• Astrospeak
  • Live TV
  • Read In English

OLA-Uber Price Hike: ଓଲା-ଉବର-ରାପିଡୋ ଯାତ୍ରୀଙ୍କୁ ବଡ଼ ଝଟକା, ଏଣିକି ଦୁଇ ଗୁଣ ଭଡ଼ା

ଯାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନୀ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟ କରିବେ । ପିକ୍ ଆୱାର ବା ଗହଳି ସମୟରେ ବେସ୍ ଫେୟାରର ଦେଢ ଗୁଣ ବଢୁଛି । ନୂଆ ନିୟମ ଲାଗୁ ପରେ ଏହା ଦୁଇ ଗୁଣ ବଢିବ ।

Fare Hike
ବଢିଲା ଭଡା

ମହଙ୍ଗା ହୋଇପାରେ ଓଲା, ଉବେର, ରାପିଡୋ ରାଇଡ୍ । ଦୁଇଗୁଣ ଭଡ଼ା ଆଦାୟ କରିପାରିବେ କମ୍ପାନୀ । ତିନି ମାସ ମଧ୍ୟରେ ଜାରି ହେବ ଗାଇଡଲାଇନ । ଏଣିକି ଓଲା, ଉବର, ରାପିଡୋ ପରି କମ୍ପାନି ଗହଳି ସମୟରେ ବେସ ଫେୟାର ବା ସାଧାରଣ ଭଡ଼ାର ଦୁଇଗୁଣ ଭଡ଼ା ଆଦାୟ କରିପାରିବେ । ଏନେ ଇ ସରକାର ନିୟମାବଳୀୟରେ କେତେକ ପରିବର୍ତ୍ତନ କରି ଅନୁମତି ଦେଇଛନ୍ତି । ଆବଶ୍ୟକ ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ବର୍ତ୍ତମାନର ପ୍ରଚଳିତ ଭଡ଼ା ଅନୁସାରେ ରାଇଡ୍ ହେଲିଙ୍ଗ ପ୍ଲାଟଫର୍ମମାନେ ପିକ୍ ଆଓ୍ବାର ବା ଗହଳି ସମୟରେ ବେସ୍ ଫେୟାର ବା ମୂଳ ଭଡ଼ାର ଦେଢଗୁଣ ଚାର୍ଜ କରୁଛନ୍ତି । ସରକାରଙ୍କ ଅନୁମତି ପରେ ଏବେ ଗହଳି ବା ଅତ୍ୟଧିକ ଚାହିଦା ସମୟରେ ଦୁଇଗୁଣ ଭଡ଼ା ଯାତ୍ରୀମାନଙ୍କଠାରୁ ଆଦାୟ କରିପାରିବେ । 

ଗମନାଗମନ ପାଇଁ ଲୋକେ ମୁଖ୍ୟତଃ ଓଲା, ଉବର, ରାପିଡୋ ପରି କମ୍ପାନି ଉପରେ ନିର୍ଭର କରୁଛନ୍ତି । ହେଲେ ବର୍ତ୍ତମାନ ଯାତ୍ରୀଙ୍କୁ ଲାଗିଛି ବଡ଼ ଝଟକା । କାରଣ ଗହଳି ସମୟରେ ଦୁଇଗୁଣ ଭଡ଼ା ଆଦାୟ କରିପାରିବେ କମ୍ପାନୀ । ଏହାକୁ ଅନୁମତି ଦେଇଛନ୍ତି ସରକାର 

ଅଧିକ ପଢନ୍ତୁ:  ଓଲା-ଉବେର ଉପରେ ସରକାରଙ୍କ ଛାଟ, ଏଣିକି ଗ୍ରାହକଙ୍କୁ ଲୁଟିଲେ ହେବ କାର୍ଯ୍ୟାନୁଷ୍ଠାନ !