Advertisment

Today Gold Price- 8th Nov : ସ୍ଥିର ରହିଛି ସୁନା ଦର, ଜଲ୍‌ଦି କରନ୍ତୁ, ଘରକୁ ଆଣନ୍ତୁ ସୁନା ଗହଣା

ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦,୫୦୦ ଟଙ୍କା ରହିଛି ।

gold price today

gold price today

Advertisment

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦ ହଜାର ୫୦୦ ଟଙ୍କା ରହିଛି ।

Advertisment

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୮ ହଜାର ୪୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪ ହଜାର ୦୦୦ ଟଙ୍କା, ୩୯, ୭୦୦ ଟଙ୍କା ଓ ୩୧, ୨୦୦ ଟଙ୍କା ରହିଛି । ସୁନା କଏନ୍‌ର ମୂଲ୍ୟ ୪୦,୨୦୦ ଟଙ୍କାରେ ପହଞ୍ଚିଛି ।

କଟକ ରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୪୫ (ଜିଏସ୍‌ଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୯୦ (କ୍ୟାସ ୯୯୫) ଟଙ୍କା ରହିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୫୮,୨୦୦ ଟଙ୍କାରେ କାରବାର ହେଉଛି ।

Advertisment

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।

Gold Price Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ