Advertisment

ଦିନକରେ ଦେଶରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ଜରୁରୀ ବୈଠକ ଡାକିଲେ ଦିଲ୍ଲୀ ସରକାର

୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
COVID Cases Rise In India

COVID cases rise in india

Advertisment

ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛିା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ପ୍ରତିଦିନ ପଜିଟିଭିଟି ରେଟ୍ ୨.୭କୁ ପହଞ୍ଚିଥିବା ବେଳେ ସାପ୍ତାହିକ ହାର ୧.୭୧ ପ୍ରତିଶତକୁ ବୃଦ୍ଧି ପାଇଛିା ବିଶେଷ ଭାବେ ଦିଲ୍ଲୀ, ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।

Advertisment

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିରେ କିପରି ବ୍ରେକ୍‌ ଲାଗିବ ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଜରୁରୀ ବୈଠକ ଡାକିଛନ୍ତି ରାଜ୍ୟ ସରକାର। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଆଲୋଚନା କରିବେ।ଦିଲ୍ଲୀରେ କୋଭିଡ୍ ହସ୍ପିଟାଲ୍‌କୁ ପୁଣି ଥରେ ଚାଲୁ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଲର୍ଟ ମୋଡ୍‌ରେ ରଖିବା ଉପରେ ଗୁରୁତ୍ୱ ଦିଆଯାଇପାରୋ ଏହାସହ ଦିଲ୍ଲୀରେ ପୁଣିଥରେ କରୋନା କଟକଣା ଲାଗିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସୂଚନାଥାଉ କି, ଗତକାଲି ଦିଲ୍ଲୀରେ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ଗତବର୍ଷ ଅଗଷ୍ଟ ୩୧ ପରେ ସବୁଠୁ ଅଧିକ। ପଜିଟିଭିଟି ରେଟ୍ ବି ୧୩ ପ୍ରତିଶତ ବଢ଼ିଛିା ଗତ ସପ୍ତାହରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାରଙ୍କୁ ସତର୍କ ରହିବା ନେଇ ପରାମର୍ଶ ଦିଆଯାଇଥିଲା। ା ସେପଟେ ଓଡ଼ିଶା ରେ ଏବେ ଆକଟିଭ୍ କେସ୍ ୧୨୬ ରହିଛିା  ସବୁଠୁ ବଡ଼ ଆଶ୍ୱସ୍ତିକର ହେଉଛି, ଦେଶରେ ଏବେ ସୁସ୍ଥତା ହାର ପ୍ରାୟ ୯୯ ପ୍ରତିଶତ ରହିଛି। 

Advertisment
Coronavirus COVID-19 COVID In India India COVID Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ