିଥିଲା । ହେଲେ ଭିଡିଓ କ୍ଲିପ୍‌ରୁ ଅସଲ କଥା ଜଣାପଡ଼ିଥିଲା । ନାବାଳିକା ଜଣକ ଘଟଣାସ୍ଥଳରେ ଏକୁଟିଆ ବୁଲୁଥିବା ଦେଖିବାକୁ ମିଳିଥିଲା । ଆଉ ଏହାପରେ ପୋଲିସ ନାବାଳିକାର କାଉନସେଲିଂ କରିଥିଲା । ପଚରାଉଚରା କରିବା ପରେ ସେ ସବୁ ସତ ମାନି ଯାଇଥିଲା । ମାର୍ଚ୍ଚ ୧୫ରେ ସୋସିଆଲ ଷ୍ଟଡିଜ୍‌ ପରୀକ୍ଷା ଥିବାବେଳେ ପରୀକ୍ଷାରେ ଭଲ ଲେଖି ପାରିନଥିଲେ ଏହି ଛାତ୍ରୀ । ଆଉ ଘରେ ଏକଥା କହିବା ପାଇଁ ନାବାଳିକା ଜଣକ ଭୟ କରୁଥିଲା । ସେଥିପାଇଁ ବ୍ଲେଡରେ ହାତ କାଟି ଘରେ ମିଛ କହିଥିଲା ।

ସବୁ କଥା ଜଣାପଡ଼ିବା ପରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ତାଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା । ଆଉ ସେ ସେଠାରେ ମିଛ ନାଟକ କରିବା ସହ ନିଜକୁ କ୍ଷତି ପହଞ୍ଚାଇଥିବା କହିଥିଲେ । ବର୍ତ୍ତମାନ ସବୁ କଥା ଜଣା ପଡ଼ିବା ପରେ କେସ୍‌କୁ ଡିସ୍‌ମିସ୍‌ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now