୨୦ ହଜାର ପାଖରେ ଥିଲାବେଳେ ଚାକିରି ଛାଡ଼ିଥିଲେ, ଏବେ ତାଙ୍କର ୨୦୦ କୋଟିର କମ୍ପାନୀ !

ବିରଜା ରାଉତ ବେଙ୍ଗାଲୁରୁର ବାସିନ୍ଦା । ବେଙ୍ଗାଲୁରୁକୁ ଭାରତର ଷ୍ଟାର୍ଟଅପ୍ ହବ୍ ମଧ୍ୟ କୁହାଯାଏ । ରାଉତ ଇନଫୋସିସ୍ ଭଳି ଏକ ବଡ ଆଇଟି କମ୍ପାନୀରେ କାମ କରୁଥିଲେ । ଦିନେ ତାଙ୍କୁ ବହୁତ ସ୍ୱାଦିଷ୍ଟ ବରଗର ଖାଇବାକୁ ମିଳିଥିଲା ।

Success Story

ଇଚ୍ଛା ଶକ୍ତି ଆଉ ସଠିକ୍‌ ପ୍ଲାନ୍‌ ଥିଲେ ସବୁ କିଛି ସମ୍ଭବ । ଏହାକୁ ପମାଣିତ କରି ଦେଖାଇଛନ୍ତି ବିରଜା ରାଉତ । ସେ କହିଛନ୍ତି ଯଦି ଆପଣଙ୍କର ସଠିକ୍ ପ୍ଲାନ୍‌, ଉଦେଶ୍ୟ ଏବଂ କାମ କରିବା ପାଇଁ ଉତ୍ସର୍ଗୀକୃତ ମନୋଭାବ ଥିବ ତେବେ ସଫଳତା ନିଶ୍ଚୟ ପାଇବେ । ଜଣେ ଆଇଟି ପ୍ରଫେସନାଲ ହୋଇଥିଲେ ମଧ୍ୟ ସେ ଏକ ଖାଦ୍ୟ ବ୍ୟବସାୟ ଆରମ୍ଭ କରିଥିଲେ । ଏକ ବଡ଼ ଆଇଟି କମ୍ପାନୀରେ କାମ କରିବାବେଳେ ଏକ ସୁସ୍ୱାଦୁ ବରଗର ତାଙ୍କ ଜୀବନକୁ ବଦଳାଇ ଦେଲା । ସେଇ ସୁସ୍ୱାଦୁ ବର୍ଗର ଖାଇବା ପରେ ସେ ନିଜେ କମ୍ପାନୀ ଖୋଲି ବରଗର ବିକ୍ରୟ କରିବା ପାଇଁ ସ୍ଥିର କଲେ ।

ତାଙ୍କ ପାଖରେ ଯେତେବେଳେ କେବଳ ୨୦ ହଜାର ଟଙ୍କା ଜମା ପୁଞ୍ଜି ରହିଥିଲା, ସେତେବେଳେ ସେ ଚାକିରି ଛାଡ଼ି ବରଗର ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପଥ ପ୍ରସ୍ତୁତ କଲେ । ଏବେ ତାଙ୍କର ସେହି ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେଲା । ଆଜି ସେ 'ବିଗିଜ୍‌ ବରଗର' ନାମକ ଏକ କମ୍ପାନୀର ମାଲିକ । ଏହି କମ୍ପାନୀ ଏବେ ଦେଶ ବିଦେଶରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛି ।

ଏବେ ଆସନ୍ତୁ ଜାଣିବା ବିରାଜ ରାଉତଙ୍କ ପୁରା କାହାଣୀ...

ବିରଜା ରାଉତ ବେଙ୍ଗାଲୁରୁର ବାସିନ୍ଦା । ବେଙ୍ଗାଲୁରୁକୁ ଭାରତର ଷ୍ଟାର୍ଟଅପ୍ ହବ୍ ମଧ୍ୟ କୁହାଯାଏ । ରାଉତ ଇନଫୋସିସ୍ ଭଳି ଏକ ବଡ ଆଇଟି କମ୍ପାନୀରେ କାମ କରୁଥିଲେ । ଦିନେ ତାଙ୍କୁ ବହୁତ ସ୍ୱାଦିଷ୍ଟ ବରଗର ଖାଇବାକୁ ମିଳିଥିଲା । ଏହି ବରଗର ତାଙ୍କ ଭିତରେ ଏକ ନୂତନ ଉତ୍ସାହ ଆଣିଦେଲା । ସେ ହୃଦୟଙ୍ଗମ କଲେ ଯେ ବରଗର କେବଳ ସ୍ନାକ୍ସ ନୁହେଁ ବରଂ ଏହା ସମ୍ପୂର୍ଣ୍ଣ ମିଲ୍‌ ବା ଭୋଜନ ହୋଇପାରେ । ଏହିଠାରୁ ହିଁ ତାଙ୍କ ମନରେ 'ବିଗିଜ୍‌ ବରଗର'ର ଧାରଣା ସୃଷ୍ଟି ହେଲା ।

ଚାକିରି ଛାଡ଼ିବା ବେଳକୁ ରାଉତଙ୍କ ପାଖରେ କେବଳ ୨୦ ହଜାର ଟଙ୍କା ସଞ୍ଚୟ ଥିଲା । କିନ୍ତୁ ତାଙ୍କୁ ନିଜ ଆଇଡିଆ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା । ସେ ବିନା ସଙ୍କୋଚରେ ଇନଫୋସିସ୍ ଚାକିରି ଛାଡିଦେଇଥିଲେ । ସେ ଭାରତବାସୀଙ୍କୁ ସତେଜ ଏବଂ ସ୍ୱାଦିଷ୍ଟ ବରଗର ଖୁଆଇବାକୁ ଚାହୁଁଥିଲେ । ସେ ଦିନରାତି କଠିନ ପରିଶ୍ରମ କଲେ । ଧୀରେ ଧୀରେ ଲୋକମାନେ 'ବିଗିଜ୍‌ ବରଗର'କୁ ପସନ୍ଦ କରିବାକୁ ଲାଗିଲେ । ଏମିତି ଦେଖୁ ଦେଖୁ ତାଙ୍କର ବ୍ୟବସାୟ ବୃଦ୍ଧି ପାଇଲା । ଆଜି 'ବିଗିଜ୍‌ ବିର୍ଗର' ୨୦୦ କୋଟିର କମ୍ପାନୀରେ ପରିଣତ ହୋଇଛି ।

ଭାରତରେ ଆସଲି ଗ୍ରିଲ୍ଡ ବର୍ଗର୍ ଖୁଆଇବା ଉଦେଶ୍ୟରେ ରାଉତ ବିଗିଜ୍‌ ବର୍ଗରର କଳ୍ପନା କରିଥିଲେ । ସେ ଏମିତି ଏକ ରଷ୍ଟୁରାଣ୍ଟର କଳ୍ପନା କରିଥିଲେ, ଯେଉଁଥିରେ ଖୁବ୍‌ ଶୀଘ୍ର ଖାଦ୍ୟ ପ୍ରସ୍ତୁତ ସହ ଘରୋଇ ସ୍ୱାଦ ରହିବ । ବିରାଜ ରାଉତ ୟୁଟ୍ୟୁବରୁ ବରଗର ତିଆରି କରିବେ ଶିଖିଥିଲେ । ସେ ବେଙ୍ଗାଲୁରୁରେ ମାତ୍ର ୨୦ ହଜାର ଟଙ୍କାରେ ଏକ ଛୋଟ କିଓସ୍କ ଖୋଲିଥିଲେ । ଯାହାକି ଇନଫୋସିସ୍ ଅଫିସ୍ ନିକଟରେ ଥିଲା । ତାଙ୍କର ବରଗର ଖୁବ୍‌ଶୀଘ୍ର ପ୍ରସିଦ୍ଧି ପାଇଲା । ଧୀରେ ଧୀରେ ତାଙ୍କର କିଓସ୍କ ଏକ ଦୋକାନରେ ପରିଣତ ହେଲା ।

ବିରାଜଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ହେତୁ ବିଗିଜ୍‌ ବରଗର ଏବେ ଅନେକ ସହର ଏବଂ ରାଜ୍ୟକୁ ବ୍ୟାପିସାରିଛି । ଆଜି ଏହା ଭାରତର ସବୁଠାରୁ ବଡ ଏବଂ ପ୍ରସିଦ୍ଧ ଦେଶୀ ବର୍ଗର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । ୨୦୨୩ରେ ଏହାର ଆୟ ୧୦୦ କୋଟି ଟଙ୍କା ଥିଲା । ବିରାଜଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଛୋଟ ସହରରେ ବିଗିଜ ବରଗର ଖୋଲିବା । ସେ ଏହାକୁ ୫୦୦ କୋଟି ଟଙ୍କାର କମ୍ପାନୀ କରିବାକୁ ଚାହୁଁଛନ୍ତି । ଏବେ ବିଗିଜ ବରଗରର ୨୮ଟି ସହର ଏବଂ ୧୪ଟି ରାଜ୍ୟରେ ୧୩୦ଟି ଷ୍ଟୋର ରହିଛି ।