ସ୍ୱାମୀ ରଖୁଥିଲା ପରକୀୟା ସମ୍ପର୍କ ! ୬ ମାସ ଛୁଆର ତଣ୍ଟି କାଟିଦେଲା ମା’

ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି ।

୬ ମାସ ଛୁଆର ତଣ୍ଟିକାଟିଦେଲା ମା’

ସ୍ୱାମୀର ପରକୀୟା ସଂପର୍କରୁ ଉପୁଜିଥିବା ଦାମ୍ପତ୍ୟ କଳି ପାଇଁ ପୁଅର ତଣ୍ଟିକାଟି ମାରିଦେଲା ମା’ । ବଲାଙ୍ଗିର ଖଲିଆପାଲି ଘଟଣାରେ ଆଜି ଏଭଳି ଟୁଇଷ୍ଟ ଆସିଛି । ଗତକାଲି ନିଜ ଛଅ ମାସର ପୁଅକୁ ତଣ୍ଟିକାଟି ହତ୍ୟା କରିଥିଲା ମା’ ।

ଅଭିଯୁକ୍ତକୁ ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟ ଚାଲାଣ ବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି । ମୀନାଙ୍କ କହିବା କଥା, ସ୍ୱାମୀ ରବୀନ୍ଦ୍ର ନାଗ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବା ସହ ବାରମ୍ବାର ଘରେ କଳିକଜିଆ କରୁଥିଲା ।

ଗତକାଲି ମଧ୍ୟ ପାଟିତୁଣ୍ଡ କରିଥିଲା ସ୍ୱାମୀ । ତେଣୁ ରାଗରେ ଛଅ ମାସର ପୁଅକୁ ହତ୍ୟାକରିଥିବା ଓଟିଭି ଆଗରେ ପ୍ରତିକ୍ରିୟା ରଖିଛି ସ୍ତ୍ରୀ ମୀନା ନାଗ । କିନ୍ତୁ ଗତକାଲି ତା’ ସ୍ତ୍ରୀ ମାନସିକ ରୋଗୀ ଏବଂ ସେହି କାରଣରୁ ପୁଅକୁ ହତ୍ୟା କରିଥିବା କହିଥିଲା ସ୍ୱାମୀ । ସେପଟେ ପୋଲିସ କିନ୍ତୁ ଏ ସଂପର୍କରେ ମୁହଁ ଖୋଲୁନି ।