Advertisment

‘ଯୌନ ନିର୍ଯାତନା ଦେଉଛନ୍ତି ନକ୍ସଲ୍‌’

ପ୍ରେସମିଟରେ ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ବଡ଼ ବୟାନ

ଅଦ୍ୟତନ ହୋଇଛି
Women Maoist Face Sexual Abuse

Nabarangpur SP

Advertisment

ମାଓ କ୍ୟାମ୍ପରେ ମହିଳାଙ୍କୁ ଦିଆଯାଉଛି ନିର୍ଯାତନା । ନକ୍ସଲମାନେ ଝିଅ, ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଖୁଲାସା କରିଛନ୍ତି ନବରଙ୍ଗପୁର ଏସପି ଏସ୍ ସୁଶ୍ରୀ ( Nabarangpur SP S Susree) । ନବରଙ୍ଗପୁର ସୀମାରେ ହୋଇଥିବା ଗୁଳି ବିନିମୟ ବେଳେ ଧ୍ୱଂସ ମାଓ କ୍ୟାମ୍ପରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି । ଏଥିରୁ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ ବୋଲି ଜଣାପଡୁଛି ବୋଲି ଏସପି କହିଛନ୍ତି ।

Advertisment

ଗତକାଲି ନବରଙ୍ଗପୁର ସୀମାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସକାଳୁ ପୋଲିସର ୨ଟି ଏସଓଜି ଟିମ୍ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଅପରେସନ୍ ଆରମ୍ଭ କରିଥିଲେ। ସେହି ସମୟରେ ପ୍ରାୟ ୨୦ରୁ ୨୫ ସଶସ୍ତ୍ର ମାଓବାଦୀ ଯବାନଙ୍କସହ ସମ୍ମୁଖୀନ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଅଧଘଣ୍ଟା ଗୁଳିବିନିମୟ ହୋଇଥିବା ଏସପି ସୂଚନା ଦେଇଛନ୍ତି।

ତେବ ଗୁଳିବିନିମୟ ବେଳେ ହାର୍ଡକୋର ମାଓବାଦୀ ମୁରଲୀ, ଗୁଡୁ, ଆକାଶ, ଆକାଶ ଓ ନନ୍ଦାଲ ପ୍ରମୁଖ ଫେରାର ହୋଇଯାଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ବିଭିନ୍ନ ମାଓ ଶିବିରରୁ ବହୁବାର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିଲା।

Advertisment
Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ