Advertisment

Investment Planning: ୩୦ ବର୍ଷ ତଳେ ବାପା କରିଥିଲେ ଲକ୍ଷେ ଟଙ୍କାର ଇନଭେଷ୍ଟମେଣ୍ଟ, ଏବେ ଜାଣିଲେ ପୁଅ...

ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କାର JSW ଷ୍ଟିଲ ସେୟାର କିଣିଥିଲେ । ଯାହାର ମୂଲ୍ୟ ଏବେ ୮୦ କୋଟିରେ ପହଞ୍ଚିଛି । ଯାହାକୁ ଦେଖି ତାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Man Uncovers Father's 1990s JSW Shares Worth Rs 1 Lakh

Man Uncovers Father's 1990s JSW Shares Worth Rs 1 Lakh

Advertisment

୩୦ ବର୍ଷ ତଳର ପୁରୁଣା କାଗଜ ବାହର କରୁ କରୁ ଯାହା ବାହାରିଲା ତାହା ଅବିଶ୍ୱସନୀୟ ଥିଲା । ସାମାନ୍ୟ ରଦି କାଗଜର ମୂଲ୍ୟ ଯେ, ଏତେ ହୋଇପାରେ ତାହା ଭାବନା ବାହାରେ ଥିଲା । ଜଣେ ବ୍ୟକ୍ତି ୧୯୯୦ ମସିହାରେ ତାଙ୍କ ବାପା ୧ ଲକ୍ଷ ଟଙ୍କାରେ କିଣିଥିବା  JSW ଷ୍ଟିଲ୍ ସେୟାରର ମୂଲ୍ୟ ଜାଣିବା ପରେ ସେ ଆଚମ୍ବିତ ହୋଇ ଯାଇଛନ୍ତି । ଜୀବନ ବଦଳାଇ ଦେଲା ବାପାଙ୍କ ଇନଭେଷ୍ଟମେଣ୍ଟ ପ୍ଲାନିଂ । ଯାହା କେବେ ଭାବି ନଥିଲେ ତାହା ସତ ହୋଇଗଲା ।

Advertisment

ଅଧିକ ପଢନ୍ତୁ: ବାଜିଲା ଡିଜେ, ଲୁହ ଛଳ ଛଳ ଆଖିରେ ସାର୍‌ଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ

ଇନଭେଷ୍ଟମେଣ୍ଟ ହୋଇଥିବା ସେୟାରର ସାର୍ଟିଫିକେଟ ଦେଖିବା ପରେ ସେ ତାହା ଜାଣିବାକୁ ପାଇଥିଲେ ଯାହା କେବେ କଳ୍ପନା ବି କରିନଥିଲେ । ସେହି ସେୟାରର ସାର୍ଟିଫିକେଟ ଦେଖିବା ପରେ ୩୦ ବର୍ଷ ପରେ ସେହି ସେୟାରର ମୂଲ୍ୟ ଯେ, ଏତେ ବଢି ଯାଇଥିବ, ତାହା ଜାଣି ସେ ହତବାକ୍ ହୋଇଯାଇଛନ୍ତି । ସେହି ସେୟାରର ମୂଲ୍ୟ ଆଜିକା ବଜାରରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ହେବ । ଯାହା ପ୍ରମାଣିତ କରୁଛି, ଏହି ଇନଭେଷ୍ଟମେଣ୍ଟ ପିଢି ପରେ ପିଢି ପାଇଁ କେତେ ସୁରକ୍ଷିତ । ଏଭଳି ଏକ ରୋଚକ ତଥ୍ୟ ଏକ୍ସରେ ପୋଷ୍ଟ ହେବା ପରେ ସାମନାକୁ ଆସିଛି । 
ଜଣେ ବ୍ୟକ୍ତି ଜାଣିବାକୁ ପାଇଥିଲେ ଯେ, ୧୯୯୦ ମସିହାରେ ତାଙ୍କ ବାପା  JSW ଷ୍ଟିଲ୍ ସେୟାର କ୍ରୟ କରିଥିବା ବିଷୟରେ ଜାଣିବାକୁ ପାଇଥିଲେ । ଯାହାର ମୂଲ୍ୟ ସେତେବେଳେ ୧ ଲକ୍ଷ ଟଙ୍କା ଥିଲା । ଏବେକା ମୂଲ୍ୟ ତାହା ୮୦ କୋଟି ଟଙ୍କା ହେବ, ଯାହା ଇନଭେଷ୍ଟମେଣ୍ଟ ଠାରୁ ବହୁ ଗୁଣ ଅଧିକ । 

Advertisment

ଏକ୍ସରେ ପୋଷ୍ଟ ହେବା ପରେ ଏହି ଘଟଣା ବର୍ତ୍ତମାନ ୟୁଜର୍ସଙ୍କ ମଧ୍ୟରେ ଇନଭେଷ୍ଟମେଣ୍ଟକୁ ନେଇ ଉତ୍ସାହ ବଢାଇଛି । କିଛି ୟୁଜର୍ସ ଦୀର୍ଘମିଆଦୀ ନିବେଶ ଲାଭ ବିଷୟରେ ମତ ରଖିଥିଲେ । ଜଣେ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, ଧୈର୍ଯ୍ୟ ଓ ନିଷ୍ଠା ବଳରେ ସଫଳତା ହାସଲ କରିହେବ । ଆଉ ଜଣେ ୟୁଜର ପ୍ରତିକ୍ରିୟା ରଖି କହିଛନ୍ତି, ଏବେ ସେ ଅବସର ନେଇ ପାରିବେ ଏବଂ ସାରା ଜୀବନ ଶାନ୍ତିରେ ବିତାଇ ପାରିବେ । ସେଥିରୁ ଭଲ ବ୍ୟବସାୟ କରି ପାରିବେ । ଆଉ ଜଣେ ୟୁଜର ଲେଖିଛନ୍ତି, ସମୟ କ୍ରମେ ଷ୍ଟକ କେତେ ଲାଭାଂଶ ପ୍ରଦାନ କରେ, ତାହା ସହଜେ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ପ୍ରକୃତରେ ଏହା ଚମତ୍କାର । ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ୧୯୯୦ ମସିହାରେ ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କା ଇନଭେଷ୍ଟ କରିଛନ୍ତି ମାନେ, ସେ ବହୁତ ଧନୀ । 

ସୂଚନାଯୋଗ୍ୟ, JSW ଷ୍ଟିଲ ଭାରତରେ ଅବସ୍ଥାପିତ JSW ଗ୍ରୁପର ଏକ ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା । 

Advertisment

ଅଧିକ ପଢନ୍ତୁ: ସୁଧା ମୂର୍ତ୍ତିଙ୍କୁ କେମିତି ପ୍ରେମ ନିବେଦନ କରିଥିଲେ ନାରାୟଣ, କେମିତି ଥିଲା ସେଦିନର ଯାତ୍ରା...

JSW Steel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ