Advertisment

ଏଟିଏମରୁ ଟଙ୍କା ଉଠାଣ ପାଇଁ ମାନିବାକୁ ହେବ କିଛି ନିୟମ, ନଚେତ୍...

ଏଟିଏମରୁ ଟଙ୍କା ଉଠାଇବା ପାଇଁ ନୂଆ ନିୟମ ଲାଗୁ ହୋଇ ସାରିଛି । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଏହି ନିୟମ ଆଣିଛି। ଏଣିକି ଏଟିଏମରୁ ଟଙ୍କା ଉଠାଇବା ସମୟରେ ଓଟିପି ଦେବାକୁ ହେବ। ନଚେତ ଟଙ୍କା ବାହାରିବ ନାହିଁ । ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଏହି ନୂଆ ନିୟମ ଲାଗୁ...

ଅଦ୍ୟତନ ହୋଇଛି
atm

atm

Advertisment

ବ୍ୟାଙ୍କିଂ କ୍ଷେତ୍ରରେ ହେଉଥିବା ଠକାମିରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଆଗେଇ ଆସିଛି ଷ୍ଟେଟ ବ୍ୟାଙ୍କ। ନିଜ ଗ୍ରାହକଙ୍କୁ ସଚେତନ କରିବା ପାଇଁ ଆପଣାଇଛି ନୂଆ ଫର୍ମୁଲା। ଯାହା ଫଳରେ ସାଇବର ଠକଙ୍କ ଉପରେ ଲଗାମ ଲାଗି ପାରିବ। ଏଟିଏମ୍ ଠକାମୀରୁ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଖାସ୍ ସୁବିଧା ଦେଉଛି। ଏହି ନୂଆ ନିୟମ ଆପଣାଇଲେ ଏସବିଆଇ ଆକାଉଣ୍ଟଧାରୀ କେବଳ ନିଜ ଟଙ୍କା ନିଜେ ଏଟିଏମରୁ ଉଠାଇ ପାରିବେ। ଅନ୍ୟ କେହି ଚାହିଁଲେ ସହଜରେ ଟଙ୍କା ଉଠାଣ କରି ପାରିବେ ନାହିଁ।

Advertisment

ଏବେ ଏସବିଆଇ ନିଜ ଗ୍ରାହକମାନଙ୍କୁ ଓଟିପି ସୁବିଧା ଦେବା ଆରମ୍ଭ କରିଛି। ଯାହା ଜରିଆରେ ଜଣେ ଗ୍ରାହକ ଏଟିଏମରୁ ନିଜର ଟଙ୍କା ଉଠାଣ କରି ପାରିବେ। ଏଣିକି ଏସବିଆଇ ଗ୍ରାହକ ପ୍ରତି ଥର ନିଜ ରେଜିଷ୍ଟର ମୋବାଇଲ ନମ୍ବରକୁ ଜାରି ହୋଇଥିବା ଓଟିପି ଦେଇ ଏଟିଏମରୁ ୧୦ ହଜାର ଟଙ୍କା ବା ଅଧିକ ଉଠାଣ କରିପାରିବେ। ଏଇ ବର୍ଷ ଜାନୁୟାରୀରୁ ଏହି ନିୟମ ଜାରି ହୋଇଥିଲେ ବି କିଛି ଗ୍ରାହକ ଏହା ଜାଣି ନାହାଁନ୍ତି।

କେମିତି ଓଟିପି ଜରିଆରେ ଏଟିଏମରୁ ଟଙ୍କା ଉଠାଇବେ ? 

ଏଟିଏମରୁ ଟଙ୍କା ଉଠାଣ ପାଇଁ ଏସବିଆଇ ପକ୍ଷରୁ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଯାହା ୪ ଅଙ୍କ ବିଶିଷ୍ଟ ଓଟିପି ହୋଇଥିବ। ଏହାକୁ ବ୍ୟବହାର କରି କଷ୍ଟମର କେବଳ ଥରେ ହିଁ ପଇସା ଉଠାଣ କରି ପାରିବେ। ପିନ କୋଡ ଦେଇ ଆମାଉଣ୍ଟ ଲେଖିବା ପରେ ଟଙ୍କା ଉଠାଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆପଣଙ୍କ ପାଖକୁ ଓଟିପି ଆସିଥାଏ। ଯାହାକୁ ଭରିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ତେବେ ଏଟିଏମରୁ ଟଙ୍କା ଉଠାଣ ସମୟରେ ପ୍ରଥମେ ସ୍କ୍ରିନ୍ ଉପରେ ୱେଲକମ୍ ମେସେଜ୍ ଆସିଛି କି ନାହିଁ ଦେଖି ନିଅନ୍ତୁ।

Advertisment

ଏଟିଏମ୍ ପିନ୍ ସର୍ବଦା ଗୋପନୀୟ ହେବା ଦରକାର। ଯେମିତିକି ପିନ୍ ନମ୍ୱର ଦେବା ସମୟରେ ଆଖପାଖରେ ଯେମିତି କେହି ତାହାକୁ ନ ଦେଖିବେ ସେଥି ପ୍ରତି ଧ୍ୟାନ ଦେବା ଉଚିତ। ଏଟିଏମ୍ ଟ୍ରାଞ୍ଜାକ୍ସନ ପରେ ୱେଲକମ୍ ସ୍କ୍ରିନ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଯଦି ଆପଣ ପଇସା ଉଠାଉଛନ୍ତି ତେବେ ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ମେସେଜ୍ ଆସିଛି କି ନାହିଁ ପରଖି ନିଅନ୍ତୁ ।

ଏଟିଏମରୁ ଟଙ୍କା ଉଠାଇବା ବେଳେ ଏଭଳି ନିୟମ ମାନିଲେ ଆପଣଙ୍କ ଟଙ୍କା ସୁରକ୍ଷିତ ଭାବେ ଆକାଉଣ୍ଟରେ ରହି ପାରିବ। ଯିଏ ଯେତେ ଚାହିଁଲେ ବି ଆକାଉଣ୍ଟ ଖାଲି କରି ପାରିବେ ନାହିଁ।

Advertisment
SBI New Rule
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ