ନିଶା ମାଫିଆଙ୍କଠୁ ୧ କୋଟିର ସମ୍ପତ୍ତି ଜବତ

ନଶା ବେପାରୀ ଅନିରୁଦ୍ଧ ଜୟସିଂହର ୧ କୋଟିର ସମ୍ପତ୍ତି ଜବତ କରାଯାଇଛି । ଏନ୍ଡିପିଏସ୍ ଆଇନ ବଳରେ ଅନିରୁଦ୍ଧର ୨ଟି ଜେସିବି, ଗୋଟିଏ କାର୍, ଟ୍ରାର ଓ ସୁନାଗହଣା ଜବତ କରିଛି । ୩ ମାସରେ କେବଳ ପୁରୀରୁ ୧ କେଜି ୩୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ସୂଚନା ।

1 crore worth of property confiscated from drug addict

କୁଖ୍ୟାତ ନିଶା ବେପାରୀ ଅନିରୁଦ୍ଧ ଜୟସିଂହର ୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ । ଏନ୍ଡିପିଏସ୍ ଆଇନ ବଳରେ ଅନିରୁଦ୍ଧର ୨ଟି ଜେସିବି, ଗୋଟିଏ କାର୍, ଟ୍ରାର ଓ ସୁନାଗହଣା ଜବତ କରାଯାଇଛି । ଜବତ ସଂପତ୍ତିର ତାଲିକା କୋଲକାତା କାର୍ଯ୍ୟାଳୟକୁ ପଠାଯିବ । ସେଠାରୁ ଅନୁମତି ମିଳିଲେ ଜବତ ସଂପତ୍ତିର ନିଲାମ କରାଯିବ ବୋଲି ପୁରୀ ଏସ୍ପି କନଓ୍ୱର ବିଶାଲ ସିଂହ କହିଛନ୍ତି ।

ଗତ ଜାନୁଆରୀରେ ୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ଧରାପଡ଼ିଥିଲା । ଅନିରୁଦ୍ଧ ଜୟସିଂହ ଅନିରୁଦ୍ଧ ନାଁରେ ବିଭିନ୍ନ ଥାନାରେ ପ୍ରାୟ ୪ଟି ମାମଲା ରହିଛି । ୩ ମାସରେ କେବଳ ପୁରୀରୁ ୧ କେଜି ୩୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ୨୦୨୨ ଜାନୁଆରୀରୁ ମାର୍ଚ୍ଚ ସୁଦ୍ଧା ୨୨ ଜଣ ନିଶା ମାଫିଆ ଗିରଫ ହୋଇଥିବା ସୂଚନା ମିଳିଛି...