Advertisment

ସାମାନ୍ୟ ଝଗଡ଼ାରୁ ହତ୍ୟା! ଅଷ୍ଟମ ଶ୍ରେଣୀର ଛାତ୍ରକୁ ପିଟିପିଟି ମାରିଦେଲା ଷଷ୍ଠ ଶ୍ରେଣୀର ଛାତ୍ର

ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।

ଅଦ୍ୟତନ ହୋଇଛି
Murder

Murder

Advertisment

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଦିଲ୍ଲୀର ବ୍ରହ୍ମପୁରୀ ଅଞ୍ଚଳରେ ଜଣେ ୧୪ ବର୍ଷର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଗତକାଲି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ମୃତ ଛାତ୍ର ବ୍ରହ୍ମପୁରୀର ବାସିନ୍ଦା । ସେ ଏକ ଘରୋଇ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ତେବେ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ସେହି ଛାତ୍ରଜଣକ ତାଙ୍କୁ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି ।

ଉତ୍ତର ପୂର୍ବ ଦିଲ୍ଲୀର ଡିସିପି ଜୟ ତିର୍କୀଙ୍କ ସୂଚନା ଅନୁସାରେ, 'ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ଏହି ଘଟଣା ଘଟିଛି। ଏନେଇ ସନ୍ଧ୍ୟାରେ ଆମେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଲୁ। ଛାତ୍ରଙ୍କର ଅବସ୍ଥା ଗୁରୁତର ଥିଲା। ତାଙ୍କ ମୁଣ୍ଡ, ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିଲା। ରାସ୍ତାରେ ରକ୍ତ ଛିଟା ବି ପଡିଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏନେଇ ଉସମାନପୁର ପୋଲିସ ଷ୍ଟେସନରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି'।

Advertisment

ସ୍କୁଲରୁ ଘରକୁ ଯିବାବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ସନ୍ଦେହ କରାଯାଉଛି। ଏହି ଝଗଡାରେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ କୁହାଯାଉଛି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଥିବା ପୋଲିସ ସୂଚନା ଦେଇଛି।

Murder School Students Quarrel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ