Advertisment

ରାଜ୍ୟ ସରକାରଙ୍କ ଘୋଷଣା: ଇ-ଯାନ କିଣିଲେ ମିଳିବ ରିହାତି

ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ  ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

ଅଦ୍ୟତନ ହୋଇଛି
subsidy on purchase of Electric Vehicles

subsidy on purchase of Electric Vehicles

Advertisment

ଭୁବନେଶ୍ୱର: ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ  ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

Advertisment

ସେହିପରି  ନନ୍ ଏସି ବସ୍‌ରେ ୨ ଲକ୍ଷ ଏବଂ ଏସି ଡିଲକ୍ସ ବସ୍‌ରେ ୪ ଲକ୍ଷ ପର୍ଯ୍ୟନ୍ତ ରିହାତି ମିଳିବ। ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ। ଇ-ଯାନ ନୀତି ପ୍ରଦୂଷଣ ରୋକିବାରେ ସକ୍ଷମ ହେବ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।   

ଇ- ଯାନ ପଲିସି ଉପରେ ଗତକାଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଥିଲା। ଏହି ନୀତି ଅନୁସାରେ ବୈଦ୍ୟୁତିକ ଯାନ ଓ ଏହାର ଯନ୍ତ୍ରାଂଶ ଏବଂ ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରାଯିବ। ବୈଦ୍ୟୁତିକ ଯାନର ନବୀକରଣ ଓ ଗବେଷଣାକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯିବ।

Advertisment

ଉତ୍ପାଦନକାରୀ କମ୍ପାନୀ ଓ ଯାନ ବ୍ୟବହାରକାରୀ ସାଧାରଣ ଲୋକଙ୍କୁ ଆର୍ଥିକ ରିହାତି ସହ ଗାଡ଼ି ପଞ୍ଜୀକରଣ ଦେୟ, ରୋଡ୍  ଟ୍ୟାକ୍ସ ଆଦି ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ଏହାବ୍ୟତୀତ ପୁରୁଣା ଗାଡ଼ି ସ୍କ୍ରାପ୍ ଓ ବୈଦ୍ୟୁତିକ ଗାଡ଼ି କିଣିବା ଲାଗି ଋଣ ବାଦଦକୁ ସୁଧ ଛାଡ଼ର ବ୍ୟବସ୍ଥା ମଧ୍ୟ ରହିଛି।ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟରେ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବା ଲକ୍ଷ୍ୟରେ ଇ-ଓଡ଼ିଶା ବୈଦ୍ୟୁତିକ ମୋଟର ଯାନ ନୀତି ୨୦୨୧ ଅଣାଯାଇଛି।

Advertisment
Odisha Odisha Government Electric Vehicles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ