Advertisment

ଆଜିଠୁ ଆରମ୍ଭ ଡିଜିଟାଲ ରୁପି

ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ।

ଅଦ୍ୟତନ ହୋଇଛି
RBI Launch Digital Rupee

RBI to launch Digital Rupee pilot for wholesale segment

Advertisment

ଆଜିଠୁ ଆରମ୍ଭ ଡିଜିଟାଲ ରୁପି। କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଡିଜିଟାଲ ରୁପି ଅର୍ଥାତ୍ ଇ ରୁପିର ପ୍ରଥମ ପାଇଲଟ ପ୍ରକଳ୍ପ ଆଜିଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହା ପାଇକାରୀ ବର୍ଗରେ ପାଇଲଟ ପରୀକ୍ଷଣ ହେବ। ଏଗୁଡିକୁ ସରକାରୀ ସିକୁ୍ୟରିଟି ଟ୍ରାଞ୍ଜାକସନ୍ ପାଇଁ ବ୍ୟବହାର କରାଯିବ।

Advertisment

ଏହି ପାଇଲଟ୍ ପରୀକ୍ଷଣରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ମାସକ ମଧ୍ୟରେ ଖୁଚୁରା ମାର୍କେଟରେ ଆସିବ ଇ ରୁପି। ଏହି ଇ ରୁପି ଦ୍ୱାରା ଆନ୍ତଃ ବ୍ୟାଙ୍କ ବଜାର ଆହୁରି ଦକ୍ଷ ହେବ। କେନ୍ଦ୍ରୀୟ ବ୍ୟାଙ୍କର ଇ ରୁପି ସେଟଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକସନ୍ ଖର୍ଚ୍ଚ କମିବ। ଏହା ଡିଜିଟାଲ ଫର୍ମରେ ଷ୍ଟୋର ହେବ। ଏହାକୁ ପେପର କରେନ୍ସିରେ ବଦଳାଯାଇପାରିବ।

ସରଳ ଭାଷାରେ କହିଲେ ଏହା ହେଉଛି ଆମେ ବ୍ୟବହାର କରୁଥିବା କରେନ୍ସିର ଡିଜିଟାଲ ରୂପ। ଗତ ବଜେଟ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପାଇଲଟ୍ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ।

Advertisment
RBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ