Today Gold Price- 15th Nov 2022 :ବଢିଲା ସୁନା ଦର, କେତେ ଅଛି ସୁନା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

ବଢିଲା ସୁନା ଦର । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଗତକାଲି ସୁନା ଦର ଅପେକ୍ଷା ଆଜି ସୁନା ଦର ବୃଦ୍ଧି ରହିଛି ।

gold price today

News Summary

ଜାଣନ୍ତୁ ଆଜିର ସୁନା ଦର

ବିବାହ ଋତୁ ଆରମ୍ଭ ହୋଇସାରିଥିବା ବେଳେ ଜୋରସୋରରେ ଗହଣା କିଣା ଚାଲିଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୯୦୦ ଥିବାବେଳେ ଆଜି ବୃଦ୍ଧି ପାଇ ୨୩ କ୍ୟାରେଟ୍ ସୁନା ଦର ୫୨,୩୦୦ ରହିଛି ।

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୦,୨୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫, ୭୦୦ ଟଙ୍କା, ୪୧,୨୦୦ ଟଙ୍କା ଓ ୩୨, ୪୦୦ ଟଙ୍କା ରହିଛି । ସୁନା କଏନ୍‌ର ମୂଲ୍ୟ ୪୧,୭୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୨,୭୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।