Advertisment

ବିଜନେସ୍ ଓଡ଼ିଶା ଆୱାର୍ଡ ୨୦୨୪: ଜାଣନ୍ତୁ ରିଅଲ ଇଷ୍ଟେଟ୍ ବିଭାଗରେ କିଏ ଅଛନ୍ତି...

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

ଅଦ୍ୟତନ ହୋଇଛି
Odisha Bussiness Award 2024

Odisha Bussiness Award 2024

Advertisment

Business Odisha Awards-2024

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି । ଆଜି ଦେଖିବା ରିଅଲ୍ ଇଷ୍ଟେଟ୍ ବିଭାଗରେ କେଉଁମାନେ ଅଛନ୍ତି...।

Advertisment

ଡିଅନ୍ ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍

ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ରାଜ୍ୟର ଏକ ଅଗ୍ରଣୀ ସଂସ୍ଥା ଭାବେ ପରିଚିତ ଡିଅନ୍ ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ବା'ଡିଅନ୍ ଗ୍ରୁପ୍ନିର୍ମାଣ କ୍ଷେତ୍ରରେ ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ନେଇ ଗ୍ରୁପ୍ର ଚେୟାରମ୍ୟାନ୍ ସୁରେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ଗ୍ରୁପ୍ର ସହ-ପ୍ରତିଷ୍ଠାତା ସବ୍ୟସାଚୀ ମିଶ୍ରଙ୍କ ସହଯୋଗରେ ଗ୍ରୁପ୍ର ନିର୍ଦ୍ଦେଶକ ଇଂଜିନିୟର ମନୋଜ ସାହୁ ୨୦୧୦ରେ ଏହି ରିୟଲ ଇଷ୍ଟେଟ୍ ବ୍ୟବସାୟକୁ ଆଗକୁ ବଢାଇଥିଲେ୨୦୧୯ରେ ଟାଟା ମୋଟର କାର୍ର ଡିଲରସିପ୍ହାତକୁ ନିଏ ଡିଅନ୍ ଅଟୋମୋଟିଭ୍ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ କଟକ ତ୍ରିଶୁଳିଆର ଡିଅନ୍ ରିଭର ଫ୍ରଣ୍ଟ୍ ଏହି କଂପାନୀର ଏକ ଫ୍ଲାଗ୍ସିପ୍ ପ୍ରୋଜେକ୍ଟ ଯେଉଁଠି ୧୨ଶହ ପରିବାରକୁ ଘର ପ୍ରଦାନ କରିଛି ଏହି ଗ୍ରୁପ୍ଗ୍ରୁପ୍ର ଅନ୍ୟ ଦୁଇଟି ପ୍ରୋଜେକ୍ଟ, କଟକ ସିଡିଏ ସେକ୍ଟର-୧୧ ସ୍ଥିତ ଡିଅନ୍ ଟୁଇନ୍ ଟାୱାର୍ ଏବଂ ସିଡିଏ ସେକ୍ଟର-୮ର ଡିଅନ୍ ସ୍କାଏ ୱାକ୍ର କାମ ଚାଲୁରହିଛିତ୍ରିଶୁଳିଆରେ କମରସିଆଲ୍, ରେସିଡେଣ୍ଟ୍ସିଆଲ୍ ଏବଂ ହେଲ୍ଥକେୟାର ସୁବିଧା ସହ ଏକ ଇଣ୍ଟେଗ୍ରେଟେଡ୍ ଟାଉନସିପ୍ ପ୍ରୋଜେକ୍ଟ ଏବେ ଏହି ଗ୍ରୁପ୍ର ଆଉ ଏକ ଡ୍ରିମ୍ ପ୍ରୋଜେକ୍ଟ କଟକର ନିର୍ମାଣାଧୀନ ଟଲେଷ୍ଟ ଟାୱାର ସ୍କାଏ ୱାକ୍ ନିର୍ମାଣ କରୁଛି ଏହି ଗ୍ରୁପ୍Backward Integration Modelଜରିଆରେ ନିର୍ମାଣ କାର୍ଯ୍ୟ କରିବା ହେଉଛି ଡିଅନ୍ ଗ୍ରୁପ୍ର ଖାସିୟତ୍ସଂପୂର୍ଣ୍ଣ ସ୍ୱୟଂଚାଳିତ କ୍ରସର୍ୟୁନିଟ୍ ସହିତ RMC Plant, MAIVAN Shuttering Materials, ଇଟା ଫ୍ୟାକ୍ରି, ବିଟୁମେନ୍ ପ୍ଲାଣ୍ଟ୍ ଏବଂ ନିଜସ୍ୱ ଅତ୍ୟାଧୁନିକ ନିର୍ମାଣ ଉପକରଣ ବ୍ୟବହାର କରିଥାଏ ଏହି କଂପାନୀକଟକରେ ଡିଅନ୍ ଗ୍ରୁପ୍ ଦ୍ୱାରା ଚାଲୁରହିଥିବା ସମସ୍ତ ପ୍ରକଳ୍ପ ଗୁଡିକ କାଠଯୋଡି ଏବଂ ମହାନଦୀର ନିକଟତର ହୋଇଥିବାରୁ ଗ୍ରାହକମାନେ ଏହାର ସୖୋନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ଏବେ ଏହି ଗ୍ରୁପ୍ରେ ପ୍ରତ୍ୟକ୍ଷ ଭାବେ ୬ଶହ କର୍ମଚାରୀ କାର୍ଯ୍ୟରତ ଅଟୋମୋବାଇଲ୍, କଷ୍ଟ୍ରକ୍ସନ ଏବଂ ରିୟଲ ଇଷ୍ଟେଟ୍ ବ୍ୟବସାୟରୁ ଗତବର୍ଷ ଏହି ସଂସ୍ଥାର ଟର୍ଣ୍ଣ ଓଭର ଥିଲା ପାଖାପାଖି ୫ଶହ କୋଟିଚଳିତ ଆର୍ଥିକ ବର୍ଷରେ ଏହି ଗ୍ରୁପ୍ର ଟର୍ଣ୍ଣ ଓଭର ୭ଶହ କୋଟି ହେବ ବୋଲି ଆଶାରଖିଛନ୍ତି ଏହାର କର୍ତ୍ତୃପକ୍ଷଉନ୍ନତମାନର ନିର୍ମାଣକୌଶଳର ବ୍ୟବହାର ଏବଂ ରିଭର ଫ୍ରଣ୍ଟ୍ର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ଡିଅନ୍ ଗ୍ରୁପ୍ର ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ

ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍

ରିଅଲ ଇଷ୍ଟେଟ୍ ତଥା ନିର୍ମାଣ କ୍ଷେତ୍ରରେ ଅତ୍ୟାଧୁନିକ ଶୈଳୀକୁ ଆପଣାଇ ଆଗକୁ ବଢୁଛି ନାଁ କରା ସଂସ୍ଥା, ଇଭୋସ୍ ବିଲ୍ଡକନ୍ ପ୍ରାଇଭେଟ୍ ଲିମିଟେଡ୍ । ଦୀର୍ଘ ୧୭ ବର୍ଷର ଅଭିଜ୍ଞତା ଓ ଦକ୍ଷତା ସହ ମ୍ୟାନେଜିଂ ଡିରେକ୍ଟର କଳିଙ୍ଗ କେଶରୀ ରଥ ୨୦୧୦ରେ ଇଭୋସ୍ ଗ୍ରୁପ୍ ପ୍ରତିଷ୍ଠା କରନ୍ତି । ତାଙ୍କର ପ୍ରତ୍ୟକ୍ଷ ପରିଚାଳନା ଓ ଯୋଜନା ଦ୍ୱାରା ଓଡ଼ିଶାର ଏକ ପ୍ରଗତିଶୀଳ ଓ ନିର୍ଭରଯୋଗ୍ୟ ସଂସ୍ଥାରେ ସାମିଲ୍ ହୋଇପାରିଛି ଇଭୋସ୍ ଗ୍ରୁପ୍ । କଂପାନୀରେ ମୋଟ୍ ୧୬୦ ଜଣ କର୍ମନିଯୁକ୍ତି ପାଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ୯୮.୮୬ କୋଟି ଟଙ୍କାର ଲାଭ କରିପାରିଛି ଏହି ସଂସ୍ଥା । ୨୦୨୭ ମାର୍ଚ୍ଚ ୩୧ ସୁଦ୍ଧା ୫ ହଜାର ହାପି କଷ୍ଟୋମର ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଏହି ସଂସ୍ଥା । ୧୭ ବର୍ଷରୁ ଅଧିକ ବର୍ଷ ଧରି ୨୦ରୁ ଉର୍ଦ୍ଧ୍ୱ ପ୍ରୋଜେକ୍ଟ ସହ ୧ ହଜାରୁ ଅଧିକ ପରିବାରଙ୍କ ସ୍ୱପ୍ନ ପୂରଣ କରିପାରିଛି ଏହି ସଂସ୍ଥା । ତାମଧ୍ୟରୁ ଇଭୋସ୍ ପାରାଡାଇଜ୍, ଇଭୋସ୍ ପ୍ୟାଲେସ୍, ମହାବୀର ଏନକ୍ଲେଭ୍, ସିଟି ହୋମ୍ସ୍, ଇଭୋସ୍-୮ ବିଳାଶିନୀ ଏନକ୍ଲେଭ୍, ଅଲିଭ୍ ଏନକ୍ଲେଭ୍ ଏବଂ ଇଭୋସ୍ ଏମ୍ପାୟର୍ ଅନ୍ୟତମ । ଓଡ଼ିଶାର ଟଲେଷ୍ଟ ଟାଓ୍ୱାର ଭାବେ ଭୁବନେଶ୍ୱର ରଘୁନାଥପୁର ସ୍ଥିତ ଏହାର ଆଇକନିକ୍ ପ୍ରୋଜେକ୍ଟ ‘ଇଭୋସ୍ ଆଲ୍କେମୀ'ର ନିର୍ମାଣ ଆଗେଇ ଚାଲିଛି । ସେହିପରି ନିଜର ସିଏସଆର୍ ଆକ୍ଟିଭିଟି ଜରିଆରେ କଟକ ବୋସ୍ ଶିକ୍ଷାନୁଷ୍ଠାନରେ ଏକ ମ୍ୟାଟେରିଆଲ୍ ଟେଷ୍ଟିଂ ଲ୍ୟାବ୍ ପ୍ରତିଷ୍ଠା କରିବା ସହ ଏକାଧିକ ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ ରଖିଛି । ନିର୍ମାଣ କ୍ଷେତ୍ରରେ ନିଜର ଅବଦାନ ପାଇଁ ଅନେକ ପୁରସ୍କାର ସହ ସ୍ୱୀକୃତି ଲାଭ କରିଛି ଇଭୋସ୍ ଗ୍ରୁପ୍ ।

Advertisment

ଏସ୍.ଭି.ଇ ଗ୍ରୁପ୍

ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଦୀର୍ଘ ଦୁଇ ଦଶନ୍ଧି ଧରି ବାଙ୍ଗାଲୋରରେ ନିଜର ଖ୍ୟାତି ଅର୍ଜନ କରିଥିବା ସଂସ୍ଥା ହେଉଛି ଏସ.ଭି.ଇ ଗ୍ରୁପ୍ । ବିଲ୍ଡର ଓ କନଷ୍ଟ୍ରକସନ୍ କ୍ଷେତ୍ରରେ ଏକାଧିକ ନିର୍ମାଣ କରି ଏହି ସଂସ୍ଥାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ବାଙ୍ଗାଲୋରରେ ଏକାଧିକ ପ୍ରୋଜେକ୍ଟ ସଫଳତାର ସହ ଶେଷ କରିଛି ଏହି ସଂସ୍ଥା, ସେଥିମଧ୍ୟରୁ DSR Elite Villa Project, SJR East Wood Villa Project, Rain Drops Residential Project ଅନ୍ୟତମ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ସଂସ୍ଥାରେ ମୋଟ ଶହେ ଜଣ କର୍ମଚାରୀ କାର୍ଯ୍ୟରତ । ବର୍ତ୍ତମାନ ଏହାର ମୁଖ୍ୟ କାର୍ଯ୍ୟାଳୟ ବାଙ୍ଗାଲୋରରେ ଥିବା ବେଳେ ଆଗକୁ ଭୁବନେଶ୍ୱର ସହ ଅନ୍ୟାନ୍ୟ ସହରକୁ ପରିବ୍ୟାପ୍ତ କରିବାକୁ ଯୋଜନା ରଖିଛି ସଂସ୍ଥା । ଏସ.ଭି.ଇ ଗ୍ରୁପ୍‌ର ବାର୍ଷିକ ଟର୍ଣ୍ଣ ଓଭର ୫ କୋଟି ଟଙ୍କାରେ ପହଂଚିପାରିଛି । ନିଜର ସଫଳତା ପାଇଁ ଚଳିତ ବର୍ଷ କର୍ଣ୍ଣାଟକ ବିଜନେସ୍ ଆଓ୍ୱାର୍ଡରେ ସମ୍ମାନୀତ ହୋଇଛି SVE GROUP ।

ଆପଣଙ୍କ ପସନ୍ଦର ଭୋଟ୍ ଦେବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ...

https://boa.odishatv.in/

Real Estate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ