Advertisment

କରୋନାରେ ୬, ୫୬୨ ପିଲା ବାପା-ମାଆ ଛେଉଣ୍ଡ

କରୋନାରେ ସାରା ଦେଶରେ ଯେତିକି ପିଲା ବାପା ମାଆ ଛେଉଣ୍ଡ ହୋଇଛନ୍ତି, ସେଥି ମଧ୍ୟରୁ ଦ୍ୱିତୀୟ ସର୍ବାଧିକ ପିଲା ଓଡ଼ିଶାର। ଦେଶରେ ସର୍ବମୋଟ ୭୫ ହଜାର ୩୨୦ ପିଲା ବାପା, ମାଆଙ୍କୁ ହରାଇଥିବା ବେଳେ ଓଡ଼ିଶାରେ ସେଭଳି ପିଲାଙ୍କ ସଂଖ୍ୟା ୬ ହଜାର ୫୬୨ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCR।

କରୋନାରେ ୬, ୫୬୨ ପିଲା ବାପା-ମାଆ ଛେଉଣ୍ଡ

Orphan

Advertisment

ଭୁବନେଶ୍ୱର : କରୋନାରେ ସାରା ଦେଶରେ ଯେତିକି ପିଲା ବାପା ମାଆ ଛେଉଣ୍ଡ ହୋଇଛନ୍ତି, ସେଥି ମଧ୍ୟରୁ ଦ୍ୱିତୀୟ ସର୍ବାଧିକ ପିଲା ଓଡ଼ିଶାର। ଦେଶରେ ସର୍ବମୋଟ ୭୫ ହଜାର ୩୨୦ ପିଲା ବାପା, ମାଆଙ୍କୁ ହରାଇଥିବା ବେଳେ ଓଡ଼ିଶାରେ ସେଭଳି ପିଲାଙ୍କ ସଂଖ୍ୟା ୬ ହଜାର ୫୬୨ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCR। ତେବେ ଏ ସଂଖ୍ୟା ବାସ୍ତବତାଠୁ ଦୂରରେ ଏବଂ ତଳସ୍ତରରୁ ଅନୁଧ୍ୟାନ କଲେ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା।

Advertisment

ପିଲାଟି ବେଳରୁ ଏମାନଙ୍କ ମୁଣ୍ଡ ଉପରେ ଅଜାଡି ହୋଇପଡ଼ିଛି ପାହାଡ଼ ଭଳି ବୋଝ । ହସଖେଳ ବୟସରେ ହିଁ ଏମାନେ ହରାଇ ବସିଛନ୍ତି ଜୀବନର ସବୁ ଖୁସି, ସବୁ ହସ । ସେହିଭଳି ଦୁଇ ଲୋମଳମତୀ ହେଲେ ମୟୂରଭଞ୍ଜ ଜିଲ୍ଲା ଜମୁନାଦେଇପୁର ଗାଁର ଭାଇ ଭଉଣୀ ଶୁଭାଶିଷ ଓ ଶୁଭଲକ୍ଷ୍ମୀ। ବର୍ଷକ ଆଗରୁ ବାପାଙ୍କୁ ହରାଇଥିଲେ। ୩ ମାସ ତଳେ ମହାମାରୀ ଏମାନଙ୍କଠାରୁ ମାଆକୁ ବି ଛଡ଼ାଇ ନେବା ପରେ ଏମାନେ ପାଲଟିଯାଇଛନ୍ତି ନିଶ୍ୱ। ବାପା ସୁନାକର ବାରିକଙ୍କ ବର୍ଷକ ତଳେ ହଠାତ କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ପରେ ଦୁଃଖେ କଷ୍ଟେ ସଂସାର ଚଳାଇ ନ ଉଥିଲେ ମାଆ ମାହେଶ୍ୱରୀ। ହେଲେ ଗତ ଏପ୍ରିଲରେ ସେ ବି କରୋନା କବଳରୁ ବର୍ତ୍ତି ପାରିଲେନି। ଉଭୟ ବାପା ଓ ମାଆଙ୍କୁ ହରାଇ ଏ ଦୁଇ ପିଲା ଏବେ ବେସାହାରା। ନିଜ ଅନିଶ୍ଚିତ ଭବିଷ୍ୟତକୁ ନେଇ ଉଭୟ ଏବେ ମାମୁଁଘରେ ହିଁ ଆଶ୍ରୟ ନେଇଛନ୍ତି।

Advertisment

ସେହିପରି ଆଉ ଜଣେ ୧୨ ବର୍ଷ ବୟସରୁ ବାପା-ମାଆ ଛେଉଣ୍ଡ ଅସହାୟ ବାଳିକା ହେଲେ ଜ୍ୟୋତିଶ୍ରୀ। ଘର ବାଲେଶ୍ୱର ବାଲିଆପାଳ ନୟାବାଲି ଗାଁରେ। ଆଗରୁ ବାପା ଯାଇଥିଲେ କ୍ୟାନସରରେ। ଆଉ କରୋନାରେ ମାଆ ପର କରି ଚାଲିଯିବା ପରେ ଜ୍ୟୋତିଶ୍ରୀର ସାହାରା ସାଜିଛନ୍ତି କେବଳ ତା’ର ବୃଦ୍ଧା ଜେଜେମା।

ତେବେ ଖାଲି ଶୁଭଲକ୍ଷ୍ମୀ କିମ୍ବା ଜ୍ୟୋତିଶ୍ରୀ ନୁହଁନ୍ତି ଏମାନଙ୍କ ଭଳି ରାଜ୍ୟରେ ଆହୁରି ଅନେକ ଶିଶୁଙ୍କୁ ବାପା-ମାଆ ଛେଉଣ୍ଡ କରି ଦେଇଛି ମହାମାରୀ। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCRଙ୍କ ତଥ୍ୟ ଅନୁସାରେ ଓଡ଼ିଶାରେ ଏଇ ବର୍ଷ ଜୁଲାଇ ସୁଦ୍ଧା ମୋଟ ୬ ହଜାର ୫୬୨ ଜଣ ପିଲା ବାପା ଓ ମାଆଙ୍କୁ ହରାଇଛନ୍ତି, ଯାହାକି ମହାରାଷ୍ଟ୍ର ପରେ ଦେଶରେ ଦ୍ୱିତୀୟ ସର୍ବାଧିକ। ଏମାନଙ୍କ ଭିତରୁ ୮୧୮ ଜଣ ଉଭୟ ବାପା ଓ ମାଆଙ୍କୁ ହରାଇଥିବା ବେଳେ ୫ ହଜାର ୭୪୨ ଜଣ ବାପା-କିମ୍ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଛନ୍ତି। ସେହିଭଳି ସମଗ୍ର ଦେଶରେ କରୋନାରେ ମୋଟ ୭୫ ହଜାର ୩୨୦ ପିଲା ବାପା, ମାଆ କିମ୍ବା ଉଭୟଙ୍କୁ ହରାଇ ବେସାହାରା ହୋଇଥିବା ସୁପ୍ରିମକୋର୍ଟରେ ସତ୍ୟପାଠ କରି ଦର୍ଶାଇଛନ୍ତି NCPCR।

Advertisment

ତେବେ ବାସ୍ତବରେ ଏ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । କରୋନା ଓ ଅଣ-କରୋନାରେ ଅନାଥ ହୋଇଥିବା ସବୁ ଶିଶୁଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲାଳନପାଳନ, ଶିକ୍ଷା, ସମାଜିକ ସୁରକ୍ଷା ଭଳି ସବୁ ପ୍ରକାର ଯୋଜନା କରିଥିବାରୁ ସମସ୍ତ ପିଲାଙ୍କୁ ଚିହ୍ନଟ କରାଯାଇ ଯୋଜନାରେ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି SCPCR ଅଧ୍ୟକ୍ଷା ସାବତୀ ପ୍ରଧାନ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଯଦି ଖୋଦ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହୁଛନ୍ତି ଯେ NCPCR ଦେଇଥିବା ତଥ୍ୟଠାରୁ ଓଡ଼ିଶାରେ ବେଶି ପିଲା ବାପାମାଙ୍କୁ ହରାଇଛନ୍ତି, ରାଜ୍ୟ ସରକାର ସଠିକ୍ ତଥ୍ୟ ପଦାକୁ ଆଣୁ ନାହାଁନ୍ତି କାହିଁକି ?

COVID-19 Orphan Children In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ