Advertisment

Onion Price: ପିଆଜ ଉପରୁ ରପ୍ତାନୀ ଶୁଳ୍କ ହଟିଲା...ବଢ଼ିବ ପିଆଜ ଦର, ଚିନ୍ତାରେ ଖାଉଟି

ଗତବର୍ଷ ମୂଲ୍ୟ ନିୟନ୍ତ୍ରଣ ପାଇଁ ପାଞ୍ଚ ଲକ୍ଷ ଟନ୍ ପିଆଜ କ୍ରୟ କରିବାର ମୋଟ ଲକ୍ଷ୍ୟରୁ ବଫର ଷ୍ଟକ୍ ପାଇଁ ସରକାର ଚଳିତ ବର୍ଷ ପ୍ରାୟ ୭୧,୦୦୦ ଟନ୍ ପିଆଜ କିଣିବା ପରେ ଏବେ ପିଆଜ ମୂଲ୍ୟ ସ୍ଥିର ରହିଥିଲା। ଗତବର୍ଷ ମଧ୍ୟ ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ। ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ ବର୍ଷ ଅଗଷ୍ଟରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିବା ସହିତ ଅନେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ଅଦ୍ୟତନ ହୋଇଛି
ପିଆଜ ଉପରୁ ରପ୍ତାନୀ ଶୁଳ୍କ ହଟିଲା

ପିଆଜ ଉପରୁ ରପ୍ତାନୀ ଶୁଳ୍କ ହଟିଲା

Advertisment

ଭାରତ ସରକାର ପିଆଜ ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରିନେଇଛନ୍ତି। ଏହା ଏପ୍ରିଲ ପହିଲା ୨୦୨୫ରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ଏହା ଫଳରେ ପୁଣି ପିଆଜର ଦର ବଢ଼ିପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ସୁଲଭ ମୂଲ୍ୟରେ ଉପଭୋକ୍ତା ପିଆଜ ପାଇବାକୁ ସରକାର ଶୁଳ୍କ, ସର୍ବନିମ୍ନ ରପ୍ତାନୀ ମୂଲ୍ୟ (ଏମଇପି) ଏବଂ ୨୦୨୩ ଡିସେମ୍ବର ୮ରୁ ୨୦୨୪ ମଇ ୩ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ମାସ ପାଇଁ ରପ୍ତାନୀ ନିଷେଧାଦେଶ ଜାରି କରାଯାଇଥିଲା। ରପ୍ତାନୀକୁ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ। ଏହି ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ୧୩ ସେପ୍ଟେମ୍ବର ୨୦୨୪ଠାରୁ ଲାଗୁ ହୋଇଥିଲା। ତେବେ ରପ୍ତାନୀ ଶୁଳ୍କ ହଟିବା ପରେ ପୁଣି ନାନା ସମସ୍ୟା ଦେଖାଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

Advertisment

ଚାଷୀଙ୍କୁ ଦର ସୁହାଇବ

ଅନ୍ୟ ପକ୍ଷରେ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ସରକାର ସେପ୍ଟେମ୍ବର ୨୦୨୪ରେ ପିଆଜ ରପ୍ତାନି ଉପରେ ଏହି ଶୁଳ୍କ ଲାଗୁ କରିଥିଲେ। ସେତେବେଳେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ସରକାର ଏବଂ ଉପଭୋକ୍ତା ହୋଇଥିଲେ। ଫଳରେ ସରକାର ବାଧ୍ୟ ହୋଇ ଏହି ଶୁଳ୍କ ଲାଗୁ କରିଥିଲେ। ପିଆଜ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ଉପରେ ଲାଭ ଉଠାଇବା ପାଇଁ ଏପରି କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୩-୨୪ରେ ପିଆଜ ରପ୍ତାନି ପରିମାଣ ୧୭.୧୭ ଲକ୍ଷ ମେଟ୍ରିକ୍‌ଟନ ରହିଥିଲା। ୨୦୨୪-୨୫(ମାର୍ଚ୍ଚ ୧୮ ସୁଦ୍ଧା) ଏହା ୧୧.୬୫ ଲକ୍ଷ ମେଟ୍ରିକ୍‌ ଟନ ରହିଛି ।

୨୦୨୪ ସେପ୍ଟେମ୍ବରରେ ୦.୭୨ ଲକ୍ଷ ମେଟ୍ରିକ୍‌ଟନ ପିଆଜ ରପ୍ତାନି ହୋଇଥିବାବେଳେ ୨୦୨୫ ଜାନୁଆରୀରେ ଏହା ୧.୮୫ ଲକ୍ଷ ମେଟ୍ରିକ୍‌ଟନକୁ ବୃଦ୍ଧି ପାଇଛି ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ନଭେମ୍ବର ୬ ତାରିଖରେ ଲାସଲଗାଓଁ ପିଆଜ ବଜାରରେ ପିଆଜର ପାଇକାରୀ ମୂଲ୍ୟ ପାଞ୍ଚ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ସହ ବଜାରକୁ ପନିପରିବା ଆଗମନ ୨୮ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଦର ବଢିଛି ବୋଲି ରିପୋର୍ଟରେ କୁହାଯାଇଥିଲା।

Advertisment

ବଜାର ମୂଲ୍ୟ ସ୍ଥିର ରଖିବା ଜରୁରୀ

ରବି ଫସଲ ସମୟରେ ପିଆଜ ଭଲ ଉତ୍ପାଦନ ହୋଇଯାଏ। ସଂପ୍ରତି ରବି ଫସଲର ଯୋଗାଣ ବୃଦ୍ଧି ଯୋଗୁଁ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ପ୍ରମୁଖ ଉତ୍ପାଦନକାରୀ ରାଜ୍ୟରେ ପିଆଜ ମୂଲ୍ୟ ହ୍ରାସ ପାଇଛି। ଏପରି କି ଏସିଆର ସର୍ବବୃହତ ପାଇକାରୀ ପିଆଜ ବଜାର ମହାରାଷ୍ଟ୍ରର ଲାସଲଗାଓଁ ଏବଂ ପିମ୍ପଲଗାଓଁରେ ମାର୍ଚ୍ଚରେ ମଧ୍ୟ ମୂଲ୍ୟ ଖସିଥିବା ଜଣାପଡ଼ିଛି । କୃଷି ମନ୍ତ୍ରଣାଳୟ ଆକଳନ କରିଛି ଯେ ଚଳିତ ବର୍ଷ ରବି ଫସଲରେ ପିଆଜ ଉତ୍ପାଦନ ୨୨୭ ଲକ୍ଷ ଟନ ହେବ, ଯାହା ଗତବର୍ଷର ୧୯୨ ଲକ୍ଷ ଟନ ତୁଳନାରେ ୧୮ ପ୍ରତିଶତ ଅଧିକ। ତେବେ ଏବେ ସବୁଠାରୁ ବଡ଼ କଥା ହେଉଛି-ଅକ୍ଟୋବର-ନଭେମ୍ବରରେ ଖରିଫ ଫସଲର ଯୋଗାଣ ଆରମ୍ଭ ହେବା ପର୍ଯ୍ୟନ୍ତ ବଜାରରେ ମୂଲ୍ୟ ସ୍ଥିର ରଖିବା ଅତ୍ୟନ୍ତ ଜରୁରୀ।

ଗତବର୍ଷ ମୂଲ୍ୟ ନିୟନ୍ତ୍ରଣ ପାଇଁ ପାଞ୍ଚ ଲକ୍ଷ ଟନ୍ ପିଆଜ କ୍ରୟ କରିବାର ମୋଟ ଲକ୍ଷ୍ୟରୁ ବଫର ଷ୍ଟକ୍ ପାଇଁ ସରକାର ଚଳିତ ବର୍ଷ ପ୍ରାୟ ୭୧,୦୦୦ ଟନ୍ ପିଆଜ କିଣିବା ପରେ ଏବେ ପିଆଜ ମୂଲ୍ୟ ସ୍ଥିର ରହିଥିଲା। ଗତବର୍ଷ ମଧ୍ୟ ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିଲେ। ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗତ ବର୍ଷ ଅଗଷ୍ଟରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିବା ସହିତ ଅନେକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅକ୍ଟୋବର ୨୦୨୩ରେ ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମଇପି) ଟନ୍ ପିଛା ୮୦୦ ଡଲାରରେ ସ୍ଥିର କରାଯାଇଥିଲା। ୮ ଡିସେମ୍ବର ୨୦୨୩ରୁ ରପ୍ତାନି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। ସାଧାରଣତଃ ମହାରାଷ୍ଟ୍ରରେ ଅଧିକ ପିଆଜ ଉତ୍ପାଦନ ହୋଇଥାଏ। ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ମହଙ୍ଗା ପିଆଜରୁ ମୁକ୍ତି ଦେବା ପାଇଁ ସରକାର ସାରା ଦେଶର ଖୁଚୁରା ବଜାରରେ ରିଆତି ଦରରେ ପିଆଜ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି। ବିଶେଷ କରି ଯେଉଁ ସହରରେ ଦର ଯଥେଷ୍ଟ ବୃଦ୍ଧି ପାଇଛି ବା ପାଇବାର ସମ୍ଭାବନା ସେଠାରେ ଅଧିକ ପିଆଜ ବିକ୍ରି ହେବ।

Advertisment

ସରକାର ସମାଧାନର ପନ୍ଥା ବାହାର କରନ୍ତୁ

ତେବେ ସରକାର ପ୍ରତିବର୍ଷ ଏମିତି ମୂଲ୍ୟବଢ଼଼ିଲେ ଯାଇ ବୈଠକ ପରେ ବୈଠକ କରୁଛନ୍ତି। କିନ୍ତୁ ଏହାର ସ୍ଥାୟୀ ସମାଧାନ ନେଇ କୌଣସି ଯୋଜନା ପ୍ରସ୍ତୁତ କରୁନାହାନ୍ତି। ପିଆଜ ଦରବୃଦ୍ଧିର କାରଣ ନ ଖୋଜି ଖାଲି ଅନିଦିଆ ବର୍ଷାକୁ ଦାୟୀ କଲେ ଚାଷୀ ଆଉ ଗ୍ରାହକଙ୍କ କି ଲାଭ ହେବ। ପିଆଜ ଦର ବୃଦ୍ଧିର ମୁଖ୍ୟ କିଛି କାରଣ ହେଉଛି ଦୁଇ ପ୍ରମୁଖ ଉତ୍ପାଦନକାରୀ ରାଜ୍ୟ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳ ବୃଷ୍ଟିପାତ ଯୋଗୁଁଁ ପିଆଜ ଯୋଗାଣ ବାଧାପ୍ରାପ୍ତ ହୋଇଥାଏ। ଯାହା ଫଳରେ କିଛି ପିଆଜ ସଠିକ୍‌‌ ସ୍ଥାନରେ ପହଞ୍ଚିପାରିନାହିଁ। ଅଦିନିଆ ବର୍ଷା ଯୋଗୁଁଁ ପିଆଜ ଚାଷୀ ମଧ୍ୟ କ୍ଷତି ସହିଥାନ୍ତି। ଏହା ଫଳରେ ଖୁଚୁରାବେପାରୀ ମଧ୍ୟ ଚଢ଼ା ଦରରେ ପିଆଜ ବିକୁଛନ୍ତି। ଏଣୁ ସରକାର ପିଆଜ ରପ୍ତାନି ବୃଦ୍ଧି ନେଇ ବ୍ୟାପକ ପର୍ଯ୍ୟାଲୋଚନା କରି ଏହାର ସ୍ଥାୟୀ ସମାଧାନ ବାହାର କରନ୍ତୁ। ତାହେଲେ ଯାଇ ଏ କ୍ଷେତ୍ରରେ କିଛିଟା ସମସ୍ୟା ସମାଧାନ ହୋଇପାରିବ।

Email id : : serveforthenation@gmail.com

Onion Onion Price Rise Onion Prices Price Control Of Onion Export Promotion Schemes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ