• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ବଳ ଉପରେ ସବଳର ଅତ୍ୟାଚାର । ନୋଏଡାର ଜଣେ ମହିଳା, ସିକ୍ୟୁରିଟି ଗାର୍ଡ ସହ ଅସଦାଚରଣ କରିବା ସହ ଆକ୍ରମଣ କରିବାର ଭିଡିଓ ଭାଇରାଲ ହେବା ପରେ ଗୁରୁଗ୍ରାମରେ ସମାନ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଲୋକ ଲିଫ୍ଟରେ ଫସିଥିବା ବେଳେ ସାହାଯ୍ୟ ପାଇଁ ଆସି ପହଞ୍ଚିଥିଲେ ଲିପ୍ଟମ୍ୟାନ୍ ଓ ସିକ୍ୟୁରିଟି ଗାର୍ଡ । ହେଲେ ଲିଫ୍ଟରୁ ବାହାରିବା ମାତ୍ର ଧନ୍ୟବାଦ ଦେବା ପରିବର୍ତ୍ତେ ସିକ୍ୟୁରିଟି ଗାର୍ଡ଼କୁ ନିର୍ଧୁମ ମାଡ଼ ମାରିଥିଲେ ସେ । ପୂରା ଘଟଣା ଲିଫ୍ଟ ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗୁରୁଗ୍ରାମର ଦ କ୍ଲୋଜ ନର୍ଥ ସୋସାଇଟିର ୧୪ ମହଲାରେ ରହୁଥିବା ବ୍ୟବସାୟୀ ବରୁଣ ନାଥ ନାମକ ବ୍ୟକ୍ତି ଲିଫ୍ଟରେ କିଛି ସମୟ ପାଇଁ ଫସିଯାଇଥିଲେ । ଫଳରେ ଲିଫ୍ଟରେ ଭିତରେ ଥିବା ଇଣ୍ଟରକମ୍ ଫୋନ ସହାୟତାରେ ସେ ସିକ୍ୟୁରିଟି ଗାର୍ଡ ଅଶୋକଙ୍କୁ ଫୋନ କରିଥିଲେ । ଅଶୋକ୍‌ ଫୋନ୍‌ ପାଇବା ପରେ ତୁରନ୍ତ ୫ ମିନିଟ ମଧ୍ୟରେ ଲିଫ୍ଟମ୍ୟାନକୁ ଧରି ପହଞ୍ଚିଥିଲେ ଓ ବରୁଣଙ୍କୁ ଲିଫ୍ଟରୁ ବାହାର କରିଥିଲେ ।

ଲିପ୍ଟରୁ ବାହାରିବା ପରେ ବରୁଣ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଲିପ୍ଟମ୍ୟାନ୍‌ ଏପରି କରିବାକୁ ବାରଣ କରିବାରୁ ଓଲଟି ପଡ଼ି ତାକୁ ମଧ୍ୟ ଦୁଇ ଚାରି ଚାପୁଡ଼ା ମାରିଥିଲା । ଏହି ସମସ୍ତ ଘଟଣାର ଭିଡିଓ ସିସିଟିଭିରେ କଏଦ୍‌ ହୋଇଛି । ଏବେ ସୋସିଆଲ ମିଡଆରେ ଭିଡିଓ ଘୁରି ବୁଲୁଛି ।

ତେବେ ଏନେଇ ଅଭିଯୋଗ ହେବା ପରେ ଗୁରୁଗ୍ରାମ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବରୁଣକୁ ଗିରଫ କରିଛି । ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଧାରା ୩୨୩ ଓ ୫୦୬ରେ ମାମଲା ରୁଜୁ କରିଛି ।