ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ଚଢ଼ାଉ; ୧୦ ଗିରଫ

ପଶ୍ଚିମବଙ୍ଗ ଦୀଘାରେ ଜଣେ ମହିଳା ସମେତ ୧୦ ଦଲାଲ ଗିରଫ

ଷ୍ଟାଫ ସିଲେକ୍ସନ ପରିଚାଳିତ CGL ପରୀକ୍ଷା ପାଇଁ ଡିଲ୍‌ ବେଳେ ଚଢ଼ାଉ

ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ୍ ଗ୍ରାଜୁଏଟ୍ ଲେଭଲ ପ୍ରଶ୍ନପତ୍ର ଡିଲ୍ ବେଳେ ଚଢ଼ାଉ । ବାଲେଶ୍ୱର ଜଳେଶ୍ୱରର ଏକ ହୋଟେଲରେ ଚଢାଉ କରି ୧୦ ଜଣକୁ ଗିରଫ କରିଛି ସାଇବର ଟିମ୍ ଓ ମେରାଇନ୍ ପୋଲିସ। ଗିରଫମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଦୀଘା ଅଂଳର ଜଣେ ମହିଳା ସମେତ ୧୦ ଦଲାଲ ରହିଛନ୍ତି । ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଂଚଳର ବୋଲି ଜଣାପଡିଛି ।

ସେମାନଙ୍କ ଠାରୁ ୬ଟି କାର୍ ଓ ଗୋଟିଏ ବସ ମଧ୍ୟ ଜବତ ହୋଇଛି । ପିଲାଙ୍କ ସାର୍ଟିଫିକେଟ୍ ମଧ୍ୟ ଜବତ କରାଯାଇଛି । ଷ୍ଟାଫ ସିଲେକ୍ସନ ଦ୍ୱାରା ପରିଚାଳିତ CGL ପରୀକ୍ଷା ପାଇଁ ଡିଲ୍ ହେଉଥିଲା ବେଳେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।...