Rest Of World Coronavirus Omicron Variant Outbreak South Africa Lifts Night Curfew
ସାରା ବିଶ୍ୱରେ କରୋନା ଏବେ ହଇଚଇ ସୃଷ୍ଟି କରିଛି । କେବଳ କରୋନା ମହାମାରୀ ନୁହେଁ ବରଂ ଏହାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ମଧ୍ୟ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । କଡାକଡି ଭାବରେ କଟକଣା ପାଳନ କରାଯାଉଥିବାବେଳେ ଲକ୍ଡାଉନ୍, ସଟ୍ଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।
ଏହାରି ମଧ୍ୟରେ କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ଶୁଣିବାକୁ ମିଳିଛି । ଏଣିକି ଆଉ ରହିବନି କଟକଣା । ନାଇଟ୍ କର୍ଫ୍ୟୁକୁ ମଧ୍ୟ ହଟାଇ ଦିଆଯାଇଛି । କରୋନାର ଚତୁର୍ଥ ଲହର ହ୍ରାସ ପାଇଥିବା କାରଣରୁ ଦକ୍ଷିଣ ଆଫ୍ରିକାରେ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ ଏଠାରେ ଲୋକଙ୍କ ଗତିବିଧି ଉପରେ ଲାଗିଥିବା କଟକଣାମାନଙ୍କୁ ମଧ୍ୟ ହଟାଇଦିଆଯାଇଛି ।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ଟୀକାକରଣ ଏବଂ ସ୍ୱାସ୍ଥ୍ୟ ଦକ୍ଷତା ଆଧାରରେ ମହାମାରୀ ସମ୍ବନ୍ଧୀୟ ପ୍ରତିବନ୍ଧକ ଉପରେ କିଛି ପରିବର୍ତ୍ତନ କରାଯାଇଛି । ସରକାରଙ୍କ ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ, ଦେଶରେ କରୋନା ମାମଲା ଏକ ନିମ୍ନ ସ୍ତରରେ ପହଞ୍ଚିଛି। ଏହି ସମସ୍ତ ସୂଚନାରୁ ଜଣାପଡିଛି ଯେ ଦେଶରୁ ଚତୁର୍ଥ ଲହରର ଭୟ ଦୂର ହୋଇଛି। ଗତ ଡିସେମ୍ବର ୨୫ ଠାରୁ କରୋନାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୯.୭ ପ୍ରତିଶତ ହ୍ରାସ ଘଟିଛି । ତେଣୁ ଇନଡୋର ଇଭେଣ୍ଟରେ ୧୦୦୦ ଲୋକ ଏବଂ ବାହ୍ୟ ଇଭେଣ୍ଟରେ ୨୦୦୦ ଲୋକ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଛି ।
ଏନେଇ କ’ଣ କହୁଛନ୍ତି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକ ?
ହ୍ରାସ ପାଇଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଓମିକ୍ରନ୍ ଉପରେ ଏକ ବିଶ୍ଳେଷଣ ଉପସ୍ଥାପନ କରିଛନ୍ତି । ଏହାସହ ଡାକ୍ତରମାନେ କହିଛନ୍ତି ଯେ, ପ୍ରାୟତଃ ସାମାନ୍ୟ ଅସୁସ୍ଥ ଥିବା ଓମିକ୍ରନର ଆକ୍ରାନ୍ତ ରୋଗୀମାନେ ହିଁ ଚିକିତ୍ସା ପାଇଁ ଆସୁଛନ୍ତି । ଚିକିତ୍ସା ପରେ ସେମାନଙ୍କୁ ଶୀଘ୍ର ଡିସଚାର୍ଜ କରିଦିଆଯାଉଛି ।
ସରକାରୀ ଆକଳନ ଅନୁଯାୟୀ, ଡେଲଟା ଭ୍ୟାରିଆଣ୍ଟ ଲହରରେ ଗୁରୁତର ଅସୁସ୍ଥ ଲୋକଙ୍କ ସଂଖ୍ୟାକୁ ଅପେକ୍ଷା ଓମିକ୍ରନ୍ ଲହରରରେ ଗୁରୁତର ଅସୁସ୍ଥ ଲୋକଙ୍କ ସଂଖ୍ୟା ଏକ ତୃତୀୟାଂଶକୁ ହ୍ରାସ ପାଇଛି ।
ହୁ’(WHO)ର ଚେତାବନୀ
ଗତ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି ଯେ, ଓମିକ୍ରନ୍ ଏବଂ ଡେଲଟା ଭ୍ୟାରିଆଣ୍ଟର ଏକ ପ୍ରକାରର ମିଶ୍ରଣ ହେତୁ ସଂକ୍ରମଣ ମାମଲାରେ 'ସୁନାମି' ଆସିବାର ସମ୍ଭାବନା ରହିଛି । ଯାହାକୁ ନେଇ ସେ ଚିନ୍ତିତ ଅଛନ୍ତି। ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ ଡ଼ ଟେଡ୍ରୋସ ଆଡାନୋମ ଗେବ୍ରେଏସସ କହିଛନ୍ତି, ଡେଲଟା ଏବଂ ଓମିକ୍ରନ୍ ମିଶ୍ରିତ ଫଳରେ ଏମିତି ଏକ ସୁନାମି ଆସିବ ଯାହା ଲୋକଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିନାଶର କାରଣ ହୋଇପାରେ ।
ଏହାସହ ଗେବ୍ରେଏସସ କହିଛନ୍ତି ଯ, 'ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଏହାର ସାମର୍ଥ୍ୟଠାରୁ ଅଧିକ କାର୍ଯ୍ୟ କରୁଛି। ହେଲେ ମଧ୍ୟ ଡେଲଟା ଏବଂ ଓମିକ୍ରନ୍ ପରି ଉଭୟ ସଂକ୍ରମଣ ସଂଖ୍ୟାକୁ ଏକ ରେକର୍ଡକୁ ନେଇଯିବ । ଯାହା ଦ୍ୱାରା ମହାମାରୀ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବ। ତଥାପି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶା କରୁଛି ଯେ ଆସନ୍ତା ବର୍ଷ ସୁଦ୍ଧା ଏହି ମହାମାରୀ ଦୂର ହୋଇଯିବ । ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, କରୋନା ଆକ୍ରାନ୍ତ ହ୍ରାସ ପାଉଥିବା ତଥା ସାମାନ୍ୟ ଲକ୍ଷଣ ସଂକ୍ରମଣକୁ ସୂଚାଉଥିବା ତଥ୍ୟରୁ ଏତେ ଶୀଘ୍ର ଗ୍ରହଣ କରିବା ସମ୍ପୂର୍ଣ୍ଣ ଭୁଲ୍ ଯେ କରୋନା ହ୍ରାସ ପାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641628402.jpg)