Advertisment

ନିଷ୍ଠା ବଦଳାଇଦେଲା ଭାଗ୍ୟ; ଚାଷୀ ପୁଅ ଆଜି ଆମେରିକାରେ ସବୁଠୁ ଧନୀ !

ଜୟ ଚୌଧୁରୀ ୧୯୮୦ ମସିହାରେ ଆମେରିକା ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଚାକିରି କରିଥିଲେ । ପରେ ୧୯୯୬ ମସିହାରେ ଜୟ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଚାକିରି ଛାଡିଥିଲେ ।

ଅଦ୍ୟତନ ହୋଇଛି
World’s richest IITian grew up without electricity but earned Rs 71,189 crore

World’s richest IITian grew up without electricity but earned Rs 71,189 crore

Advertisment

ଗରିବ ପୁଅ ଆଜି ଆମେରିକାରେ ଧନୀ । ଆମେରିକାରେ ରହୁଥିବା ଭାରତୀୟମାନଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛନ୍ତି ଜୟ ଚୌଧୁରୀ । ସେ ଦିନେ ଗରିବ ଘରର ଚାଳ ଘରେ ରହୁଥିଲେ । ପାଠ ପଢ଼ିବାକୁ ସଂଘର୍ଷ କରୁଥିଲେ । ପଢ଼ିବା ପାଇଁ ନଥିଲା ସୁବିଧା, ବିଜୁଳି ଆଲୁଅ ଥିଲା ସ୍ୱପ୍ନ । ମିଞ୍ଜି ମିଞ୍ଜି ଆଲୁଅରୁ ନିଜର ଭବିଷ୍ୟତ ଗଢ଼ି ଆଜି ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ।

Advertisment

ଜୟ ଚୌଧୁରୀ... ଆଜି ସେ ଏକ ପ୍ରେରଣାଦାୟକ ଜୀବନ ଅତିବାହିତ କରୁଛନ୍ତି । ୨୦୦୮ରେ ପ୍ରତିଷ୍ଠା କରିଥିବା ସାଇବର ସିକ୍ୟୁରିଟି କମ୍ପାନୀ Zscalerର ସିଇଓ ଅଛନ୍ତି ଜୟ । ୨୦୦୮ ମାର୍ଚ୍ଚ ମାସରେ ଏହି କମ୍ପାନୀର ଉଦ୍‌ଘାଟନ ହୋଇଥିଲା । ଆଉ ବର୍ତ୍ତମାନ ସେ ଆମେରିକାରେ ସମସ୍ତ ଭାରତୀୟଙ୍କ ମଧ୍ୟରୁ ଧନୀ ହୋଇଛନ୍ତି ।

ଦିଆଯାଇଥିବା ସୂଚନା ଅନୁସାରେ ଜୟ ଚୌଧୁରୀ ୧୯୮୦ ମସିହାରେ ଆମେରିକା ଯାଇଥିଲେ । ସେଠାରେ ଏକ କମ୍ପାନୀରେ ଚାକିରି କରିଥିଲେ । ପରେ ୧୯୯୬ ମସିହାରେ ଜୟ ଏବଂ ତାଙ୍କ ପତ୍ନୀ ଜ୍ୟୋତି ଚାକିରି ଛାଡିଥିଲେ । ଚାକିରି ଛାଡ଼ିବା ପରେ ଉଭୟ ମିଶି ସିକ୍ୟୁରିଟି ନାମକ ଏକ ଫାର୍ମ ଆରମ୍ଭ କରିବା ପାଇଁ ସ୍ଥିର କରିଥିଲେ । ପରେ ପରେ ଚାକିରି କରିଥିବା ସମୟର ସମସ୍ତ ସଞ୍ଚୟକୁ ବ୍ୟବହାର କରି କମ୍ପାନୀ ଛିଡ଼ା କରିଥିଲେ । ଯାହା ଆଜି ତାଙ୍କୁ ଏକ ନୂତନ ପରିଚୟ ଦେଇଛି ।

Advertisment

ଜୟ ଚୌଧୁରୀ ହେଉଛନ୍ତି ଜଣେ ଭଦ୍ର ଓ ନମ୍ର ବ୍ୟକ୍ତି । ତାଙ୍କର ଲୋକଙ୍କ ପ୍ରତି ବ୍ୟବହାର ବହୁତ ଭଲ । ହିମାଚଳ ପ୍ରଦେଶ ଉନାଓର ଏକ ଛୋଟ ଗାଁରେ ତାଙ୍କର ଜନ୍ମ । ଜୟଙ୍କ ବାପା ଜଣେ କୃଷକ ଥିଲେ । ସେ ଗାଁରେ ପଠପଢ଼ିବା ସହ ତାଙ୍କ ଗରିବ ପରିବାର ସହିତ ରହୁଥିଲେ ।

ଜୟ ଚୌଧୁରୀ Zscaler କମ୍ପାନୀ ପୂର୍ବରୁ ଅନ୍ୟ ୪ଟି ଛୋଟ କମ୍ପାନୀ ମଧ୍ୟ କରିଥିଲେ । ସେଗୁଡ଼ିକର ନାଁ ହେଉଛି ସିକ୍ୟୁରିଟ୍, କୋରହର୍ବର୍, ସାଇବର୍ ଟ୍ରଷ୍ଟ ଏବଂ ଏୟାରଡିଫେନ୍ସ । ଏହି ସମସ୍ତ କମ୍ପାନୀର ବ୍ୟବସାୟ ମଧ୍ୟ ବହୁତ ଭଲ ରହିଥିଲା ।

Advertisment

ଜୟ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ବିଏଚୟୁରୁ ସ୍ନାତକ ହାସଲ କରିଛନ୍ତି । ପରେ ସେ କମ୍ପ୍ୟୁଟର ଇଞ୍ଜିନିୟରିଂରେ ମାଷ୍ଟର, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂରେ ମାଷ୍ଟର ଏବଂ ସିନ୍ସିନାଟି ବିଶ୍ୱବିଦ୍ୟାଳୟରୁ ଏମବିଏ ସାରିଛନ୍ତି । ବର୍ତ୍ତମାନ ଜୟ ଚୌଧୁରୀଙ୍କ ସମ୍ପତ୍ତି ମୂଲ୍ୟ ୭୧,୧୮୯ କୋଟି ଟଙ୍କା ରହିଛି ।

America
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ