Sky High Rent
ଦିନକୁ ଦିନ ବଢି ଚାଲିଛି ଘର ଭଡ଼ା ସମସ୍ୟା । ମୁଖ୍ୟତଃ ଲୋକେ ଚାକିରି ଅନ୍ୱେଷଣରେ ସହର ଅଭିମୁଖେ ଆସୁଥିବାରୁ ସହରରେ ଭଡ଼ା ଘରର ଚାହିଦା କାହିଁରେ କ'ଣ । ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି କଥା ତ ନକହିବା ଭଲ । ରହିବା ପାଇଁ ମୁଣ୍ଡ ଉପରେ ଛାତଟିଏ ନେବାକୁ ହେଲେ ଏଠାରେ ବହୁ ସଂଘର୍ଷ କରିବାକୁ ହୁଏ । ଇଞ୍ଜିନିୟର ତଥା ଅନ୍ୟାନ୍ୟ ଚାକିରି ପାଇଁ ବିଭିନ୍ନ ରାଜ୍ୟରୁ ଏଠାକୁ ଆସିଥାନ୍ତି ଆଶାୟୀ । ଏସବୁ ଭିତରେ ବେଙ୍ଗାଲୁରୁରେ ଘରଭଡ଼ାକୁ ନେଇ ଏମିତି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଆଜିକାଲି ଅନଲାଇନରେ ବିଭିନ୍ନ ଆପ୍ଲିକେସନ ମାଧ୍ୟମରେ ଘରଭଡ଼ା ଖୋଜିବା ସୁବିଧା ରହିଛି । ଭାଇରାଲ ହେଉଥିବା ଏହି ପୋଷ୍ଟ ସେମିତି ଏକ ଅନଲାଇନ ଆପ୍ଲିକେସନର ବୋଲି ଜଣାପଡିଛି । ଯେଉଁଥିରେ ଘର ଭଡାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ଗୋଟିଏ ୩ ଵିଏଚକେ(3BHK) ଘର ପାଇଁ ମାସିକ ଭଡ଼ା ଦେବାକୁ ହେବ ୨ ଲକ୍ଷ ୭୦ ହଜାର ଟଙ୍କା । ଆଉ ତା ପୂର୍ବରୁ ସିକ୍ୟୁରିଟି ବାବଦକୁ ୧୫ ଲକ୍ଷ ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ । ଏହି ଆଡ୍ର ସ୍କିନସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ଏକ ପେଜରେ ପୋଷ୍ଟ କରାଯାଇଥିବାବେଳେ କ୍ୟାପସନରେ ଲେଖା ଅଛି, "ହରଲୁରରେ ୨ ଲକ୍ଷ ୭୦ ହଜାର ଟଙ୍କା ଗୋଟିଏ 3BHK ଘର ପାଇଁ ? ୧,୪୬୪ ବର୍ଗଫୁଟ ଘର ପାଇଁ ପୁଣି ୧୫ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ହେବ ।" ସେପଟେ ଏହି ପୋଷ୍ଟକୁ ନେଇ ବହୁ ମାତ୍ରାରେ ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ । ଜଣେ ଲେଖିଛନ୍ତି, "ସତରେ କଣ ଏତେ ଟଙ୍କା ଲୋକେ ଦେଉଛନ୍ତି ? " ଆଉ ଜଣେ ୟୁଜର ଲେଖିଛନ୍ତି, ଯଦିଓ ଏହା ଏକ ଉପଯୁକ୍ତ ଫ୍ଲାଟ୍ କିନ୍ତୁ ଏହି ମୂଲ୍ୟ ବହୁତ ଅଧିକ । "ଆଉ କେହି କେହି ଲେଖିଛନ୍ତି ଯେ, କେହି ବି ଏତେ ଟଙ୍କା ଦେଇ ରହିବେ ନାହିଁ । ଏହିଭଳି ଫ୍ଲାଟ୍ ୫୦ ହଜାରରେ ଉପଲବ୍ଧ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us