Advertisment

ବଢ଼ୁଛି କରୋନା ବିପଦ ! କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି- ଏପ୍ରିଲ ୧୦ ଓ ୧୧ରେ ସାରା ଦେଶରେ ହେବ ଏହି କାମ

ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍‌ଭାଇଜରି ଜାରି କରିଛନ୍ତି।

Mock drill on April 10, 11 to check COVID readiness of hospitals

Mock drill on April 10, 11 to check COVID readiness of hospitals

Advertisment

ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା(COVID Cases) ବୃଦ୍ଧି ପାଇଛି। ଏହାସହ ଇନ୍‌ଫ୍ଲୁଏଞ୍ଜା ମାମଲା ଆହୁରି ଚିନ୍ତା ବଢ଼ାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ ଆଡ୍‌ଭାଇଜରି ଜାରି କରିଛନ୍ତି। ଆଡଭାଇଜରି ଅନୁସାରେ, ଭିଡ଼ ସ୍ଥାନରେ ମାସ୍କ ଲଗାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Advertisment

ଏହାସହ କରୋନା ସଂକ୍ରମଣ ମାମଲା କିପରି ହ୍ରାସ ପାଇବ, ପ୍ରସ୍ତୁତିକୁ ନେଇ ଏପ୍ରିଲ ୧୦ ଓ ୧୧ ତାରିଖରେ ସାରା ଦେଶରେ ଥିବା ସମସ୍ତ ହସ୍ପିଟାଲ୍‌ରେ ମକ୍‌ ଡ୍ରିଲ୍‌( Mock drill)ର ଆୟୋଜନ କରାଯାଇଛି। ଏହି ୨ ଦିନ ହେବାକୁ ଥିବା ମକ୍‌ ଡ୍ରିଲ୍‌ରେ ହସ୍ପିଟାଲ୍‌ରେ ଆଇସିୟୁ ବେଡ୍‌, ମେଡିକାଲ୍‌ ଉପକରଣ, ଅକ୍ସିଜେନ୍‌ ଇତ୍ୟାଦି ଠିକ୍‌ ଭାବେ ଉପଲ୍ଲବ୍ଧ ଅଛି କି ନାହିଁ ସେସବୁର ତଦାରଖ କରାଯିବ। 

ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ, ବଢ଼ୁଥିବା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇନ୍ତି। କେଉଁ ସବୁ ରାଜ୍ୟରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି, ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ଆଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ଡଃ ରାଜୀବ ବହଲ ମିଳିତ ଭାବେ ଜାରି କରିଥିବା ଆଡଭାଇଜରିରେ କହିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ଆଡଭାଇଜରି ଜାରି ହୋଇଛି। 

Advertisment

ଏହି ରାଜ୍ୟରେ ଅଧିକାଂଶ ମାମଲା...

ଜାରି ହୋଇଥିବା ଆଡଭାଇଜରି ଅନୁସାରେ, ଅଧିକାଂଶ କୋଭିଡ୍‌ କେସ୍‌ କେରଳରୁ(୨୬%) ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ର(୨୨%), ଗୁଜରାଟ(୧୪%), କର୍ଣ୍ଣାଟକ(୯%) ଓ ତାମିଲନାଡୁ(୬%)। ଶନିବାର ଜାରି ହୋଇଥିବା ଆଡଭାଇଜରିରେ କୁହାଯାଇଛି ଯେ, ଗତ କିଛି ସପ୍ତାହରେ କିଛି ରାଜ୍ୟରେ କୋଭିଡ୍‌ ଟେଷ୍ଟିଂ ହ୍ରାସ ପାଇଛି। ଏହାସହ ଆହୁରି ମଧ୍ୟ ଦେଖିବାକୁ ମିଳିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଦ୍ୱାରା ନିର୍ଦ୍ଧାରିତ ମାପଦଣ୍ଡ ତୁଳନାରେ ବର୍ତ୍ତମାନ ହେଉଥିବା ଟେଷ୍ଟିଂ ସ୍ତର ପର୍ଯ୍ୟାପ୍ତ ନୁହେଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ  ICMR ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ଟେଷ୍ଟିଂ ବୃଦ୍ଧି ଲାଗି କୁହାଯାଇଛି। ଏହାସହ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। 

Coronavirus COVID19 Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ