Advertisment

ବିଜନେସ୍ ଓଡ଼ିଶା ଆୱାର୍ଡ ୨୦୨୪: ଜାଣନ୍ତୁ ବ୍ୟବସାୟ ବିଭାଗରେ କିଏ ଅଛନ୍ତି ...

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

ଅଦ୍ୟତନ ହୋଇଛି
Odisha Bussiness Award 2024

Odisha Bussiness Award 2024

Advertisment

Business Odisha Awards-2024

ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍‌ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।

Advertisment

ଖେମ୍‌ଜୀ

ଓଡ଼ିଶାର ଏକ ସର୍ବପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ପରିଚିତ ଖେମ୍‌ଜୀ ଜୁଏଲର୍ସ । ଦାଦାଭାଇ ଖେମ୍‌ଜୀଙ୍କ ଦ୍ୱାରା ୧୯୩୬ ମସିହାରୁ ଆରମ୍ଭ ହୋଇଥିବା ଏହି କଂପାନୀ ଜୁଏଲାରୀ ସହ ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିପାରିଛି । ଅଟୋମୋବାଇଲ କ୍ଷେତ୍ରରେ ଭୁବନେଶ୍ୱର ପଟିଆରେ ଦୁଇ ଚକିଆ ଯାନ, ହୋଣ୍ଡାର ଡିଲରସିପ୍ ଏବଂ ସମଗ୍ର କଟକ ଜିଲ୍ଲାରେ ବୁଲେଟ୍ ଡିଷ୍ଟ୍ରିବୁଟର୍ସ ଭାବେ ମୋଟ ୯ଟି ଆଉଟଲେଟ୍ ସ୍ଥାପନ କରିପାରିଛି ଖେମ୍‌ଜୀ । ଓଡ଼ିଶାରେ ରୟାଲ୍ ଏନ୍ପିଲ୍ଡ ମୋଟର ସାଇକେଲର ସର୍ବଶ୍ରେଷ୍ଠ ବିକ୍ରେତା ହେଉଛି ଖେମ୍‌ଜୀ । ଏହା ସହ ସହଜ ଓ ସୁବିଧାରେ ଗ୍ରାହକଙ୍କୁ ଗୋଲ୍ଡ ଲୋନ୍ ଉପଲବ୍ଧ କରାଇବା ଲକ୍ଷ୍ୟରେ KHIMJI FINSERVE Pvt. Ltd. ଜରିଆରେ ଗୋଲ୍ଡ ଲୋନ୍ ବିଜ୍‌ନେସ୍‌ରେ ପାଦ ଥାପି ଏନ.ବି.ଏଫ୍.ସି ଲାଇସେନ୍ସ ହାସଲ କରିପାରିଛି ଖେମ୍‌ଜୀ । ଓଡିଶାର ୧୫ଟି ଜିଲ୍ଲାରେ ଏହାର ଶାଖା ରହିଛି । ସଂସ୍ଥାର ନିର୍ଦ୍ଦେଶକ ମିତେଶ ଖେମ୍‌ଜୀଙ୍କ ତତ୍ତ୍ୱାବଧାନରେ ଏହାର ଶାଖାକୁ ଆହୁରି ପରିବ୍ୟାପ୍ତ କରିବା ସହ ଆଗକୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ KHIMJI FINSERVE ତାର ଶାଖା ଖୋଲିବାର ଯୋଜନା ରଖିଛି । ଟୁ-ହୁଇଲର୍ ଡିଭିଜନରେ ପ୍ରତ୍ୟକ୍ଷ ଭାବେ ୪ଶହ କର୍ମଚାରୀ ଥିବା ବେଳେ ଏହାର ଫାଇନାନ୍ସ ଡିଭିଜନରେ ୨୫୦ କର୍ମଚାରୀ କାର୍ଯ୍ୟରତ । ଏହାସହ ସାମାଜିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନ, ଶବଦାହ ଗୃହ ପାଇଁ ସହାୟତା ସହ ଖେମ୍‌ଜୀ ଫାଉଣ୍ଡେସନ ନାଁରେ ଏକାଧିକ ସମାଜସେବା କାର୍ଯ୍ୟ ମଧ୍ୟ ହାତକୁ ନେଇଛି ଖେମ୍‌ଜୀ ।

ହରି ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍

ହରି ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍।୨୦୦୮ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଂପାନୀ ଅଧୀନରେ ରହିଛି ହରିପ୍ଲାଷ୍ଟ ବ୍ରାଣ୍ଡ୍ ।ଦୀର୍ଘ ୧୭ବର୍ଷ ଧରି ବିଭିନ୍ନ ପ୍ରକାର ପାଇପ୍ ଯେମିତିକି ପିଭିସି, ସିପିଭିସି,ଏଚ୍‌.ଡି.ପିଇ ଏମ୍‌.ଡି.ପି.ଇ ପାଇପ୍ ଉତ୍ପାଦ କରି ରାଜ୍ୟର ଅନ୍ୟତମ ପ୍ରମୂଖ ଉଦ୍ୟୋଗ ତଥା MSME କଂପାନୀ ଭାବେ ପରିଚିତ । ଘର, ଅଫିସ୍ ବା କୌଣସି ସଂସ୍ଥାରେ ଆବଶ୍ୟକ ପଢୁଥିବା ବିଭିନ୍ନ ପ୍ରକାର ପାଇପ୍ ଏବଂ ଏହାର ଫିଟିଂ କାମ ହାତକୁ ନେଇଥାଏ ହରି ପ୍ଲାଷ୍ଟ ପ୍ରାଇଭେଟ୍ ଲିମିଟେଡ୍ । ହରିପ୍ଲାଷ୍ଟ କଂପାନୀ ସହିତ ଅନ୍ୟ ବ୍ୟବସାୟରେ ବି ଏହି ଉଦ୍ୟୋଗ ନିଜର ଉପସ୍ଥିତିକୁ ଜାହିର କରିପାରିଛି। ଓଡ଼ିଶା ସିଫୁଡ୍ ଚାପ୍‌ଟରର ଇଷ୍ଟର୍ଣ୍ଣ ଜୋନ୍‌ରେ ପାଖାପାଖି ୪୦ଟି ଦେଶକୁ ଏବେ ଚିଙ୍ଗୁଡି ରପ୍ତାନୀ କରୁଛି ଏହି ଗ୍ରୁପ୍। ସଂସ୍ଥାର ଏମ୍‌ଡି ତଥା ସେକ୍ରେଟାରୀ ସଂଗ୍ରାମ କୁମାର ଦାସ ରହିଥିବା ବେଳେ ହରିପ୍ଲାଷ୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ରହିଛନ୍ତି ପୁଅ, ସଂପଦ ଦାସ । ହରି ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ ରହିଛି ସିଫୁଡ୍ ଏକ୍ସପୋର୍ଟ, ମ୍ୟାନୁଫାକ୍‌ଚରିଂ, ହସ୍‌ପିଟାଲିଟି ଏବଂ ଇନ୍‌ଫ୍ରାଷ୍ଟ୍ରକଟର ସଲ୍ୟୁସନ୍ସ ଭଳି ବ୍ୟବସାୟ।ମହାନଗର ଗ୍ୟାସ୍‌ ନିଗମ୍‌ ମୁମ୍ବାଇ, GAIL India, HCPL ଏବଂ BGPLର ଅଥରାଇଜ୍‌ଡ ଗ୍ୟାସ୍‌ ପାଇପ୍‌ଲାଇନ୍ ସପ୍ଲାୟର ସହ ସାରା ଭାରତରେ ଗ୍ୟାସ୍‌ ପାଇପ୍‌ଲାଇନ୍ ଯୋଗାଉଛି ହରିପ୍ଲାଷ୍ଟ ପ୍ରାଇଭେଟ୍ ଲିମିଟେଡ୍।ଏବେ ହରି ଉଦ୍ୟୋଗରେ ସର୍ବମୋଟ୍ ୬ଶହ କର୍ମଚାରୀ ଥିବାବେଳେ ପାଖାପାଖି ୨ଶହ କର୍ମଚାରୀ ହରିପ୍ଲାଷ୍ଟ କଂପାନୀରେ କାର୍ଯ୍ୟରତ। ହରିମରିନ୍‌ ଗ୍ରୁପ୍‌ରେ ପାଖାପାଖି ୧୨୦ ଜଣ ମହିଳାଙ୍କୁ ରୋଜଗାରର ସୁଯୋଗ ଦେଇଛି ଏହି କଂପାନୀ। ଏବେ ହରିପ୍ଲାଷ୍ଟ୍ କଂପାନୀର ଟର୍ଣ୍ଣ ଓଭର ଶହେ କୋଟିରେ ପହଂଚିଛି।

Advertisment

ଲାଲ୍‌ଚାନ୍ଦ ଗ୍ରୁପ୍ ଅଫ୍ କମ୍ପାନି

ଲାଲ୍‌ଚାନ୍ଦ ଗ୍ରୁପ୍, ଅଳଙ୍କାର ସହିତ ବିଭିନ୍ନ ବ୍ୟବସାୟରେ ଏହି ଗ୍ରୁପ୍ ବେଶ୍ ଆଗକୁ ବଢିପାରିଛି । ଲାଲ୍‌ଚାନ୍ଦ ଗ୍ରୁପ୍ ଅଫ୍ କମ୍ପାନିଜ୍ ଅଧୀନରେ ଅନ୍ତର୍ଭୁକ୍ତ ରହିଛି ଲାଲ୍‌ଚାନ୍ଦ ଜୁଏଲର୍ସ, ଲାଲ୍‌ଚାନ୍ଦ ବିଲଡର୍ସ, ଲାଲ୍‌ଚାନ୍ଦ ରିସୋର୍ଟ୍ସ୍ ଏବଂ ଏଲ୍.ସି.ଜେ ଡେଭେଲପର୍ସ । ଏହି ଗ୍ରୁପର ଭୁବନେଶ୍ୱର ଜନପଥରେ ଷ୍ଟେଟ୍-ଅଫ୍-ଦି-ଆର୍ଟ-ସପିଂ କମ୍ପେକ୍ସ ରହିଛି । ବିଶେଷ କରି ହୋଟେଲ ଶିଳ୍ପରେ ପାଦ ଦେଇ ଆଗକୁ ବଢୁଛି ଗ୍ରୁପ୍ । ଭୁବନେଶ୍ୱର ଜନପଥରେ ଥିବା ‘ଦି ନ୍ୟୁ ମାରିୟନ୍’ ହେଟେଲ ଏହି ଗ୍ରୁପ୍‌ର ଅନ୍ୟତମ ଆକର୍ଷଣ । ହୋଟେଲ ଶିଳ୍ପରେ ନିଜର ୨୩ ବର୍ଷର ଅଭିଜ୍ଞତାକୁ ଆଧାର କରି ଆଗକୁ କଟକରେ ଏକ ୫ ଷ୍ଟାର୍ ରିସୋର୍ଟ ହୋଟେଲ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି ଏହି ଗ୍ରୁପ୍ । ରିଅଲ ଇଷ୍ଟେଟ୍ ବ୍ୟବସାୟରେ ମଧ୍ୟ ପ୍ରବେଶ କରିବାକୁ ସ୍ଥିର କରିଛି ଲାଲ୍‌ଚାନ୍ଦ ଗ୍ରୁପ୍ । ଓଡିଶାରେ ପ୍ରଥମ ଇଂଲିସ୍ ଲାଙ୍ଗୁଏଜ୍ ନ୍ୟୁଜ୍ ମାଗାଜିନ୍ ପବ୍ଲିସ୍ କରିବାରେ ବି ଗ୍ରୁପ୍‌ର ଅବଦାନ ରହିଛି । ସଂଜୟ ହଂସ୍ ଏହାର ଏଡିଟର୍-ଇନ୍-ଚିଫ୍ ରହିଛନ୍ତି । ଦୀର୍ଘ ଚାରି ଦଶନ୍ଧି ଧରି ଲାଲ୍‌ଚାନ୍ଦ, ଓଡିଶାର ରିଟେଲ୍ ବିଜନେସ୍ କ୍ଷେତ୍ରରେ ଏକ ନାଁ କରା ବ୍ରାଣ୍ଡ୍ ଭାବରେ ପରିଚୟ ଲାଭ କରିଛି । ଏବେ ଭୁବନେଶ୍ୱରରେ ୨ଟି, କଟକରେ ୨ଟି ଶାଖା ସହିତ, ବ୍ରହ୍ମପୁର ଏବଂ ନୂଆଦିଲ୍ଲୀରେ, ସର୍ବମୋଟ ୬ଟି ଶାଖା ରହିଛି । ବିଗତ ବର୍ଷ ଏହା ୭ ଶହ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଚଳିତ ବର୍ଷ ଏହାର କାରବାର ୮ଶହ କୋଟି ହେବାର ଲକ୍ଷ୍ୟ ରଖିଛି ଲାଲ୍‌ଚାନ୍ଦ ଗ୍ରୁପ୍ । ମୋଟ ୧୨ ଶହ କର୍ମଚାରୀ ଲାଲ୍‌ଚାନ୍ଦ ଗ୍ରୁପରେ କାର୍ଯ୍ୟରତ ।

ସ୍ୱସ୍ତି ଗ୍ରୁପ୍ ଅଫ୍ ହୋଟେଲ

ସ୍ୱସ୍ତି ଗ୍ରୁପ୍ ଅଫ୍ ହୋଟେଲ-ରିସର୍ଟ-ଟ୍ରାଭେଲ୍ସ-ହସପିଟାଲିଟି ଓ ଏଜୁକେସନ୍ ହେଉଛି ଭାରତର ଏକ ପ୍ରସିଦ୍ଧ ହସପିଟାଲିଟି ବ୍ରାଣ୍ଡ । ୧୯୮୧ ପରଠାରୁ ଏହା ନିଜର ଅତିଥିମାନଙ୍କୁ ଅତୁଳନୀୟ ସେବା ପ୍ରଦାନ କରିଆସୁଛି । ହସପିଟାଲିଟି ଶିଳ୍ପରେ ସ୍ୱସ୍ତି ଗ୍ରୁପ୍ ନିଜର ଉତ୍କର୍ଷତା ଓ ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ପ୍ରତିବଦ୍ଧ । ଭୁବନେଶ୍ୱରରେ ସ୍ୱସ୍ତି ଗ୍ରାଣ୍ଡ୍ ଏବଂ ସ୍ୱସ୍ତି ପ୍ରିମିୟମ୍, ଗୋପାଳପୁର ସମୁଦ୍ର ତଟରେ ‘ଗୋପାଳପୁର ପାମ୍ ରିସର୍ଟ’, ଚିଲିକା ହ୍ରଦ କୂଳରେ ‘ସ୍ୱସ୍ତି ଚିଲିକା ରିସର୍ଟ’, ପୁରୀ ବେଳାଭୁମିରେ ‘ସ୍ୱସ୍ତି ପ୍ରିମିୟମ ବିଚ୍ ରିସର୍ଟ’ ଭଳି ସ୍ୱସ୍ତି ଗ୍ରୁପ୍‌ର ଏକାଧିକ ବିଳାସପୂର୍ଣ୍ଣ ହୋଟେଲ ରହିଛି । ଏହାର ହୋଟେଲ ଏବଂ ରିସର୍ଟରେ ଆଧୁନିକ ସୁବିଧା ଥିବା ବିଳାସପୂର୍ଣ୍ଣ ଆକମୋଡେସନର ବ୍ୟବସ୍ଥା ରହିଛି । ଯେଉଁଠାରେ ଜାତୀୟ, ଅନ୍ତର୍ଜାତୀୟ ଏବଂ ବ୍ୟବସାୟ ପାଇଁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରାମଦାୟକ ରହଣୀର ବ୍ୟବସ୍ଥା ରହିଛି । କେବଳ ସ୍ୱସ୍ତି ପ୍ରିମିୟମ ହୋଟେଲରେ ୧୪୭ଟି ରୁମ୍ ରହିଛି । ଭୁବନେଶ୍ୱରରେ ଏହା ସର୍ବାଧିକ ସଂଖ୍ୟକ କୋଠରୀ ଥିବା ହୋଟେଲ । ବୈଷୟିକ ଦୃଷ୍ଟିରୁ ଉନ୍ନତ ସମ୍ମିଳନୀ କକ୍ଷ, ମିଟିଂ ରୁମ୍ ଏବଂ ସର୍ବବୃହତ୍ ସୁଇମିଂ ପୁଲ୍ ଏଠାରେ ଉପଲବ୍ଧ । ତେବେ ସ୍ୱସ୍ତି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାରେ ୧୨ଶହରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟ କରୁଛନ୍ତି । ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ଏହା କ୍ଲାସିଫାଏଡ୍ ୫ ଷ୍ଟାର ହୋଟେଲ ଅଧିନରେ ଶ୍ରେଣୀଭୁକ୍ତ ହୋଇଛି । ଭାରତୀୟ ଆତିଥ୍ୟ ଶିଳ୍ପରେ ଉତ୍କର୍ଷର ଶିଖର ଛୁଇଁବା ସହ ସ୍ୱସ୍ତି ଗ୍ରୁପ୍ ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିପାରିଛି ।

Advertisment

ଭୋଟ୍ ଦେବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ...

https://boa.odishatv.in/

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ