Advertisment

ଦୈନିକ ସଂକ୍ରମଣ ତଳମୁହାଁ : ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭ ଆକ୍ରାନ୍ତ ଅଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୫୫ ଜଣ ।

ଅଦ୍ୟତନ ହୋଇଛି
corona virus

corona virus

Advertisment

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭ ଆକ୍ରାନ୍ତ ଅଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୫୫ ଜଣ । ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Advertisment

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୮, ବାଲେଶ୍ୱର ଜିଲ୍ଲାରୁ ୨୧, ବରଗଡ଼ ଜିଲ୍ଲାରୁ ୪, ଭଦ୍ରକ ଜିଲ୍ଲାରୁ ୯, ବୌଦ୍ଧ ଜିଲ୍ଲାରୁ ୯, କଟକ ଜିଲ୍ଲାରୁ ୭୧, ଦେବଗଡ଼ ଜିଲ୍ଲାରୁ ୧୦, ଢେଙ୍କାନାଳ ଜିଲ୍ଲାରୁ ୨୩, ଗଜପତି ଜିଲ୍ଲାରୁ ୧, ଗଂଜାମ ଜିଲ୍ଲାରୁ ୬, ଜଗତସିଂହପୁର ଜିଲ୍ଲାରୁ ୨୦, ଢେଙ୍କାନାଳ ଜିଲ୍ଲାରୁ ୨୩, ଗଜପତି ଜିଲ୍ଲାରୁ ୧, ଗଂଜାମ ଜିଲ୍ଲାରୁ ୬, ଜଗତସିଂହପୁର ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୩୬, ଝାରସୁଗୁଡ଼ା ଜିଲ୍ଲାରୁ ୩, କନ୍ଧମାଳ ଜିଲ୍ଲାରୁ ୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯, କେନ୍ଦୁଝର ଜିଲ୍ଲାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୦୯, କୋରାପୁଟ ଜିଲ୍ଲାରୁ ୩, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଂଜ ଜିଲ୍ଲାରୁ ୨୬, ନୟାଗଡ଼ ଜିଲ୍ଲାରୁ ୧୧, ପୁରୀ ଜିଲ୍ଲାରୁ ୨୦, ରାୟଗଡ଼ା ଜିଲ୍ଲାରୁ ୫, ସମ୍ବଲପୁର ଜିଲ୍ଲାରୁ ୧୬, ସୁବର୍ଣ୍ଣପୁର ଜିଲ୍ଲାରୁ ୨, ସୁନ୍ଦରଗଡ଼ ଜିଲ୍ଲାରୁ ୮ ଓ ଷ୍ଟେଟପୁଲରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି ।

୬୦୯ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୦୭୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୮୩୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମତଙ୍କ ସଂଖ୍ୟା ଥିବାବେଳେ ୯୯୧୬୩୦ ଜଣ କରୋନାକୁ ମାତ ଦେଇଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୦୧୨୩୫୨ ନମୁନା ପରୀକ୍ଷଣ ହୋଇଛି ।

Advertisment

ସେପଟେ ରାଜ୍ୟରେ ଆଜି ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ୨୦ ଜଣ, ଅନୁଗୁଳ ଓ ଜଗତସିଂହପୁରରୁ ୯ ଜଣ ଲେଖାଏ , ଖୋର୍ଦ୍ଧାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୪ ଆକ୍ରାନ୍ତ ମୃତ ହୋଇଛି । ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଂଜରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ପୁରୀରୁ ୨ ଲେଖାଏଁ ମୃତ ଓ କଳାହାଣ୍ଡି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୯୦୧କୁ ବୃଦ୍ଧି ପାଇଛି ।

Odisha Corona
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ