Advertisment

ଜଗଦୀଶଙ୍କୁ ଭିନ୍ନ ପରିଚୟ ଦେଇଛି ଫାଇଟର କୁକୁଡ଼ା ଚାଷ : ଗୋଟିଏ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

ଅଦ୍ୟତନ ହୋଇଛି
ଜଗଦୀଶଙ୍କୁ ଭିନ୍ନ ପରିଚୟ ଦେଇଛି ଫାଇଟର କୁକୁଡ଼ା ଚାଷ : ଗୋଟିଏ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

Poultry Farmer

Advertisment

ଆନନ୍ଦପୁର(ମୁନା ସିଂ) : ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

Advertisment

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଆଦିବାସୀ ଅଧ୍ୟୁଷିତ ଗାଁ ମାଣିଗିରି । ଗାଁର ଶେଷ ମୁଣ୍ଡରେ ଜଗଦୀଶ ବାସ୍କେଙ୍କ ଘର । ଜଗଦୀଶ ପେଶାରେ ଗୋଟିଏ ବେସରକାରୀ ସଂସ୍ଥାରେ କର୍ମଚାରୀ ଭାବେ କାମ କରୁଛନ୍ତି । ଆଉ ୫ବର୍ଷ ପରେ ସେ ଅବସର ଗ୍ରହଣ କରିବେ। ତେବେ ତା ପୂର୍ବରୁ ଇଣ୍ଟରନେଟ ଦେଖି ଆରମ୍ଭ କରିଛନ୍ତି ତାମିଲନାଡୁର ଫାଇଟର କୁକୁଡ଼ା ଚାଷ । ଫାଇଟର ବ୍ରିଡ଼ ସହିତ ହୋସଲି ଆଉ ଜଙ୍ଗଲୀ କୁକୁଡ଼ା ମଧ୍ୟ ଚାଷ କରୁଛନ୍ତି । ଏହି କୁକୁଡ଼ା ଗୋଟା ୬ ହଜାରରୁ ନେଇ ୧୦ହଜାର ଟଙ୍କା ବିକ୍ରି ହେଉଥିବା ବେଳେ ଝାରଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଗରାଖ ଆସି ଏହାକୁ କିଣି ନେଇଥାନ୍ତି । କେବଳ କୁକୁଡ଼ା ନୁହଁ ୨୦ଟି ଛେଳିରୁ ଛେଳି ଚାଷ ଆରମ୍ଭ କରିଥିଲେ, ଯାହା ଏବେ ୫୦ ଛେଳିରେ ପହଞ୍ଚିଲାଣି । ପରିବା ଓ ଧାନ ଚାଷ ସହିତ ଏହି କୁକୁଡ଼ା ଓ ଛେଳି ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ କିଛି ପରିବାରକୁ ରୋଜଗାର ମଧ୍ୟ ଦେଇପାରିଛନ୍ତି ।

Advertisment

ବର୍ତ୍ତମାନ ସମୟରେ କୋଭିଡ ନିୟମ କଡ଼ାକଡ଼ି ଥିବାରୁ ବାହାର ରାଜ୍ୟରୁ ଗରାଖ ଆସି ପାରି ନାହାନ୍ତି ଓ କୁକୁଡ଼ା ବେପାର କିଛିଟା ମାନ୍ଦାରେ ଚାଲିଛି । ତଥାପି ଜଗଦୀଶ ଭବିଷ୍ୟତରେ ଏହି ଚାଷକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ଆଜି କାଲିର ଶିକ୍ଷିତ ବେକାରୀ ଯୁବକ ମାନେ ଏଇ ଭଳି କିଛି ନୂଆ ପଦ୍ଧତିରେ କିଛି କରିପାରିଲେ ବେକାରୀ ସମସ୍ୟାରେ ସୁଧାର ଆସିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରନ୍ତା । ଜଗଦୀଶ ନିଜର ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ଅନ୍ୟ ମାନଙ୍କ ନିମନ୍ତେ ଉଦାହରଣ ସାଜିଛନ୍ତି।

Odisha Poultry Farmer Ghasipura
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ