ATM Van Lootera
ବିଚ୍ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଦେଢ଼ କୋଟି ଟଙ୍କା । ଟଙ୍କା ଭର୍ତ୍ତି ଟ୍ରକ୍ ନେଇ ଏଟିଏମ୍ ଭ୍ୟାନ୍ ଯାଉଥିବା ବେଳେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭ୍ୟାନରୁ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଡ୍ରାଇଭରଙ୍କ କହିବାନୁଯାୟୀ ସ୍କର୍ପିଓ, ବାଇକ୍ ଓ ସ୍କୁଟିରେ ୬-୭ ଜଣ ଦୁର୍ବୃତ୍ତ ଆସିଥିଲେ । ସମସ୍ତେ ମାସ୍କ ପିନ୍ଧିଥିଲେ । ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ବନ୍ଧୁକ ମୁନ୍ରେ ସବୁ ଲୁଟିନେଲେ ।
ତିଗିରିଆ ଥାନା ଗୋଡିଝରିଆ ନୂଆ ସଡକ ରାସ୍ତାରେ ଏହି ଲୁଟ୍ ହୋଇଛି । ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା
ଜଣାପଡିଛି । ଆଠଗଡର ବିଭିନ୍ନ ପ୍ରବେଶ ପଥରେ ନାକାବନ୍ଦୀ କରିଛି ପୋଲିସ ।
ଆଜି ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମଚାରୀମାନେ ଆଠଗଡ଼ ଏସ୍ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍ରେ ଭରିବାକୁ ଯାଇଥିଲେ । ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ । ମୋଟ ୧୩ଟି ଏଟିଏମ୍ରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ । ତେବେ ମାତ୍ର ୪ଟି ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପରେ ଲୁଟ୍ର ଶିକାର ହୋଇଥିବା ସେମାନେ ଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699615575.jpg)