Advertisment

କରୋନା: ୫ ରାଜ୍ୟକୁ ଚେତାବନୀ ଦେଲା କେନ୍ଦ୍ର, ନ ମାନିଲେ...

କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ୫ ରାଜ୍ୟକୁ ସତର୍କ ସୂଚନା । ଓଡିଶା ସମେତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ମିଜୋରାମ୍, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

Covid-19

Covid-19

Advertisment

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ୫ ରାଜ୍ୟକୁ ସତର୍କ ସୂଚନା । ଓଡିଶା ସମେତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ମିଜୋରାମ୍, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ରାଜ୍ୟମାନଙ୍କରେ ଦୈନିକ କୋଭିଡ ମାମଲା ଓ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ମାମଲା ଚିହ୍ନଟ ହେବା ପରେ ଏବେ ସାରା ଦେଶରେ ଚିନ୍ତାର ବାତାବରଣ ଖେଳିଯାଇଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଚିଠିଗୁଡ଼ିକରେ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ବିଦେଶୀ ଆଗମନ ଉପରେ କଡା ନଜର ରଖିବା, ବିଶେଷକରି ବିପଦସଙ୍କୁଳ ଦେଶରୁ ଆସିଥିବା ଲୋକଙ୍କର ଜେନମ୍ ସିକ୍ୱେନ୍ସିଂ କରାଇବା ଆଦି ଉପରେ ବିଶେଷ ଗୁରୁତ୍ୱ ଦେବା ।

ନିକଟରେ ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ଗତ ସାତଦିନ ମଧ୍ୟରେ ୭୨୭ ପ୍ରତିଶତ ନୂଆ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଏହା ବ୍ୟତିତ କର୍ଣ୍ଣାଟକର ତୁମକୁର୍ ଜିଲ୍ଲାରେ ମଧ୍ୟ ୧୫୨ ପ୍ରତିଶତ ନୂଆ ମାମଲା ରୁଜୁ ହୋଇଛି । ତାମିଲନାଡୁର ୩ଟି ଜିଲ୍ଲାରେ ବର୍ଦ୍ଦିତ ସଂକ୍ରମଣ ସଂଖ୍ୟା ଏବେ ସେଠାରେ ଚିନ୍ତାର ବିଷୟ ପାଲଟିଛି ।

Advertisment

ସେହିପରି ମିଜୋରାମର ୪ଟି ଜିଲ୍ଲା ମଧ୍ୟରୁ ସାହିଆ ଜିଲ୍ଲାରେ ସର୍ବାଧିକ ୨୩୭ ପ୍ରତିଶତ ଓ ଓଡିଶାର ୬ ଟି ଜିଲ୍ଲା ମଧ୍ୟରୁ ଢେଙ୍କାନାଳରେ ୬୬୭ ପ୍ରତିଶତ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଥିବାର ସରକାରଙ୍କ ରିପୋର୍ଟରେ ଦର୍ଶାଯାଇଛି । କେରଳର କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ନଭେମ୍ବର ୧୯ ରୁ ନଭେମ୍ବର ୨୫ ମଧ୍ୟରେ ଥ୍ରୀସୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨ ଥିବା ବେଳେ ପରବର୍ତ୍ତୀ ସପ୍ତାହରେ ୧୨୮ କୁ ବୃଦ୍ଧି ପାଇଛି ଏବଂ ସେହି ସମୟରେ ମାଲାପୁରାମ ଜିଲ୍ଲାରେ ୭୦ ମୃତ୍ୟୁ ପରବର୍ତ୍ତୀ ସମୟରେ ୧୦୯ ହୋଇଯାଇଛି ।

ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ୍ ଓମିକ୍ରନର ଆଉ ଏକ ମାମଲା ଚିହ୍ନଟ ହୋଇଛି । ଗୁଜୁରାଟର ଜାମନଗରରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାମନଗରରୁ ଚିହ୍ନଟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଆସିଥିଲେ । ବିମାନ ବନ୍ଦରରେ ହୋଇଥିବା ଯାଞ୍ଚରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ସଂକ୍ରମିତଙ୍କ ନମୁନା ସଂଗ୍ରହ କରି ଜିନୋମ୍ ସ୍ୱିକେନ୍ସିଂ ପାଇଁ ପଠାଯାଇଥିଲା ।

Advertisment

ଏହା ପୂର୍ବରୁ କର୍ଣ୍ଣାଟକରେ ନୂଆ ଭ୍ୟାରିଏଣ୍ଟର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଥିଲା । ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି । ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେ କରୋନା ଟିକା ନେଇ ସାରିଥିଲେ । ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ । ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ । ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ ।

ଓମିକ୍ରନ୍ ଭ୍ୟାରିଏଣ୍ଟ ଦ୍ୱାରା ସଂକ୍ରମିତ ମାନେ କରୋନାରୁ ସୁସ୍ଥ ହୋଇଥିଲେ ବି, ପୁଣି ସଂକ୍ରମିତ ହେବାର ଆଶଙ୍କା ରହିଛି । କୋଭିଡ୍ ସଂକ୍ରମଣର ୯୦ ଦିନ ଭିତରେ ଯଦି ପୁଣି ଥରେ ସଂକ୍ରମଣ ହୁଏ, ତେବେ ସେଗୁଡିକ ପୁନଃ ସଂକ୍ରମଣ ତାଲିକାରେ ଗଣାଯାଇଥାଏ । ଉଦବେଗଜନକ କଥା ହେଉଛି ଡେଲ୍ଟା ଓ ବିଟା ଭ୍ୟାରିଏଣ୍ଟ ଠାରୁ ଓମିକ୍ରନ୍‌ର ପୁନଃ ସଂକ୍ରମଣ କ୍ଷମତା ୩ ଗୁଣ ଅଧିକ ରହିଛି ।

COVID-19 Omicron Fears
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ