Advertisment

ଖାଲଢିପ ରାସ୍ତା ବୈଦ୍ୟୁତିକ କାର୍‌କୁ ଚାର୍ଜ କରିବ !

ଖାଲଢିପ ରାସ୍ତା ବି ଖରାପ ନୁହେଁ! ଏହା ବୈଦ୍ୟୁତିକ କାର୍‌କୁ ସାହାଯ୍ୟ କରିବ। ବିଏମଡବ୍ଲୁରୁ ଏକ ନୂଆ ପେଟେଣ୍ଟରୁ ଜଣାପଡିଛି ଯେ କାର୍‌ଗୁଡିକ ଶକ୍ତି ଉତ୍ପାଦନ ପାଇଁ କମ୍ପାନୀ ଖରାପ ସଡକକୁ ବ୍ୟବହାର କରିବ।

ଅଦ୍ୟତନ ହୋଇଛି
Road Bumps Could Power Electric Vehicles

Road Bumps Could Power Electric Vehicles

Advertisment

ଖାଲଢିପ ରାସ୍ତା ବି ଖରାପ ନୁହେଁ! ଏହା ବୈଦ୍ୟୁତିକ କାର୍‌କୁ ସାହାଯ୍ୟ କରିବ। ବିଏମଡବ୍ଲୁରୁ ଏକ ନୂଆ ପେଟେଣ୍ଟରୁ ଜଣାପଡିଛି ଯେ କାର୍‌ଗୁଡିକ ଶକ୍ତି ଉତ୍ପାଦନ ପାଇଁ କମ୍ପାନୀ ଖରାପ ସଡକକୁ ବ୍ୟବହାର କରିବ।

Advertisment

ଜର୍ମାନର ଜାତୀୟ ପେଟେଣ୍ଟ କାର୍ଯ୍ୟାଳୟରୁ କାର୍‌ବୁଜ୍ ଦ୍ୱାରା ଏକ ଡକ୍ୟୁମେଣ୍ଟରେ ନୂଆ ଉପକରଣ ପ୍ରକାଶ ପାଇଛି ଯାହା ଏକ କାର୍‌କୁ ଖରାପ ରାସ୍ତାରେ ବିଦ୍ୟୁତ୍ ଉତ୍ପାଦନ କରିବାରେ ସାହାଯ୍ୟ କରିବ।

ଏହି ପେଟେଣ୍ଟଟି ବୈଦ୍ୟୁତିକ ଯାନର ବ୍ୟାଟେରୀକୁ ଚାର୍ଜ କରିବାକୁ ଏକ ନୂତନ ଉପାୟ ଦେଖେଇଛି। କାର ରାସ୍ତାରେ ଚାଲିବା ବେଳେ ଯେତେ ଧକଚକ ହେବ ଗାଡିଟି ସେତେ ଅଧିକ ଚାର୍ଜ ହେବ ବୋଲି କୁହାଯାଇଛି।

Advertisment

ଟେକ୍ନୋଲୋଜି କିପରି କାମ କରିବ:

ପେଟେଣ୍ଟ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ରାସ୍ତାରେ କାର୍ ଚାଲିବା ବେଳେ ଯେତେବେଳେ ଧକଚକ ହୁଏ ଏଥିରୁ ଶକ୍ତି ଉତ୍ପନ୍ନ ହୁଏ, ଏହା କିନ୍ତୁ ଉତ୍ତାପ ଶକ୍ତି ଭାବରେ ନଷ୍ଟ ହୋଇଯାଏ। ଏହି ପ୍ରକ୍ରିୟା ସମୟରେ ଶକ୍ତି ହାସଲ କରିବା ପାଇଁ ପ୍ରସ୍ତାବିତ ସେଟ୍ ଅପ୍ ଏକ ଛୋଟ ଜେନେରେଟର, ଫ୍ଲାଏୱେଲ୍ ଏବଂ କ୍ଲଚ୍ ବ୍ୟବହାର କରିବ, ଯାହା ଦ୍ୱାରା ଶକ୍ତି ବଞ୍ଚେଇ ହେବ। ଯେତେବେଳେ କାରର ଚକ ଉପରକୁ ଉଠିବ ଏହାର ଜେନେରେଟର ଟିକ୍ ଅଫ୍ ହୋଇଯିବ ଆଉ ଶକ୍ତି ଏହି ବୈଦ୍ୟୁତିକ ଯାନର ବ୍ୟାଟେରୀକୁ ରିଚାର୍ଜ କରିବ। ଗାଡ଼ିର ସସପେନସନ ଏହି ସମୟରେ ଅଧିକ କାର୍ଯ୍ୟକ୍ଷମ ହେଉଥିବାରୁ ଏହା ବିଦ୍ୟୁତ ଉତ୍ପାଦନରେ ସହାୟକ ହୋଇଥାଏ।
କାରବଜ୍ ଦାବି କରିଛି ଯେ BMW ଭବିଷ୍ୟତର ଫ୍ଲାଗ୍‌ସିପ୍ ମଡେଲରେ ଏହି ସିଷ୍ଟମ୍ ବ୍ୟବହାର କରିପାରେ। ତେବେ ପେଟେଣ୍ଟ ସବୁବେଳେ ଉତ୍ପାଦରେ ପରିଣତ ହୁଏ ନାହିଁ।
ତେବେ ସେ ଯାହା ବି ହେଉନା କାହିଁ ଇଲେକ୍ଟ୍ରିକ୍ ଯାନଗୁଡିକର ସହାୟତା ପାଇଁ କମ୍ପାନୀଗୁଡିକ ଏହି ଟେକ୍ନୋଲୋଜିକୁ କିପରି ବ୍ୟବହାର କରିବେ ତାହା ଦେଖିବାର କଥା। ଏହା ହୋଇପାରିଲେ ଲୋକଙ୍କୁ ଆଉ ସେମାନଙ୍କ କାର୍ ବ୍ୟାଟେରୀକୁ ଚାର୍ଜ କରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି।

Electric Car Electric Vehicle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ