Advertisment

ପିଟି ପିଟି ନରହନ୍ତା ଭାଲୁକୁ ମାରିଦେଲେ ଲୋକେ

ଜଣେ ଠିକାଦାରକୁ ଆକ୍ରମଣ କରି ଭାଲୁ ମାରି ଦେଇଥିଲା..ସେଥିପାଇଁ..

Bear Beaten To Death By Villagers

Bear Beaten To Death By Villagers

Advertisment

ନରହନ୍ତା ଭାଲୁକୁ ଆକ୍ରମଣ କରି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ନବରଙ୍ଗପୁର ବନାଞ୍ଚଳ ଅଧିନ ଭତରାସିଉନି ଗାଁ ନିକଟରେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ହୋହାଲ୍ଲା ପାଟିତୁଣ୍ଡରେ ଭାଲୁଟି ଜଙ୍ଗଲକୁ ପଳାଇଯାଇଯାଇଥିଲା । ଏପଟେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଭାଲୁକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ହେଲେ ଭାଲୁଟି ସ୍ଥାନୀୟ ଜଙ୍ଗଲରେ ରହିଯାଇଥିଲା ।

Advertisment

ସନ୍ଧ୍ୟା ହୋଇଆସୁଥିବାରୁ ତୁରନ୍ତ ଭାଲୁକୁ ଅନ୍ୟତ୍ର ଘଉଡାଇବା ପାଇଁ ଜଙ୍ଗଲ କର୍ମଚାରୀଙ୍କୁ ଲୋକେ କହିଥିଲେ । ହେଲେ ଭାଲୁ ଘଉଡାଇବାରେ ବିଫଳ ହେବାରୁ ଉତ୍ତ୍ୟକ୍ତ ଲୋକେ ଭାଲୁକୁ ପ୍ରଥମେ ପଥର ମାଡ କରିବା ପରେ ପରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

Advertisment

ଏମିତିକି ଲୋକେ ଭାଲୁକୁ ପିଟିବା ବେଳେ ବନକର୍ମଚାରୀ ପ୍ରତିରୋଧ କରିବାରୁ ଦୁଇ କର୍ମଚାରୀଙ୍କୁ ମଧ୍ୟ ମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଆହତ ହୋଇଛନ୍ତି ବନକର୍ମଚାରୀ । ଏପଟେ ଡିଏଫଓ କହିଛନ୍ତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ