Advertisment

Mushroom Farming: ଛତୁ ପାଲଟିଛି ଛତା...ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମହିଳା

ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ନରସିଂହପୁର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷ ବିଷୟରେ ତାଲିମ ମିଳିବା ପରେ ସେମାନେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଏବେ ମହିଳା ମାନେ ଧିଙ୍ଗିରି ଛତୁ ଚାଷ କରୁଛନ୍ତି । ଆଗକୁ ପାଳ ଛତୁ ଚାଷ କରିବା ପାଇଁ ଯୋଜନା କରିଛନ୍ତି।

ଅଦ୍ୟତନ ହୋଇଛି
ଛତୁ ଚାଷ

ଛତୁ ଚାଷ

Advertisment

ନଡ଼ାରେ ଫୁଟିଛି ଛନ ଛନିଆ ଛତୁ। ରୂପ ଯେମିତି ଖାଇବାକୁ ବି ସେମିତି ସୁଆଦିଆ। ଆଉ ସବୁଠାରୁ ବଡ଼ କଥା ହେଉଛି ଏହାକୁ ଚାଷ କରି ସ୍ୱାବଲମ୍ୱୀ ହୋଇଛନ୍ତି ମହିଳାମାନେ। ଆଉ ଛତୁ ବିକ୍ରୀ କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କଟକ ନରସିଂହପୁର ନୂଆ ବଡ଼ ଭୁଇଁ ଗାଁର ମାଆ ବ୍ରାହ୍ମଣିଦେଇ ଗୋଷ୍ଠୀ ଓ ଶ୍ରୀ କୃଷ୍ଣ shg ଗ୍ରୁପର ୨୦ରୁ ଉର୍ଦ୍ଧ୍ବ ମହିଳା ମିଶି କରୁଛନ୍ତି ଛତୁ ଚାଷ। କମ୍ ଖର୍ଚ୍ଚ ଓ କମ୍ ସମୟରେ ହେଉଛି ଭଲ ରୋଜଗାର। ଦିନକୁ ୩ରୁ ୪ ଘଣ୍ଟା ପରିଶ୍ରମ କରି ଲାଭବାନ ହେଉଛନ୍ତି ସେମାନେ। ମିଶନ ଶକ୍ତି ଜରିଆରେ ତାଲିମ ନେଇ ସେମାନେ ଛତୁ ଚାଷ କରୁଛନ୍ତି।

Advertisment

କିଏ ନଡ଼ା କାଟୁଛି ତ ପୁଣି କିଏ ଏହାକୁ ପାଣିରେ ଭିଜାଇବା କାମରେ ଲାଗିପଡ଼ିଛନ୍ତି। ଘର କାମ ସାରି ଏହି କାମରେ ଲାଗି ପଡନ୍ତି ମହିଳାମାନେ। ଛତୁ ଚାଷ ପାଇଁ କମ୍ ଜାଗାରେ ପ୍ରସ୍ତୁତ ହୋଇଛି ସବୁଜ ଘର। ଦିନକୁ ପ୍ରାୟ ୧୦ରୁ ୧୫ କେଜି ଛତୁ ଉତ୍ପାଦନ ହେଉଛି। ଏହାକୁ ବଜାରରେ ବିକ୍ରି ଲାଭବାନ ହେଉଛନ୍ତି ମହିଳା ।

ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ନରସିଂହପୁର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛତୁ ଚାଷ ବିଷୟରେ ତାଲିମ ମିଳିବା ପରେ ସେମାନେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଏବେ ମହିଳା ମାନେ ଧିଙ୍ଗିରି ଛତୁ ଚାଷ କରୁଛନ୍ତି । ଆଗକୁ ପାଳ ଛତୁ ଚାଷ କରିବା ପାଇଁ ଯୋଜନା କରିଛନ୍ତି।

Advertisment

ତେବେ ମଞ୍ଜି ପାଇଁ ଏମାନକୁ ବହୁ ଦୂରକୁ ଯିବାକୁ ପଡୁଥିବାରୁ ସରକାର ଯଦି ଆଖପାଖରେ ଗୋଟିଏ ମଞ୍ଜି ୟୁନିଟ ଓ ଶୀତଳ ଭଣ୍ଡାର ଖୋଲି ଦିଅନ୍ତେ ତେବେ ଉପକୃତ ହୋଇପାରନ୍ତେ ମହିଳାମାନେ ।

ଛତୁଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି ମହିଳାମାନେ। ଆଉ ସମାଜ ପାଇଁ ସାଜିଛନ୍ତି ଆଦର୍ଶ ।

Advertisment

(ନରସିଂହପୁରରୁ ସର୍ବେଶ୍ୱର ସ୍ବାଇଁଙ୍କ ରିପୋର୍ଟ)

Mission Shakti Women In Business Mushroom Cultivation Mushroom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ