OMFED Price Hike
ବଢିଲା ଓମଫେଡ୍ କ୍ଷୀର ରେଟ୍ । ଓମଫେଡ୍ ପ୍ରିମିୟମ ଓ ଟୋନ୍ଡ କ୍ଷୀର ଦର ବୃଦ୍ଧି ହୋଇଛି । ବର୍ଦ୍ଧିତ ଦରରେ ଆଜି ଓମଫେଡ୍ କ୍ଷୀର ବଜାରକୁ ଆସିଛି । ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବଢିଛି । ସେହିପରି ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ୩ ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯାଉଥିବାବେଳେ ଖାଉଟିଙ୍କ ପାଇଁ ଓମଫେଡ୍ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି । କ୍ଷୀର ଦର ବୃଦ୍ଧି ନେଇ ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ନୂଆ ରେଟ୍ରେ ଓମଫେଡ୍ କ୍ଷୀର କିଣୁଛନ୍ତି ଗ୍ରାହକ ।
ଗତ ୧ ତାରିଖ ବିଶ୍ବଦୁଗ୍ଧ ଦିବସ ଅବସରରେ ଓମଫେଡ୍ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ 3 ଟଙ୍କା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହ ଖାଉଟିଙ୍କ ପାଇଁ ଲିଟର ପିଛା ଦୁଇ ଟଙ୍କା ବଢ଼ିବା ନେଇ ଘୋଷଣା ହୋଇଥିଲା । ଜୁନ୍ 13 ତାରିଖରୁ ଏହି ନୂଆ ଦର ଲାଗୁ ହେବ ବୋଲି କୁହାଯାଇଥିବାବେଳେ ସପ୍ତାହକ ବିଳମ୍ବରେ ଅର୍ଥାତ୍ ଆଜି(୨୧ ତାରିଖ) ଠାରୁ ନୂଆ ଦରର ପ୍ୟାକେଟ୍ ବଜାରରେ ଉପଲବ୍ଧ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750485901.jpg)