Advertisment

LPG Prices Cut: କମିଲା ଗ୍ୟାସ୍ ସିଲିଣ୍ତର ଦାମ୍, ଆଜିଠୁ ନୂଆ ଦର ଲାଗୁ; ଜାଣନ୍ତୁ କେଉଁଠି କେତେ

୧୯ କେଜି ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇ ୧,୬୬୫ ଟଙ୍କା ହୋଇଛି । ଗତ ଜୁନ୍ ମାସରେ ଏଲପିଜି ସିଲିଣ୍ଡର ପିଛା ୧,୭୨୩ ଟଙ୍କା ୫୦ ପଇସା ରହିଥିଲା ।

ଅଦ୍ୟତନ ହୋଇଛି
LPG

LPG

Advertisment

ଏଲପିଜି ଗ୍ୟାସ ବ୍ୟବହାରୀଙ୍କ ପାଇଁ ଖୁସି ଖବର । ବ୍ୟବସାୟୀଙ୍କୁ ମିଳିଲା ଆଶ୍ୱସ୍ତି । ଜୁଲାଇ ପହିଲାରେ ତୈଳ ବିପଣନ କମ୍ପାନୀ ପକ୍ଷରୁ ବଡ ଘୋଷଣା କରାଯାଇଛି । ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । ହୋଟେଲ୍ସ, ରେଷ୍ଟୁରାଣ୍ଟ୍ସ, ଓ କ୍ୟାଟରିଂ ବିଜନେସ୍ କରୁଥିବା ବ୍ୟବସାୟୀମାନଙ୍କୁ ମିଳିବ ଲାଭ । ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୫୮ ଟଙ୍କା ୫୦ ପଇସା ହ୍ରାସ କରାଯାଇଛି । ଭାରତୀୟ ତୈଳ ନିଗମ ପକ୍ଷରୁ ୧୯ କେଜି ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ସଂଶୋଧନ କରାଯାଇ ୧,୬୬୫ ଟଙ୍କା କରାଯାଇଛି । ଗତ ଜୁନ୍ ମାସରେ ଏଲପିଜି ସିଲିଣ୍ଡର ପିଛା ୧,୭୨୩ ଟଙ୍କା ୫୦ ପଇସା ରହିଥିଲା । 

Advertisment

ଅଧିକ ପଢ଼ନ୍ତୁ: LPG ସିଲିଣ୍ଡରରୁ କ୍ରେଡିଟ୍‌ କାର୍ଡ ପର୍ଯ୍ୟନ୍ତ...ଜୁଲାଇ ୧ରୁ ବଦଳିଯିବ ଏହି ସବୁ ନିୟମ

କ୍ରମାଗତ ଦୁଇ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ଜୁନ୍ ଆରମ୍ଭରେ, ତେଲ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଥିଲେ ଏବଂ ପ୍ରତି ସିଲିଣ୍ଡର ପାଇଁ ୨୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ। ଏପ୍ରିଲ ମାସରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୭୬୨ ଟଙ୍କା ରହିଥିଲା ।  

Advertisment

ଭାରତୀୟ ତୈଳର ସରକାରୀ ୱେବସାଇଟ ଅନୁସାରେ କେଉଁଠି କେତେ ମୂଲ୍ୟ ରହିଛି ଜାଣନ୍ତୁ:

  • ଦିଲ୍ଲୀ- ୧,୬୬୫ ଟଙ୍କା (୫୮.୫ ଟଙ୍କା ହ୍ରାସ)

  • କୋଲକାତା- ୧,୭୬୯ ଟଙ୍କା ( ୫୭ ଟଙ୍କା ହ୍ରାସ)

  • ମୁମ୍ବାଇ- ୧,୭୯୫.୨୦ ଟଙ୍କା

  • ଚେନ୍ନାଇ- ୧,୭୯୦.୧୦ ଟଙ୍କା

ସୂଚନାଯୋଗ୍ୟ, ସ୍ଥାନୀୟ ଟିକସ୍ ଏବଂ ପରିବହନ କାରଣରୁ ଏଲପିଜି ଦର ହ୍ରାସ ଓ ବୃଦ୍ଧି ହୋଇଥାଏ । ଭାରତରେ ୯୦ ପ୍ରତିଶତ ଏଲପିଜି ଘରୋଇ କ୍ଷେତ୍ରରେ ବ୍ୟବହାର ହେଉଥିବା ବେଳେ ୧୦ ପ୍ରତିଶତ ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହାର ହୁଏ । ବାଣିଜ୍ୟିକ ଏଲପିଜି ଗ୍ୟାସ ଦର ହ୍ରାସ ପାଇଲେ ତାହା ବ୍ୟବସାୟୀମାନଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ଯଦିଓ ଲଗାତାର ବାଣିଜ୍ୟିକ ଏଲପିଜି ଦର ହ୍ରାସ ହେଉଛି, ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି । ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦୀର୍ଘ ସମୟ ଧରି ସମାନ ରହିଛି।

Advertisment

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ; ଖସିଲା ୫୦୦ପଏଣ୍ଟ ସେନସେକ୍ସ

LPG Gas Cylinder Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ