Advertisment

ସତର୍କ ଘଣ୍ଟି ! ! ! ପୁଣି ଡରାଇଲାଣି କରୋନା ! ୧୧୪ ଦିନ ପରେ ଦିନକରେ ଚିହ୍ନଟ ହେଲେ ୫୦୦ ନୂଆ କେସ୍‌

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ୧୧୪ ଦିନ ପରେ ଦିନକରେ ଅର୍ଥାତ୍‌ ରବିବାର ଦିନ ୫ ଶହରୁ ଅଧିକ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୧୮ରେ ୫୦୦ ନୂଆ କେସ୍‌ ସାମ୍ନାକୁ ଆସିଥିଲା।

ଅଦ୍ୟତନ ହୋଇଛି
India Corona Latest News

Daily covid cases cross 500 for the first time after 113 days

Advertisment

ଦେଶରେ ଗୋଟିଏ ପଟେ H3N2 ଇନଫ୍ଲୁଏନ୍‌ଜା ମାମଲା ଲଗାତାର ଭାବେ ବଢ଼ୁଥିବା ବେଳେ ଅନ୍ୟପଟେ କରୋନା ସକଂମ୍ରଣ ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଡାଟା ଅନୁସାରେ, ୧୧୪ ଦିନ ପରେ ଦିନକରେ ଅର୍ଥାତ୍‌ ରବିବାର ଦିନ ୫୨୪ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ୧୮ରେ ୫୦୦ ନୂଆ କେସ୍‌ ସାମ୍ନାକୁ ଆସିଥିଲା। ଏହାସହ ଦେଶରେ କରୋନା ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩,୬୧୮କୁ ବୃଦ୍ଧି ପାଇଛି। କେରଳରେ ସଂକ୍ରମଣ ହେତୁ ଜଣେ ରୋଗୀଙ୍କ ମୃତ୍ୟୁ ପରେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୭୮୧ରେ ପହଞ୍ଚିଛି।

Advertisment

ବଢ଼ୁଛି ମାମଲା...

ଗତ ୭ ଦିନରେ କରୋନା ସଂକ୍ରମଣ ମାମଲା ଦ୍ୱିଗୁଣା ହୋଇଛି। ଗତ ୭ ଦିନରେ ୨୬୭୧ ନୂଆ କେସ୍‌ ସାମ୍ନାକୁ ଆସିଛି। ଯାହାକି ଗତ ୭ ଦିନରେ ୧୮୦୨ କୋଭିଡ୍‌ କେସ୍‌ ତୁଳନାରେ ପ୍ରାୟ ୫୦% ବୃଦ୍ଧି ପାଇଛି। ଏହି ୭ ଦିନ ମଧ୍ୟରେ ଯେଉଁସବୁ ରାଜ୍ୟରୁ କୋଭିଡ୍‌ର ନୂଆ କେସ୍‌ ସାମ୍ନାକୁ ଆସିଛି ସେଥିମଧ୍ୟରୁ ସବୁଠାରୁ ଅଧିକ କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତାମିଲନାଡୁ ଓ ତେଲେଙ୍ଗାନା ରହିଛି। ଗତ ୧୧ ଦିନ ମଧ୍ୟରେ ଭାରତରେ ସାପ୍ତାହିକ ହାରାହାରି ମାମଲା ଦ୍ୱିଗୁଣିତ ହୋଇଛି। ଫେବୃଆରୀ ୨୮ରେ ଏହି ହାରାହାରି ୧୯୩ ଥିଲା, ମାର୍ଚ୍ଚ ୧୧ରେ ଏହା ୩୮୨କୁ ବୃଦ୍ଧି ପାଇଛି। 

ଭାରତରେ H3N2 ଇନଫ୍ଲୁଏନ୍‌ଜା ଭାଇରସ୍‌ ଜୀବନ ନେବା ପରେ ଛନକା...

ସେପଟେ H3N2 ଇନଫ୍ଲୁଏନ୍‌ଜା ଭାଇରସ୍‌ ଭାରତରେ ପ୍ରଥମ ଜୀବନ ନେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି । H3N2 ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର କର୍ଣ୍ଣାଟକରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ହରିୟାଣାରେ ମଧ୍ୟ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାପରେ ଦେଶର ଅନ୍ୟ ରାଜ୍ୟକୁ ଏ ଭୂତାଣୁ ବ୍ୟାପୁଥିବା ଅନୁମାନ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: H3N2 କାହା ପାଇଁ ବିପଦ ? ଲକ୍ଷଣ ଥିଲେ କ’ଣ କରିବେ, କ’ଣ କରିବେନି

ଥଣ୍ଡା, କାଶ ଓ ଗଳା ଦରଜ ଭଳି ଲକ୍ଷଣ ରଖୁଥିବା ଏ ଭାଇରସ୍‌ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପରେ ଏନେଇ ସତର୍କତା ଅବଲମ୍ବନ ଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସତର୍କତା ଜାରି କରିଛନ୍ତି।

Coronavirus COVID-19 COVID In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ