Advertisment

122 Nights With Dead Body: ୮ ମାସ ହେଲା ହତ୍ୟାକାରୀ ଆସୁଥିଲା, ଫ୍ରିଜ୍ ଖୋଲି ଶବ ଦେଖୁଥିଲା

ଜାନୁଆରି ୯ ତାରିଖରେ ବି ସେହି ଘର ଖୋଲି ସଫା ସଫି କଲେ। ସେଦିନ ହଠାତ୍ ଘରୁ କିଛି ଦୁର୍ଗନ୍ଧ ଆସିଥିଲା। କିନ୍ତୁ ଏହାକୁ ଗୁରୁତ୍ବ ନଦେଇ ସଫା କରିବା ପରେ କବାଟ ବନ୍ଦ କରି ଚାଲିଆସିଥିଲେ। ଜାନୁଆରି ୧୦ ସକାଳେ ଘର ଭିତରୁ ଉତ୍କଟ ଦୁର୍ଗନ୍ଧ ଆସିଲା। ବଲବିର୍ ଘରର କବାଟ ଖୋଲି ସାରା ଘର ଯାଞ୍ଚ କରିଥିଲେ। କିନ୍ତୁ ଘରେ ସେଭଳି କୌଣସି ଜିନିଷ ପଚିନଥିବା ଜଣାପଡ଼ିଥିଲା। ତେବେ ଫ୍ରିଜ ନିକଟକୁ ଗଲା ପରେ ସେଠାରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ।

ଅଦ୍ୟତନ ହୋଇଛି
ଫ୍ରିଜ୍‌ରେ ରଖିଥିଲେ ଶବ

ଫ୍ରିଜ୍‌ରେ ରଖିଥିଲେ ଶବ

Advertisment

ହତ୍ୟାକରୀ ହତ୍ୟାକାଣ୍ଡ ଘଟାଇ ଶବକୁ ବନ୍ଦ ଘରେ ଫ୍ରିଜରେ ରଖିବା ଓ ୪ ମାସ ଅର୍ଥାତ ୧୨୨ ରାତି କାଟିବା ଘଟଣା ବିଚିତ୍ର। ପରେ ଘରେ ତାଲା ଦେଇ ହତ୍ୟାକାରୀ କେଉଁଆଡ଼େ ଗାଏବ ହୋଇଯାଏ। କିନ୍ତୁ ପ୍ରତି ମାସରେ ଥରେ ଫ୍ରିଜରେ ଶବ ତାଜା ଅଛି କି ନାହିଁ, ଦେଖିବାକୁ ସେହି ଘରକୁ ଆସୁଥାଏ। ଏହିଭଳି ୮ ମାସ କାଳ ହତ୍ୟାକାରୀର ଯିବା ଆସିବା ଲାଗି ରହିଥିଲା। କିନ୍ତୁ ଯେତେବେଳେ ଫ୍ରିଜ ବନ୍ଦ ହୋଇଗଲା ଓ ସେଥିରୁ ଦୁର୍ଗନ୍ଧ ବାହାରିଲା ସେତେବେଳେ ପୁରା ଘଟଣା ମଧ୍ୟପ୍ରଦେଶରେ ଆଲୋଡ଼ନ ସୃଷ୍ଟି କଲା। ପ୍ରେମ ସମ୍ପର୍କରେ ଥିବା ଜଣେ ବିବାହିତ ବ୍ୟକ୍ତି ତାଙ୍କ ମହିଳା ବାନ୍ଧବୀଙ୍କୁ ସଂସାର ବସାଇବାକୁ ଡାକି ଆଣିବାର ପରବର୍ତ୍ତି କାହାଣୀ ଥିଲା ଲୋମଟାଙ୍କୁରା।

Advertisment

ମିଛ ସମ୍ପର୍କ ଏଇଠୁ ଆରମ୍ଭ

ମଧ୍ୟପ୍ରଦେଶ ଉଜ୍ଜୟୀନିର ସଂଜୟ ପାଟିଦାର୍ ଜଣେ ବିବାହିତ ବ୍ୟକ୍ତି। ୨୦୧୬ରେ ପିଙ୍କି ଓରଫ ପ୍ରତିଭା ପ୍ରଜାପତିଙ୍କ ସହିତ ଭେଟ ହୁଏ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠେ। ସେମାନେ ପାଖାପାଖି ୫ ବର୍ଷ କାଳ ଲିଭ-ଇନ ରିଲେସନରେ ରହିଥିଲେ। ପ୍ରଥମେ ଉଜ୍ଜୟୀନିରେ ତିନି ବର୍ଷ ରହିଥିଲେ। ପରେ ୨୦୨୩ ଜୁଲାଇରେ ଦେବାସ୍ ସହରରେ ବାଇପାସ୍ ରୋଡ ନିକଟ ବୃନ୍ଦାବନ କଲୋନି ଅଞ୍ଚଳରେ ଦୁଇ ବଖରା ଘର ଭଡ଼ା ନେଇ ରହିଥିଲେ। ଘର ମାଲିକ ହେଉଛନ୍ତି ବ୍ୟବସାୟୀ ଧୀରେନ୍ଦ୍ର ଶ୍ରୀବାସ୍ତବ। ସେ ଦୁବାଇରେ ରୁହନ୍ତି। ସେ ଘରକୁ ମଝିରେ ମଝିରେ ବୁଲି ଆସନ୍ତି। ଅନ୍ୟପଟେ ତାଙ୍କ ଘରେ ଦମ୍ପତ୍ତି ଭଳି ସଂଜୟ ଓ ପିଙ୍କି ରହୁଥିଲେ। ପିଙ୍କି ସିଲେଇ କାମ କରୁଥିଲେ। ତେଣୁ ଆଖପାଖ ଅଞ୍ଚଳରେ ସମସ୍ତ ମହିଳା ତାଙ୍କୁ ଭଲ ଭାବେ ଜାଣନ୍ତି। ପିଙ୍କିଙ୍କ ଦୁଇ ବର୍ଷର ଶିଶୁ ନିମୋନିଆରେ ଦେହାନ୍ତ ହୋଇଯାଇଥିବା ସମ୍ପର୍କରେ ସେ ସମସ୍ତଙ୍କୁ କହୁଥିଲେ। ୨୦୨୪ ଜାନୁଆରିରୁ ପିଙ୍କି ବିବାହ ପାଇଁ ଚାପ ପକାଇବା ଆରମ୍ଭ କରିଥିଲା। ସଂଜୟ ବିବାହିତ ଥିବା ସମ୍ପର୍କରେ ପିଙ୍କି ଜାଣିନଥିଲେ। ସଂଜୟ କିନ୍ତୁ ଦ୍ବିତୀୟ ବିବାହ କରିବାକୁ ଚାହିଁନଥିଲେ। ଓଲଟି ପିଙ୍କିଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଆସୁଥିଲେ।

ମାର୍ଚ୍ଚ ୨ରୁ ପିଙ୍କିଙ୍କ ପତ୍ତା ମିଳିନଥିଲା

୨୦୨୪ ମାର୍ଚ୍ଚ ୨। ସେଦିନ ପରଠାରୁ ପିଙ୍କିଙ୍କ ଦେଖା ମିଳିଲା ନାହିଁ। ସଂଜୟଙ୍କୁ ଯେତେବେଳେ ପିଙ୍କିଙ୍କ ସମ୍ପର୍କରେ ପଡ଼ୋଶୀ ପଚାରିଲେ ତାଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ବାଙ୍ଗାଲୁରରେ ଥିବା ଭାଇଙ୍କ ନିକଟକୁ ଯାଇଥିବା ସଫେଇ ଦେଉଥିଲେ ସଂଜୟ। ୨୦୨୪ ଜୁନରେ ସଂଜୟ ଘର ମାଲିକ ଧୀରେନ୍ଦ୍ରଙ୍କୁ ଅନ୍ୟ ଏକ ସହରରେ ଚାକିରି ମିଳିଯାଇଥିବାରୁ ଘର ଛାଡ଼ିବା ସମ୍ପର୍କରେ କହିଥିଲେ। ଉଜ୍ଜୟୀନିର ଇଙ୍ଗୋରିୟାର ବାସିନ୍ଦା ବଲବିର ସିଂ ରାଜପୁତ ନାମକ ଆଉ ଜଣେ ଭଡ଼ାଟିଆ ସେହି କୋଠାରେ ଥିବା ଆଉ ଦୁଇ ବଖରା ଘରକୁ ଜୁଲାଇରେ ଭଡ଼ାରେ ନେଲେ। ସଂଜୟ ଯଦିଓ ଘର ଛାଡ଼ିଦେଇଥିଲେ କିନ୍ତୁ ଉକ୍ତ ଦୁଇ ବଖରାରେ କିଛି ସାମଗ୍ରୀ ଥିବାରୁ ପରବର୍ତ୍ତି ସମୟରେ ଆସି ବାକି ଭଡ଼ା ଦେବା ସହିତ ଉକ୍ତ ସାମଗ୍ରୀ ନେଇଯିବାକୁ ଘର ମାଲିକ ଧୀରେନ୍ଦ୍ରଙ୍କୁ କହିଥିଲେ। ଏଭଳି ସ୍ଥିତିରେ ସଂଜୟ ମଝିରେ ମଝିରେ ଆସି ଉକ୍ତ ଘରୁ କିଛି ସାମଗ୍ରୀ ନେଇ ଯାଉଥିଲେ। କିନ୍ତୁ ପିଙ୍କିଙ୍କ ଖୋଜ ଖବର ମିଳିଲା ନାହିଁ।

Advertisment

ଫ୍ରିଜ ଖୋଲିବା ପରେ ହୋସ୍ ଉଡ଼ିଗଲା

ନୂଆ ଭଡ଼ାଟିଆ ବଲବିର ସିଂହଙ୍କ କିଛି ସମ୍ପର୍କୀୟଙ୍କ ଆଉ ଦୁଇ ବଖରା ଘରର ଆବଶ୍ୟକତା ଥିବାରୁ ସଂଜୟ ତାଲା ପକାଇ ରଖିଥିବା ଉକ୍ତ ଘର ଦେବାକୁ ଘର ମାଲିକଙ୍କୁ କହିଥିଲେ। ଘର ମାଲିକ ସଂଜୟଙ୍କୁ ଫୋନ୍ କରି ତୁରନ୍ତ ସାମଗ୍ରୀ ନେଇଯିବାକୁ କହିଥିଲେ। ସଂଜୟ ଆସିବାରେ ବିଳମ୍ବ ହେବାରୁ ବଲବିର ଘରର ତାଲା ଭାଙ୍ଗି ଘର ସଫା କରିବାକୁ ମାଲିକଙ୍କୁ କହିଥିଲେ। ମାଲିକ ରାଜି ହୋଇଥିଲେ। ୨୦୨୫ ଜାନୁଆରି ୮। ସେଦିନ ରାତିରେ ବଲବିର ସିଂହ ଉକ୍ତ ଘରର ତାଲା ଭାଙ୍ଗିଦେଲେ। ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଘର ସଫା କରିଥିଲେ। ଘର ଭିତରେ ଏକ ଫ୍ରିଜ ଥିବା ବେଳେ ଏହାକୁ କପଡ଼ାରେ ଗୁଡ଼ାଯାଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଫ୍ରିଜ ଚାଲୁଥିଲା। ଅଯଥାରେ ଇଲେକ୍ର୍ଟି ବିଲ୍ ଆସୁଥିବା ଭାବି ବଲବିର୍ ଫ୍ରିଜର ସୁଇଚ୍ ବନ୍ଦ କରିଦେଇଥିଲେ। ପରେ ସେ ଘରର କବାଟ ବନ୍ଦ କରି ଚାଲିଆସିଥିଲେ।

ଜାନୁଆରି ୯ ତାରିଖରେ ବି ସେହି ଘର ଖୋଲି ସଫା ସଫି କଲେ। ସେଦିନ ହଠାତ୍ ଘରୁ କିଛି ଦୁର୍ଗନ୍ଧ ଆସିଥିଲା। କିନ୍ତୁ ଏହାକୁ ଗୁରୁତ୍ବ ନଦେଇ ସଫା କରିବା ପରେ କବାଟ ବନ୍ଦ କରି ଚାଲିଆସିଥିଲେ। ଜାନୁଆରି ୧୦ ସକାଳେ ଘର ଭିତରୁ ଉତ୍କଟ ଦୁର୍ଗନ୍ଧ ଆସିଲା। ବଲବିର୍ ଘରର କବାଟ ଖୋଲି ସାରା ଘର ଯାଞ୍ଚ କରିଥିଲେ। କିନ୍ତୁ ଘରେ ସେଭଳି କୌଣସି ଜିନିଷ ପଚିନଥିବା ଜଣାପଡ଼ିଥିଲା। ତେବେ ଫ୍ରିଜ ନିକଟକୁ ଗଲା ପରେ ସେଠାରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସେ ଫ୍ରିଜ ଖୋଲିବାକୁ ସାହାସ କଲେନାହିଁ। ପଡ଼ୋଶୀଙ୍କୁ ଏ ସମ୍ପର୍କରେ କହିଲେ। ପରେ ସ୍ଥାନୀୟ ବ୍ୟାଙ୍କ ନୋଟ୍ ପ୍ରେସ ପୁଲିସ ଥାନାକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫ୍ରିଜର ଚାରିପଟେ ଥିବା କପଡ଼ା ଖୋଲିଥିଲା। ଭିତରେ ଜଣେ ମହିଳାଙ୍କ ଶବ ଥିବା ଦେଖିବାକୁ ମିଳିଥିଲା। ପୋଷାକ ଦେଖି ମହିଳାଙ୍କ ଶବ ବୋଲି ଜଣାପଡ଼ିଥିଲା। ସେ ସୁନା ଅଳଙ୍କାର ପିନ୍ଧିଥିଲେ। ହାତ ବନ୍ଧାଯାଇଥିଲା। ଏହା ପିଙ୍କିଙ୍କ ଶବ ବୋଲି ସମସ୍ତେ ସ୍ପଷ୍ଟ ହୋଇଯାଇଥିଲେ।

Advertisment

ଶବ ତାଜା ରଖିବାକୁ ବନ୍ଦ ଘରେ ଚାଲୁଥିଲା ଫ୍ରିଜ୍

ପୁଲିସ ଏହି ଘଟଣାର ତଦନ୍ତ ସମୟରେ ସଂଜୟଙ୍କ ଆଧାର କାର୍ଡକୁ ଭିତ୍ତି କରି ଘର ଠିକଣାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ତେବେ ପଚରାଉଚରା ସମୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିଲା। ୨୦୨୪ ମାର୍ଚ୍ଚ ୨ରେ ଶେଷ ଥର ପିଙ୍କିଙ୍କୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରବର୍ତ୍ତି ସମୟରେ ସଂଜୟ ସେହି ଭଡ଼ା ଘରେ ରହୁଥିବା ବେଳେ ପିଙ୍କିକୁ ଦେଖିବାକୁ ମିଳିନଥିଲା। ବିବାହକୁ ନେଇ ପିଙ୍କି ବାରମ୍ବାର ଚାପ ପକାଇ ଆସୁଥିବା ବେଳେ ସଂଜୟ ରାଜି ନହେବାରୁ ଘରେ ନିୟମିତ ପାଟିତୁଣ୍ଡ ଲାଗି ରହିଥିଲା। ତେବେ ମାର୍ଚ୍ଚ ୧ରେ ବି ପାଟିତୁଣ୍ଡ ହୋଇଥିଲା। ସଂଜୟ ତାଙ୍କର ଜଣେ ଅପରାଧୀ ବନ୍ଧୁ ଉଜ୍ଜୟୀନି ଇଂଗୋରିୟାର ବିନୋଦ ଦବେଙ୍କୁ ସେଦିନ ରାତିରେ ଘରକୁ ଡାକିଥିଲେ। ବିନୋଦ ପହଞ୍ଚିବା ପରେ ସେଦିନ ରାତିରେ ପିଙ୍କିଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଶବକୁ ଫ୍ରିଜରେ ରଖି ଫ୍ରିଜ ଅନ୍ କରିଥିଲେ। ମାର୍ଚ୍ଚରୁ ଜୁନ୍ ଯାଏ ସଂଜୟ ସେହି ଘରେ ରହିଥିଲେ। ଜୁନରେ ଘର ଖାଲି କରିବାକୁ ଘର ମାଲିକକୁ କହି ଚାଲିଯାଇଥିଲେ। ସେବେପରଠାରୁ ସଂଜୟ ସେହି ଘରକୁ କେବଳ ଫ୍ରିଜରେ ଥିବା ଶବ ଦେଖିବାକୁ ଆସୁଥିଲେ। କିନ୍ତୁ ଶବକୁ ବାହାରେ ଫିଙ୍ଗିବା ଯୋଜନାରେ ଆଦୌ ସଂଜୟ ନଥିବା ପୁଲିସକୁ ବୟାନରେ କହିଥିଲେ।

ରାଜସ୍ଥାନରେ ଜେଲରେ ଥିବା ବିନୟକୁ ଯୋଡ଼ିବାକୁ ପ୍ରକ୍ରିୟା

ପୁଲିସ ଶବ ବ୍ୟବଚ୍ଛେଦ ପରେ ଶବକୁ ଉଜ୍ଜୟୀନିରେ ଥିବା ପିଙ୍କିଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ୯ ବର୍ଷ ପରେ ପିଙ୍କିଙ୍କ ଘର ଲୋକଙ୍କୁ ପିଙ୍କିଙ୍କ ଠିକଣା ମିଳିଥିଲା। କିନ୍ତୁ ସେତେବେଳକୁ ସେ ଦୁନିଆରେ ଆଉ ନଥିଲେ। ୨୦୧୬ ପରଠାରୁ ପରିବାର ଲୋକେ ପିଙ୍କି ସହିତ ଯୋଗାଯୋଗରେ ନଥିଲେ। ଅନ୍ୟପଟେ ସଂଜୟଙ୍କ ଅପରାଧୀ ବନ୍ଧୁ ବିନୟ ଏକ ଅପରାଧୀକ ମାମଲାରେ ରାଜସ୍ଥାନର ଟୋଙ୍କ ଅଞ୍ଚଳରେ ଗିରଫ ହୋଇ ସେଠାକାର ଜେଲରେ ରହିଛି। ତାକୁ ପିଙ୍କି ହତ୍ୟା ମାମଲାରେ ଯୋଡ଼ିବାକୁ ପୁଲିସ କୋର୍ଟରେ ଆବେଦନ କରିଛି।

Crime Against Women Dead Body Freezer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ