ଖୁବଶୀଘ୍ର ମାର୍କେଟ୍‌କୁ ଆସିବ ଗିଅର୍‌ ଯୁକ୍ତ ଇ-ବାଇକ୍‌, ଜାଣନ୍ତୁ ଏହାର ମାଇଲେଜ୍

ନୂଆ ଟୋକ୍ନୋଲୋଜି ସହ ଏକାସାଙ୍ଗେ ୧୫ ମିଲିୟନ ଇ-ବାଇକ୍‌କୁ ବଜାରକୁ ଛାଡିବ ମାଟର୍‌ କମ୍ପାନୀ ।

Electric Bike

ପରିବେଶକୁ ଗ୍ରୀନ୍‌ ଆଉ କ୍ଲିନ୍‌ ରଖିବା ପାଇଁ ଆଗାମୀ ଦିନରେ ଇଲେକ୍ଟ୍ରିକ୍‌ ଚାଳିତ ଯାନବାହାନ ଉପରେ ବେଶ୍‌ ଗୁରୁତ୍ୱ ଦେଉଛନ୍ତି ସରକାର । ପୂର୍ବରୁ ଇ-ସ୍କୁଟର୍‌ ଲଞ୍ଚ ହୋଇଥିବା ବେଳେ ଏବେ ଇ-ବାଇକ୍‌ ବଜାରରେ ଲଞ୍ଚ ହେବାକୁ ୟାଉଛି । ଘରୋଇ କମ୍ପାନୀ ‘ମାଟର୍‌’ ଏବେ ଭାରତରେ ପ୍ରଥମେ ଇ-ବାଇକ୍‌ ଲଞ୍ଚ କରିବାକୁ ଯାଉଛି । ନୂଆ ଟୋକ୍ନୋଲୋଜି ସହ ଏକାସାଙ୍ଗେ ୧୫ ମିଲିୟନ ଇ-ବାଇକ୍‌କୁ ବଜାରକୁ ଛାଡିବ ଏହି କମ୍ପାନୀ । ଗୁଜରାଟର ଅହମ୍ମଦାବାଦରେ ଏହାର ନିର୍ମାଣ ପାଇଁ ସମସ୍ତଙ୍କ ପ୍ରକାର ସୁବିଧା ମିଳୁଥିବାରୁ ନିର୍ମାଣ ପରେ ଦେଶର ପ୍ରମୁଖ ସହରରେ ଏହି ଇ-ବାଇକ୍‌ ଉପଲବ୍ଧ ହେବ ।

ଗ୍ରାହକଙ୍କ ସୁରକ୍ଷା, ନିରାପତ୍ତା, ବିଶ୍ୱସନିୟତା ଏବଂ କାର୍ଯ୍ୟଦକ୍ଷତା ଉପରେ କେନ୍ଦ୍ର କରି ଏହି ବାଇକର ଡିଜାଇନ୍ ଏବଂ ଇଞ୍ଜିନିୟରିଂ ପାଇଁ ଯୋଜନା କରାଯାଇଛି । ମାଟର୍‌ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ମୋହାଲ ଲାଲଭାଇ କହିଛନ୍ତି, "ଆମର ଲକ୍ଷ୍ୟ ହେଉଛି ଆମେ ନିଜେ ନିଜକୁ ଚ୍ୟାଲେଞ୍ଜ କରିବୁ, ଯେପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ହେବ । ଏହି ରାସ୍ତାରେ ଯେତେ ବାଧା ଆସିଲେ ବି ଆମେ ନିଜ ଲକ୍ଷ୍ୟ ପ୍ରତି ସ୍ଥିର ରହିବାକୁ କଠିନ ପରିଶ୍ରମ କରିବୁ । ଭାରତର ବିଦ୍ୟୁତିକରଣ ଯାତ୍ରା ଅର୍ଥାତ ଇ-ବାଇକ୍‌ର ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ସମସ୍ତ ପ୍ରକାର ଚେଷ୍ଟା କରିବୁ ।

ଏକ ସାଧାରଣ କନେକ୍ଟର ମାଧ୍ୟମରେ ବାଇକ୍‌ଟି ଉଭୟ ଷ୍ଟାଣ୍ତାର୍ଡ ଏବଂ ଦ୍ରୁତ ଚାର୍ଜିଂକୁ ସପୋର୍ଟ କରିବ । ଏହି ଗାଡିରେ ଏକ ଷ୍ଟାଣ୍ଡାର୍ଡ ଅନ୍‌ବୋର୍ଡ ୧-କିଲୋୱାଟ ଚାର୍ଜର, ମାଟର୍ ଚାର୍ଜ ୧.୦ ରହିଛି, ଯାହା ଗାଡିକୁ ଯେକୌଣସି 5A, 3-ପିନ୍ ପ୍ଲଗ୍ ପଏଣ୍ଟରେ ଚାର୍ଜ କରିବାକୁ ଅନୁମତି ଦେଇଥାଏ । ଏହି ଚାର୍ଜର ଦ୍ୱାରା ଗାଡ଼ି ୫ ଘଣ୍ଟାରେ ଫୁଲ୍‌ ଚାର୍ଜ ହୋଇଯିବ ।

ସୂଚନା ମୁତାବକ ଏହି ଇ-ବାଇକ୍‌ଟି ଭାରତୀୟ ତାପମାତ୍ରାରେ ସହଜରେ ଚଳାଚଳ କରିପାରିବ । ଅର୍ଥାତ -୧୦ ଡିଗ୍ରୀ ସେଲସିୟସରୁ ଆରମ୍ଭ କରି ୫୫ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ଆରାମ୍‌ରେ ଯାତାୟତ କରିପାରିବ । ଥରେ ଚାର୍ଜ ହେଲେ ଏକାଥରକେ ୧୩୦ କିମି ଚାଲିବ ଏହି ଗାଡ଼ି ।