ଓଟିଭିର ବିଜନେସ୍ ଓଡ଼ିଶା ଆୱାର୍ଡ-୨୦୨୩; ଓଡ଼ିଶାକୁ ସମୃଦ୍ଧି କରିଥିବା ସଂସ୍ଥା ହେବେ ସମ୍ମାନିତ

ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲାରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ସେବା ଭଳି ୬ଟି କ୍ଷେତ୍ରରେ ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାକୁ ସମ୍ମାନିତ କରାଯିବ ।

business odisha awards 2023

ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପ୍ରଥମ ଥର ଲାଗି ଆୟୋଜନ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍‌ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲାରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ସେବା ଭଳି ୬ଟି କ୍ଷେତ୍ରରେ ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାକୁ ସମ୍ମାନିତ କରାଯିବ । ଏହି ସଂସ୍ଥାଗୁଡ଼ିକର ଗୁଣାତ୍ମକ ଉତ୍ପାଦ, ଲୋକାଭିମୁଖୀ ସେବାକୁ ଚିହ୍ନିବା ସହ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବା ଲାଗି ଏହି ପୁରସ୍କାରର ଆୟୋଜନ କରିଛି ଓଟିଭି ।

ଆଜି ଭୁବନେଶ୍ୱରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ମଧ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।