Odisha to run out of Covishield vaccine in 2-3 days: Top health official
ଦୁଇ ତିନି ଦିନ ଭିତରେ ରାଜ୍ୟରୁ ସରିଯିବ କୋଭିସିଲ୍ଡ ଟିକା । ସବୁ ଜିଲ୍ଲାରେ କମ ସଂଖ୍ୟକ କୋଭିସିଲଡ଼ ଟିକା ଅଛି । ରାଜ୍ୟରେ ଏବେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ କୋଭିସିଲ୍ଡ ରହିଛି । ପୂର୍ବରୁ ସବୁ ଜିଲ୍ଲାରେ କୋଭିସିଲଡ଼ ଟିକା ଦିଆଯାଉଥିଲା ତେଣୁ ପ୍ରିକସନ ଡୋଜ ପାଇଁ ଅଧିକ କୋଭିସିଲ୍ଡ ଦରକାର ହେଉଛି ।
ଧୀରେ ଧୀରେ କୋଭିସିଲ୍ଡ ଟୀକା ସରିଆସିଲାଣି କିନ୍ତୁ ରାଜ୍ୟରେ ପ୍ରାୟ ୭ ଲକ୍ଷ ଡୋଜ କୋଭାକ୍ସିନ ଟିକା ମହଜୁଦ ଅଛି । ତେଣୁ ପର୍ଯ୍ୟାପ୍ତ ପରିମାଣର କୋଭିସିଲଡ଼ ଓ କୋଭାକ୍ସିନ ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ଠିକ ସମୟରେ ଟୀକା ଯୋଗାଇଦେବାକୁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ ରୁ ୫୯ ବର୍ଷ ବୟସ ବର୍ଗରେ ୪ ଲକ୍ଷ ୩୬ ହଜାର ଲୋକ ପ୍ରିକସନ ଡୋଜ ଟିକା ନେଇସାରିଛନ୍ତି ।
ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୮୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବି ସର୍ବାଧିକ ପଜିଟିଭ୍ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ସଂଖ୍ୟା ୫୯୧୧ ଥିବାବେଳେ ୧୨ ଲକ୍ଷ ୮୪ ହଜାର ୮୩୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658147443.jpg)