Rupee Nosedives to ‘83’ Against Dollar
ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ ରେକର୍ଡ ସ୍ତରକୁ ଖସିଆସିଛି ଟଙ୍କାର ମୂଲ୍ୟ। ପ୍ରଥମ ଥର ଲାଗି ୮୩ ଟଙ୍କା ପାର୍ କରିଛି ବିନିମୟ ମୂଲ୍ୟ। ଆଜି ଡଲାର ପିଛା ଟଙ୍କା ୮୩ ଟଙ୍କା ୨ ପଇସାରେ ପହଁଚିଯାଇଛି। ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ୬୧ ପଇସା ହ୍ରାସ ପାଇଛି। କରୋନା ମହାମାରୀ ସମୟରେ ଟଙ୍କାର ମୂଲ୍ୟ ୭୭ ଥିଲା।
ସେହିପରି ୨୦୧୦ରେ ଟଙ୍କାର ବିନିମୟ ମୂଲ୍ୟ ମାତ୍ର ୫୦ ଟଙ୍କା ରହିଥିଲା ଅର୍ଥାତ୍ ୧୨ ବର୍ଷ ମଧ୍ୟରେ ଟଙ୍କାର ମୂଲ୍ୟ ୬୫ ପ୍ରତିଶତ ଖସିଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଆରମ୍ଭ ହେବା ପରଠାରୁ ଇକ୍ୱିଟି ବଜାରରେ ହ୍ରାସ ଦେଖାଯାଇଛି। ଯାହାର ପ୍ରଭାବ ମୁଦ୍ରା ବଜାର ଉପରେ ମଧ୍ୟ ପଡିଛି।
ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସର ସାଇଡ୍ ଇଫେକ୍ଟ ଭାରତର ଅର୍ଥବ୍ୟବସ୍ଥା ଉପରେ ପଡିବ। ଭାରତୀୟ ତୈଳ କମ୍ପାନୀ ଗୁଡିକୁ ଅଶୋଧିତ ତେଲ କିଣିବାକୁ ଏଣିକି ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡିବ। ବିଦେଶରୁ ଆମଦାନୀ କରାଯାଉଥିବା ଖାଇବା ତେଲ ମହଙ୍ଗା ହେବ। ମୋବାଇଲ, ଲାପଟପ୍ ଏବଂ ଏଥିରେ ବ୍ୟବହୃତ ଯନ୍ତ୍ରାଂଶ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ। ସେହିପରି ବିଦେଶରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଖର୍ଚ୍ଚ ବଢିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666199155.jpg)