Advertisment

ଦଶମ ଛାତ୍ରଙ୍କୁ ରାଗିଂ: ହାତଗୋଡ଼ ବାନ୍ଧି ଉଲଗ୍ନ କରି ଛାତ୍ରଙ୍କୁ ଚପଲରେ ପିଟିଲେ

ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସହପାଠୀମାନେ ସମ୍ପୃକ୍ତ ଛାତ୍ରଙ୍କୁ  ଉଲଗ୍ନ କରିବା ସହ ଦୌଡ଼ିରେ ହାତ ଗୋଡ଼ ବାନ୍ଧି ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
10th Student Alleges Ragging In Sambalpur

10th Student Alleges Ragging In Sambalpur

Advertisment

ସମ୍ବଲପୁର ଶାସନ ଅଞ୍ଚଳରେ ଥିବା ଏକ ଘରୋଇ ଆବାସିକ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ସହପାଠୀମାନେ ସମ୍ପୃକ୍ତ ଛାତ୍ରଙ୍କୁ  ଉଲଗ୍ନ କରିବା ସହ ଦୌଡ଼ିରେ ହାତ ଗୋଡ଼ ବାନ୍ଧି ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତ ୧୭ ତାରିଖରେ ଏହି ଘଟଣା ଘଟିଥିଲା। 

Advertisment

ଘଟଣାକୁ ନେଇ ସ୍କୁଲ୍‌ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ୮ ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ଛାତ୍ରଙ୍କୁ ପିଟିଥିବା ୨ ଜଣ ଛାତ୍ର ଓ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ୬ ଜଣ ଛାତ୍ରଙ୍କୁ ସ୍କୁଲ୍‌ କର୍ତ୍ତୃପକ୍ଷ ବହିଷ୍କାର କରିଛନ୍ତି। 

ସମ୍ପୃକ୍ତ ଛାତ୍ରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସହପାଠୀମାନେ ଉକ୍ତ ଛାତ୍ରଙ୍କୁ ରୁମ୍‌କୁ ଡାକି କବାଟ ବନ୍ଦ କରି ଦେଇଥିଲେ। ଏହାପରେ ୨ ଜଣ ଛାତ୍ର ସମ୍ପୃକ୍ତ ଛାତ୍ରଙ୍କ ହାତ ଓ ଗୋଡ଼ ବାନ୍ଧି ତାଙ୍କୁ ଉଲଗ୍ନ କରିଥିଲେ। ଏହାପରେ ତାଙ୍କୁ ଚପଲ ମାଡ଼ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆଉ ୬ ଜଣ ଛାତ୍ର ଘଟଣାର ମଜା ଉଠାଉ ଥିଲେ ବୋଲି ଅଭିଯୋଗ ହୋଇଛି। ମୋଟ୍‌ ୮ ଜଣ ଛାତ୍ର ସେହି ସମୟରେ ଉପସ୍ଥିତ ଥିଲେ। 

Advertisment

କୌଣସି ମତେ ରୁମ୍‌ରୁ ମୁକୁଳିବା ପରେ ଛାତ୍ର ଜଣକ ଘଟଣା ସଂକ୍ରାନ୍ତରେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ୱାର୍ଡେନ ଏନେଇ ଅଧ୍ୟକ୍ଷଙ୍କୁ ଜଣାଇ ପଦକ୍ଷେପ ନେବେ ବୋଳି ଆଶ୍ୱାସନା ଦେଇଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ୧୯ ତାରିଖରେ ଉକ୍ତ ଛାତ୍ର ଘରକୁ ଫୋନ୍‌ କରି ଜଣାଇଥିଲେ।ଶିକ୍ଷାନୁଷ୍ଠାନକୁ ମଣିଷ ତିଆରି କାରଖାନା କୁହାଯାଉ ଥିବାବେଳେ ଏଭଳି ଘଟଣାକୁ ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି। 

Ragging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ