Advertisment

ଆଜିଠୁ ୨ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା,ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା

ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ଜମା କିମ୍ବା ବଦଳ କରିପାରିବେ ଗ୍ରାହକ । ଆବଶ୍ୟକ ପଡ଼ିବନି କୌଣସି ପରିଚୟ ପତ୍ର ।

ଅଦ୍ୟତନ ହୋଇଛି
RBI On 2000 Rupee Notes

2000 note

Advertisment

ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା । ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ । ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ମଧ୍ୟ ପାରିବେ । ୨ ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ୍ ଆଣି ପାରିବେ। ନଚେତ ନିଜ ଖାତାରେ ଲିକ୍ୱିଡ୍ ଆକାରରେ ରଖି ପାରିବେ ।

Advertisment

ଅଧିକ ପଢ଼ନ୍ତୁ: ମାତ୍ର ଗୋଟିଏ ଷ୍ଟାମ୍ପରେ ଅଚଳ ହୋଇଯିବ ଆପଣଙ୍କ ନୋଟ୍‌ !

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବା ବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ହାତରେ ପ୍ରାୟ ୪ ମାସ ସମୟ ଥିବାରୁ ଅଯଥାରେ ଲୋକେ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ବଡ ଅଙ୍କର ନୋଟ୍ ଅଦଳବଦଳ କରିପାରିବେ। ...

Advertisment

ସେପଟେ ୨୦୦୦ ଟଙ୍କିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ କି ଆଣିବାକୁ ଚାହୁଁନଥିଲେ କି ଏହି ନୋଟ୍ ପ୍ରଚଳନ ସପକ୍ଷରେ ଥିଲେ ବୋଲି ଜଣାପଡ଼ିଛି । ଏହି ନୋଟକୁ ପ୍ରଧାନମନ୍ତ୍ରୀ କେବେ ବି ଗରୀବଙ୍କ ନୋଟ୍ ବୋଲି ଭାବିନଥିଲେ। ଏକଥା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର । ଆରମ୍ଭରୁ ହିଁ ଏହି ନୋଟ ପ୍ରଚଳନର ବିରୋଧରେ ଥିଲେ ମୋଦି ।

କିନ୍ତୁ, ଯେହେତୁ ଖୁବ କମ୍ ସମୟ ଭିତରେ ବିମୁଦ୍ରିକରଣ ପାଇଁ ନିଷ୍ପତ୍ତି ନେବାର ଥିଲା, ତେଣୁ ମୋଦି ଅନିଚ୍ଛା ସତ୍ତ୍ୱେ ସମର୍ଥନ କରିଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ। ତା’ ସହ ଆହୁରି କହିଛନ୍ତି ଯେ, ମୋଦି ଜାଣିଥିଲେ ଏହି ୨୦୦୦ ଟଙ୍କିଆ ନୋଟ୍ ବଜାରରେ ନେଣଦେଣ ପାଇଁ ସେଭଳି ବ୍ୟବହାର ହେବ ନାହିଁ । ଗରୀବ ଏବଂ ମଧ୍ୟବିତ୍ତ ଲୋକେ ପାଞ୍ଚଶହ ନଚେତ ହଜାରେ ଟଙ୍କିଆ ନୋଟ୍ ବ୍ୟବହାର କରିପାରନ୍ତି ବୋଲି ମୋଦି କହିଥିବା ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ତତ୍କାଳୀନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର।....

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ