Advertisment

Potato Price Crash: ୮ଟଙ୍କାରେ ମିଳୁଛି କେଜିଏ ଆଳୁ, ଅସଂଭାଳ ଭିଡ଼...ଟ୍ରାଫିକ୍ ଜାମ୍

ଶୁକ୍ରବାର ଭୋରୁ ବାରିପଦା ବୈଶିଙ୍ଗା ଥାନା ଅଧୀନ ପଣସିଆ ଅଞ୍ଚଳରେ ଏକ ଆଳୁ ଟ୍ରକ୍ ପହଞ୍ଚିଲା, ଯାହା କେବଳ ୮ ଟଙ୍କାରେ ପ୍ରତି କିଲୋ ଆଳୁ ବିକ୍ରି କରୁଥିଲା। ପରେ ପରେ ଭିଡ଼ ବଢ଼ିଲା ଏବଂ ରାସ୍ତା ମଧ୍ୟ ଜାମ ହୋଇଗଲା।

ଅଦ୍ୟତନ ହୋଇଛି
ଆଳୁ କିଲୋ ୮ ଟଙ୍କା

ଆଳୁ କିଲୋ ୮ ଟଙ୍କା

Advertisment

୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଯେତେ ପାରିଲା ସେତେନେଲା । ଲାଗିଲା ଆଳୁ ଟ୍ରକ, ବୋହିନେଲେ ଲୋକେ I ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା I ଭିଡ଼ ଏତେ ଅସମ୍ଭାଳ ହୋଇଗଲା ଯେ, ରାସ୍ତା ମଧ୍ୟ ଜାମ ହେଇଗଲା I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବୈଶିଙ୍ଗା ଥାନା ଅଧୀନ ପଣସିଆ ଅଞ୍ଚଳରେ I

Advertisment

ଶୁକ୍ରବାର ଭୋରୁ ଭୋରୁ ଏକ ଆଳୁ ଟ୍ରକ୍‌ ଆସି ପଣସିଆ ଛକରେ ଛିଡା ହୋଇ ରହିଥିଲା । ଏବଂ ପଚାଶ କିଲୋ ଆଳୁ ବସ୍ତାକୁ ମାତ୍ର ଚାରିଶହ ଟଙ୍କା ବୋଲି ଡାକ ମରାହେଲା I ଏ କଥାକୁ ଶୁଣି କିଏ ସାଇକେଲରେ ବୋହି ନେଲେ ତ କିଏ ଟ୍ରଲିରେ । ଆଉ କିଏ ଅଟୋ କରି ମଧ୍ୟ ବହିନେଲେ I

ଶାସ୍ତାରେ ଆଳୁ ପାଇ ଲୋକଙ୍କ ଖୁସି କହିଲେ ନ'ସରେ I ବଜାରରେ ଆଳୁ କିଲୋ କୋଡିଏ ଟଙ୍କା ଥିବା ବେଳେ ମାତ୍ର ୮ ଟଙ୍କାରେ ମିଳିଲା କେଜିଏ ଆଳୁ I ତେବେ ଯାହା ବି ହେଉ ଲୋକମାନ ଲାଭବାନ ହେଇ ବହୁତ ଖୁସି I ଏହି ପରି ଗତ ସପ୍ତାହେ ହେଲାଣି କିଛି ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଓଡ଼ିଶା ସୀମାନ୍ତ ବିଭିନ୍ନ ଗାଁ ବଜାରରେ ଆଳୁ ଆଣି ବିକ୍ରି କରୁଛନ୍ତି । ଏହି ଆଳୁ ଟ୍ରକ ଲାଗିବା ମାତ୍ରେ ଲୋକେ ଭିଡ଼ ଲଗାଇ କିଣୁଥିବା ଦେଖିବାକୁ ମିଳିଛି ।

Advertisment

ତେବେ ସଂପୃକ୍ତ ବ୍ୟବସାୟୀମାନେ କେବଳ ସୀମାନ୍ତ ଗାଁ ଗୁଡ଼ିକରେ ଭିଡ଼ କରୁଥବାରୁ ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି। ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଦାବି ହେଉଛି। 

Bengal Basin Baripada Potato Price Potato Price In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ