Advertisment

ଆଜିଠାରୁ ଖୋଲିଲା ୩ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

ଆଜିଠାରୁ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। କୋଭିଡ କଟକଣା ଭିତରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
ଆଜିଠାରୁ ଖୋଲିଲା ୩ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

temple

Advertisment

ଭୁବନେଶ୍ୱର: ଆଜିଠାରୁ କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି। କୋଭିଡ କଟକଣା ଭିତରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲି ଥିବାବେଳେ ସିଏମ୍‌ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ତାହା କଟକ ମହାନଗର ନିଗମ ନିଷ୍ପତ୍ତି ନେବ। ତେବେ ଧବଳେଶ୍ୱର ମନ୍ଦିର ଖୋଲିବ ନାହିଁ ବୋଲି ଜଣାପଡ଼ିଛି।

Advertisment

ଯାଜପୁରର ବିରଜା ମନ୍ଦିର ମଧ୍ୟ ଆଜିଠାରୁ ଖୋଲିଛି। ସେପଟେ କେନ୍ଦ୍ରାପଡ଼ାର ସମସ୍ତ ଧର୍ମାନୁଷ୍ଠାନ ଖୋଲିିବା ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି।ମନ୍ଦିରରେ ପ୍ରବେଶ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ। ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମନ୍ଦିରରେ ପ୍ରବେଶ ମନା।ମନ୍ଦିରରେ ନିୟମିତ ସାନିଟାଇଜେସନ ଓ କୋଭିଡ୍ କଟକଣା ପାଳନ ଉପରେ ଗୁରୁତ୍ୱ ଦିଆଯିବ। ଏଥିସହ ପୂଜକମାନଙ୍କର ନିୟମିତ ବ୍ୟବଧାନରେ କୋଭିଡ୍ ପରୀକ୍ଷା କରାଯିବ।

ଅନ୍ୟପକ୍ଷେ, ଗୁପ୍ତେଶ୍ୱର ମନ୍ଦିରକୁ ଛାଡ଼ି କୋରାପୁଟ ଜିଲ୍ଲାର ସବୁ ମନ୍ଦିର ଖୋଲିବ ବୋଲି ଜଣାପଡ଼ିଛି। ପୁରୀର ସବୁ ମନ୍ଦିର ଖୋଲିଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର କେବେ ଖୋଲିବ ସେ ନେଇ ଆଜି ଏକ ବୈଠକ ହେଉଛି। ଶ୍ରୀମନ୍ଦିର ପ୍ରଶାସନର ଏହି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ?  ଯଦି ଖୋଲିବ, କେମିତି ବ୍ୟବସ୍ଥା କରାଯିବ, ତାହା ସ୍ଥିର କରାଯିବ। ସକାଳ ୧୧ଟାରେ ଭିଡିଓ କନ୍‌ଫରେନ୍ସିଂରେ ଏହି ବୈଠକ ହେବ। 

Advertisment

ସୂଚନାଥାଉ କି, ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାୟୀ, ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଖୋଲା ରହିବ ଦୋକାନ ବଜାର। ଅଗଷ୍ଟ ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ମାସକ ପାଇଁ ଅର୍ଥାତ ସେପ୍ଟେମ୍ବର ପହିଲା ଯାଏ ଲାଗୁ କରାଯାଇଛି। ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି। ରାଜ୍ୟ ଭିତରେ ବସ୍ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ଯାଇପାରିବେ । ଉଭୟ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳକୁ ଅନୁମତି ମିଳିଛି । ଯାତ୍ରା, ଅପେରା ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ। ଅଫିସିଆଲ ମିଟିଂରେ ଶହେ ଏବଂ ଉଦଘାଟନ ଓ ଶିଳାନ୍ୟାସରେ ୩୦ ଜଣଙ୍କୁ ଅନୁମତି ଦେବାକୁ ଗାଇଡଲାଇନରେ ରହିଛି।

Advertisment
Odisha Reopening Of Temples Odisha Temple Reopening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ