ଦର ବୃଦ୍ଧିକୁ ନେଇ ଅଣନିଶ୍ୱାସୀ ଖାଉଟି : ଲଗାତାର ୬ ଦିନ ହେଲା ବଢ଼ୁଛି ପେଟ୍ରୋଲ ଓ ଡିଜେଲ୍ ଦର

ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରୁଛି ତେଳ ଦର । ଗତ ୬ ଦିନ ଧରି ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପୁଣି ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଦର ୧୧୦ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୮ ପଇସାରେ ପହଞ୍ଚିଛି

oil price hike

News Summary

ଆଜି ୩୫ ପଇସା ବୃଦ୍ଧି ସହ ସର୍ବୋଚ୍ଚ ସ୍ତରକୁ ଛୁଇଁଲା

ସେପଟେ କମର୍ସିଆଲ LPG ସିଲିଣ୍ଡର ଦର ୨୬୬ଟଙ୍କା ବୃଦ୍ଧି

ଅନ୍ୟପଟେ ବଜାରରେ ପରିବା ଦର ଆକାଶଛୁଆଁ

ଭୁବେନଶ୍ୱର : ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରୁଛି ତେଳ ଦର । ଗତ ୬ ଦିନ ଧରି ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଆଜି ପୁଣି ପୁଣି ବଢିଛି ତେଲ ଦର । ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଦର ୧୧୦ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ଦର ୧୦୭ଟଙ୍କା ୩୮ ପଇସାରେ ପହଞ୍ଚିଛି । ସେପଟେ ମାଲକାନଗିରିରେ ରେକର୍ଡ ଛୁଇଁଛି ତେଲ ଦର । ମାଲକାନଗିରିରେ ପେଟ୍ରୋଲ ୧୧୬ଟଙ୍କା ୬୧ ପଇସା ଓ ଡିଜେଲ ଦର ୧୧୩ ଟଙ୍କା ୧୨ ପଇସା ରହିଛି ।

ନଭେମ୍ବର ୧ରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ପ୍ରଥମ ଥର ପାଇଁ ଲିଟର ପିଛା ୧୧୦ ଟଙ୍କା ପାଖାପାଖି ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୯.୬୯ ଥିବାବେଳେ ଡିଜେଲ ଲିଟର ୯୮.୪୨ ପଇସାରେ ବିକ୍ରି ହେଉଛନ୍ତି । ଏଥି ସହିତ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୧୫ ଟଙ୍କା ଅତିକ୍ରମ କରିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫.୫୦ ଓ ଡିଜେଲ ୧୦୬.୬୨ ଟଙ୍କାରେ ବିକ୍ରି ହେଉଛି । ବର୍ତ୍ତମାନ ରାଞ୍ଚିରେ ପେଟ୍ରୋଲ ଏବଂ ଡିଜେଲ ମଧ୍ୟରେ ମାତ୍ର ୩ ପଇସା ବ୍ୟବଧାନ ବାକି ଅଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୨୦ରେ ବିକ୍ରି ହେଉଛି ।

ସେହିପରି ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ଏକାଥରେ ୨୬୬ ଟଙ୍କା ବୃଦ୍ଧି ପାଇଛି । ଏଥିସହ ଦିଲ୍ଲୀରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୭୩୪ ଟଙ୍କାରୁ ୨ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଗତ କିଛି ଦିନ ଧରି ତେଳ ଦର ବଢୁଥିବା ବେଳେ କମର୍ସିଆଲ ଏଲପିଜି ସିଲିଣ୍ଡର ବଢିଥିବାରୁ ଖାଉଟିଙ୍କ ଚିନ୍ତା ବଢିଛି ।

ସେପଟେ କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶଛୁଆଁ । ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି । ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ । ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି ।