ରେପୋ ରେଟ୍ ଅପରିବର୍ତ୍ତିତ, ଇଏମଆଇ ଉପରେ କଣ ପଡ଼ିବ ପ୍ରଭାବ ?

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ।

ଅଦ୍ୟତନ ହୋଇଛି
Repo Rate

Repo Rate

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ବଢିବନି କି କମିବନି ଆପଣଙ୍କ ଇଏମଆଇ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ । ଏନେଇ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରିଜର୍ଭ ବ୍ୟାଙ୍କର ମନିଟରି ପଲିସି କମିଟି ବୈଠକରେ 
ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତ୍ତି ହୋଇଛି ।

ରିଜର୍ଭ ବ୍ୟାଙ୍କ ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି । ଏମପିସିର ୬ରୁ ୪ ଜଣ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲେ । ଗତ ୨୦୨୩ ମସିହା ଫେବ୍ରୁଆରି ମାସରୁ ରେପୋ ରେଟ୍ ସ୍ଥିର ରହିଛି । ବିଶ୍ବସ୍ତରରେ ସଂକଟକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଆରବିଆଇ ଗର୍ଭଣ୍ଣର ଶକ୍ତିକାନ୍ତ ଦାସ । 

RBI Governor Shaktikanta Das Repo Rate RBI Monetary Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ