Advertisment

LPG Cylinder Price: ୫୦ ଟଙ୍କା ବଢ଼ିଲା ଘରୋଇ LPG ସିଲିଣ୍ଡର ଦାମ୍

LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି । ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏଣିକି LPG ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ ।

ଅଦ୍ୟତନ ହୋଇଛି
 LPG cylinder prices hike

LPG cylinder prices hike

Advertisment

ହାଣ୍ଡିଶାଳରେ ମହଙ୍ଗା ମାଡ଼ । ବଢିଲା ରନ୍ଧନ ଗ୍ୟାସ୍ ଦର । ଦେଶରେ LPG ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ସରକାର ୧୪ .୨ କିଲୋଗ୍ରାମ ବିଶିଷ୍ଟ ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦାମ୍ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଯାହାଫଳରେ LPG ସିଲିଣ୍ଡର ଦାମ୍ ୮୦୩ରୁ ବୃଦ୍ଧି ପାଇ ୮୫୩ ଟଙ୍କା ହୋଇଛି । ସେହିପରି ଉଜ୍ଜ୍ୱଳା ଯୋଜନା ଅଧିନରେ ମିଳିଥିବା LPG ସିଲିଣ୍ଡର ଦାମ୍ ୫୦୩ରୁ ବୃଦ୍ଧି ପାଇ ୫୩୩ ଟଙ୍କା ହୋଇଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ବର୍ଦ୍ଧିତ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ । 

Advertisment

ଅଧିକ ପଢ଼ନ୍ତୁ: ପୁଣି ଶସ୍ତା ହେଲା ସୁନା, ଆଜି ଏତିକି କମିଲା ଦର

ଏହାର କିଛି ସମୟ ପୂର୍ବରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ୨ ଟଙ୍କା ବୃଦ୍ଧି ହୋଇଥିଲା । ତେବେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ଏହି ତୈଳ ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏକ୍ସାଇଜ ଡ୍ୟୁଟି ବଢିଥିଲେ ବି ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍‌ରେ କୌଣସି ବୃଦ୍ଧି ହେବନି ।  ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବନି ।  ବର୍ଦ୍ଧିତ ଏକ୍ସାଇଜ ଡ୍ୟୁଟି PSU ବହନ କରିବ ।

LPG Cylinder LPG Hike LPG Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ