Advertisment

କରୋନାରେ ଚାଲିଗଲା ୨ ଶିଶୁକନ୍ୟାଙ୍କ ଜୀବନ

କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁ କନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ୨ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ରୁ ସୂଚନା ଦିଆଯାଇଛି।

ଅଦ୍ୟତନ ହୋଇଛି
children infected with Covid19 succumb to the virus

children infected with Covid19 succumb to the virus

Advertisment

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁକନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ୨ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ରୁ ସୂଚନା ଦିଆଯାଇଛି। ମୃତ ୫ ମାସର ଶିଶୁକନ୍ୟା ହୃଦ୍‌ରୋଗରେ ଆକ୍ରାନ୍ତ ଥିଲେ। ସେହିପରି କଟକ ଜିଲ୍ଲାର ମୃତ ଶିଶୁକନ୍ୟା ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲେ। ସେ ମାତ୍ର ୧୨ ଦିନର ଥିଲେ। 

Advertisment

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ମୃତ୍ୟୁ ଅଡିଟ୍ ତଥ୍ୟରୁ ଏହି ସୂଚନା ମିଳିଛି। ଆଗରୁ ମଧ୍ୟ ଅନ୍ୟ କରୋନାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା।୨୫ ତାରିଖରେ ଭୁବନେଶ୍ୱରର ବର୍ଷକର ଜଣେ ପୁଅର ମୃତ୍ୟୁ ହୋଇଥିବା ବେଳେ ୨୬ ତାରିଖରେ ବଲାଙ୍ଗିରର ୩ ମାସର ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା।ସେପଟେ ୨୪ ଘଣ୍ଟାରେ ପୁଣି ୧୦୬ ଶିଶୁ ଓ କିଶୋର ସଂକ୍ରମିତ ହୋଇଛନ୍ତି। କରୋନାରେ ଶିଶୁଙ୍କ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଚିନ୍ତା ପ୍ରକାଶ ପାଇଛି।

ସେହିପରି, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣ ଶିଶୁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପିଲା SNCUରେ ଚିକିତ୍ସିତ ହେଉଥିବା ବେଳେ ଆଉ ୮ ଜଣଙ୍କ ବୟସ ମାସକରୁ ଅଧିକ ଅଛି। ଅଭିଭାବକଙ୍କ ସହମତିରେ ୨ ଜଣଙ୍କୁ କଟକ ରେଫର କରାଯାଇଛି। ବାଲେଶ୍ୱର CDMO ଦୁଲାଲସେନ ଜଗଦେବ ଏହି ସୂଚନା ଦେଇଛନ୍ତି। ତୃତୀୟ ଲହରରେ କରୋନା ଶିଶୁଙ୍କୁ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ବାଲେଶ୍ୱରରେ ପିଲାଙ୍କ ପାଇଁ ୪୦ଟି ବେଡ୍ କରାଯିବାର ବ୍ୟବସ୍ଥା ହୋଇଛି।  

Advertisment

ଅନ୍ୟପକ୍ଷେ, ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୯୭ରେ ପହଞ୍ଚିଛି। ଚିହ୍ନଟ ନୂଆ ପଜିଟିଭ୍‌ଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଆକ୍ରାନ୍ତ ଅଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୪୧ଜଣ ଅଛନ୍ତି। 

Advertisment

ତୃତୀୟ ଲହରରେ ପିକ୍ ବଢିପାରେ। ଦ୍ୱିତୀୟ ଲହରରେ ପିକ୍‌ ୧୦ ହଜାର ପର୍ଯ୍ୟନ୍ତ ଯାଇ ଥିବାବେଳେ ତୃତୀୟ ଲହରରେ ଏହା ବଢିପାରେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କହି ପାର୍ବଣ ପରିପ୍ରେକ୍ଷୀରେ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ଉପରେ ନଜର ରହିଛି।ସଠିକ ସମୟରେ ରାଜ୍ୟ ସରକାର ପାର୍ବଣ ପାଇଁ ଗାଇଡ୍‌ଲାଇନ୍‌ ଆଣିଛନ୍ତି। କରୋନା ସଂକ୍ରମଣ ରୋକିବାକକୁ ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସେପଟେ ତୃତୀୟ ଲହର ପାଇଁ ପ୍ରସ୍ତୁତ ଥିବା ବିଏମ୍‌ସି କମିଶନର କହିଛନ୍ତି।   

Odisha COVID19 Cases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ